Gun Seized ବନ୍ଧୁକ ଧରି ବୁଲୁଥିଲା, ପୁଲିସ ହାବୁଡ଼ରେ ପଡ଼ିଗଲା

36 minutes ago 1
ARTICLE AD BOX

ରାଉରକେଲା: ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳସ୍ଥ ଗୋପବନ୍ଧୁପାଲି ଅଞ୍ଚଳରୁ ପୁଣି ଦେଶୀ ବନ୍ଧୁକ ଜବତ ହୋଇଛି। ବନ୍ଧୁକ ଧରି ବୁଲୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ‌ହେଲା ବିହାରର ମୂଳବାସିନ୍ଦା ତଥା ଗୋପବନ୍ଧୁପାଲି ନୂଆବସ୍ତିର ଚନ୍ଦନ ଯାଦବ(୨୫)। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Crime: ପାର୍ବଣ ଆରମ୍ଭରୁ ଡରାଇଲେଣି: ରାଜଧାନୀରେ ଗର୍ଜିଲା ବନ୍ଧୁକ, ୩ ଖୋକା ଜବତ, ସିସିଟିଭିରୁ ଅଭିଯୁକ୍ତ ଚିହ୍ନଟ

ସୂଚନାନୁଯାୟୀ, ପ୍ଲାଣ୍ଟସାଇଟ୍‌ ଥାନା ଏସ୍‌ଆଇ ଉମେଶ ଅହିର ଦିନବେଳା ପାଟ୍ରୋଲିଂ କରୁଥିବାବେଳେ ଜଣେ ଅପରାଧୀ ବନ୍ଧୁକ ଧରି ବୁଲୁଥିବା ସୂଚନା ମିଳିଥିଲା। ତେବେ ଦିନପ୍ରାୟ ସାଢ଼େ ୧୧ଟାରେ ପୁଲିସ ଗୋପବନ୍ଧୁପାଲି ନୂଆବସ୍ତିରୁ ଜଣେ ଯୁବକକୁ କାବୁ କରିଥିଲା। ଖାନତଲାସି କରିବାରୁ ତାପାଖରୁ ଏକ ବିହାର ପ୍ରସ୍ତୁତ ଦେଶୀ ବନ୍ଧୁକ ଜବତ ହୋଇଥିଲା। ତାକୁ ଥାନାକୁ ଆଣି ପଚରାଉଚରା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ଚନ୍ଦନ ନାଁରେ ୬ଟି ଆପରାଧିକ ମାମଲା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.