ଏଫ୍‌ସିଆରଏ ପଞ୍ଜୀକରଣ ଦୁର୍ନୀତି , ଗୃହ ମନ୍ତ୍ରାଳୟର ୨ ଅଧିକାରୀ ଗିରଫ

45 minutes ago 1
ARTICLE AD BOX

ନୂଆଦିଲ୍ଲୀ,  : ତ୍ବରିତ ଏଫ୍‌ସିଆର୍‌ଏ ପଞ୍ଜୀକରଣ ଅନୁମୋଦନ କରାଇଦେବା ପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗରେ ଗୃହ ମନ୍ତ୍ରଣାଳୟର ୨ ଜଣ ଅଧିକାରୀଙ୍କୁ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଶାଖା ଗିରଫ କରିଛି। ସେପ୍ଟେମ୍ବର ୨୮ରେ ଦିଲ୍ଲୀରେ ଏକ ଷ୍ଟିଙ୍ଗ୍ ଅପରେସନ୍ ମାଧ୍ୟମରେ ସେମାନଙ୍କୁ ଗିରଫ କରାଯାଇଛି। ପ୍ରଥମ ଅଭିଯୁକ୍ତ ଗୃହ ମନ୍ତ୍ରଣାଳୟର ଫରେନର୍ସ ଡିଭିଜନ୍‌ରେ କାର୍ଯ୍ୟରତ ଥିଲେ। ଦ୍ବିତୀୟ ଅଭିଯୁକ୍ତ ପୂର୍ବରୁ ଫରେନର୍ସ ଡିଭିଜନ୍‌ରେ କାମ କରିଥିଲେ ଏବଂ ପରେ ପେ ଏବଂ ଆକାଉଣ୍ଟସ୍‌ ଅଫିସ୍‌ରେ କାର୍ଯ୍ୟରତ ଥିଲେ। ପ୍ରାଥମିକ ତଦନ୍ତ ଅନୁସାରେ, ଉଭୟ ଅଧିକାରୀ ସମସ୍ୟାରେ ପଡ଼ିଥିବା ଏକ ସଂଗଠନ ସହ ଯୋଗାଯୋଗରେ ଥିଲେ ଏବଂ ଏହାର ଏଫ୍‌ସିଆର୍‌ଏ ପଞ୍ଜୀକରଣ ସମ୍ପର୍କିତ ଦଲିଲ୍‌ଗୁଡ଼ିକୁ ଶୀଘ୍ର ଅନୁମୋଦନ କରିବା ବଦଳରେ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।

 ଏହି ଦୁଇ ଅଧିକାରୀ ପୂର୍ବରୁ ଏପରି ପ୍ରକ୍ରିୟାରେ ଅନେକ ସଂଗଠନର ଏଫ୍‌ସିଆର୍‌ଏ ପଞ୍ଜୀରକଣ କିମ୍ବା ନବୀକରଣ କରାଇଥିଲେ କି ନାହିଁ, ତାହା ମଧ୍ୟ ତଦନ୍ତ କରାଯାଉଛି। ଏହି ଗିରଫ ସହ ଗୃହ ମନ୍ତ୍ରଣାଳୟ ଦୁର୍ନୀତି ପ୍ରତି ନିଜର ‘ଶୂନ୍ୟ ସହନଶୀଳତା’ ନୀତିକୁ ପୁଣିଥରେ ସ୍ପଷ୍ଟ କରିଛି। ମନ୍ତ୍ରଣାଳୟ କହିଛି ଯେ ଏହି ଘଟଣାରେ କଠୋର ଅପରାଧିକ ଓ ବିଭାଗୀୟ ପଦକ୍ଷେପ ନିଆଯାଉଛି। ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏଫ୍‌ସିଆର୍‌ଏ ଅଧୀନରେ ଥିବା ସମସ୍ତ ଆବେଦନ ଓ ନବୀକରଣ ପ୍ରକ୍ରିୟା କେବଳ ଅନଲାଇନ୍ ଡିଜିଟାଲ୍ ପୋର୍ଟାଲ୍ ମାଧ୍ୟମରେ କରାଯାଏ। କୌଣସି ତୃତୀୟ ପକ୍ଷ ଏଜେଣ୍ଟ୍ କିମ୍ବା ଦଲାଲ ଏହାକୁ ଶୀଘ୍ର କରାଇପାରିବେ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.