Vote theft: ଭୋଟ୍‌ ଚୋରି’ ଆନ୍ଦୋଳନ ତେଜିଲା ଦେଶବ୍ୟାପୀ ବିକ୍ଷୋଭ, ବହୁ କଂଗ୍ରେସ ନେତା ଅଟକ

2 days ago 2
ARTICLE AD BOX

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା, ୧୩ କୋଟି ଭୋଟରଙ୍କ ନାମ ବାଦ୍‌ ପଡ଼ିବା ଏବଂ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିବାଦୀୟ ନିଷ୍ପତ୍ତି ବିରୋଧରେ ଶୁକ୍ରବାର ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୁଆହାଟୀଠାରେ ବିକ୍ଷୋଭ ସମୟରେ ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିଛି। ଅନ୍ୟପକ୍ଷରେ ଚଣ୍ଡୀଗଡ଼ ଏବଂ ପାଟନାରେ ଆନ୍ଦୋଳନକାରୀଙ୍କୁ ଛତ୍ରଭଙ୍ଗ ଦେବା ପାଇଁ ପୁଲିସ ପାଣି ମାଡ଼ କରିଛି।

ଆହୁରି ପଢନ୍ତୁ :Protest: ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ନିଯୁକ୍ତି ଦାବିରେ ରାଲି, ବିକ୍ଷୋଭ

ଦିଲ୍ଲୀର ଜନ୍ତରମନ୍ତର ସମେତ ନିର୍ବାଚନ କମିସନ (ଇସିଆଇ) କାର୍ଯ୍ୟାଳୟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଯୁବ କଂଗ୍ରେସ ପକ୍ଷରୁ ରାଇସିନା ରୋଡ୍‌ରୁ ମାର୍ଚ୍ଚ ଆୟୋଜନ କରାଯାଇଥିଲା। ଭୋପାଳ, ଡେରାଡୁନ୍‌, ପଞ୍ଜାବ, କର୍ଣ୍ଣାଟକ ଏବଂ କୋଲକାତାରେ କଂଗ୍ରେସ କର୍ମୀମାନେ ରାଜପଥକୁ ଓହ୍ଲାଇ ‘ଜ୍ଞାନେଶ କୁମାରଙ୍କୁ ଗିରଫ କର’ ଏବଂ ‘ଭୋଟ୍‌ ଚୋରି ମ୍ୟାଜିକ୍‌ ଟ୍ରିକ୍‌ ଧରାପଡ଼ିଲା’ ଭଳି ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଭୋଟର ତାଲିକା ଜାଲିଆତି ଅଭିଯୋଗରେ ପୁଲିସ ଏତଲା ଦିଆଯାଇଛି।

ଆହୁରି ପଢନ୍ତୁ :Balen Shah: ଜାତିସଂଘରେ ବାଲେନ ଶାହଙ୍କ ଜଳବାୟୁ ପ୍ରସ୍ତାବ, ଭାରତ-ଚୀନ୍‌ ସହ ହିମାଳୟ ଜଳବାୟୁ ସହଯୋଗ ପାଇଁ ଆହ୍ବାନ

ସେପଟେ ଯୁବ କଂଗ୍ରେସ ‘ଜ୍ଞାନେଶ, ଇଟ୍‌ ଇଜ୍‌ ଡନ୍ ବ୍ରୋ’ ନାମକ ଏକ ଦେଶବ୍ୟାପୀ ଅନଲାଇନ୍ ସିଟିଜେନ୍ ପିଟିସନ୍ ଆରମ୍ଭ କରିଛି। ଅପରପକ୍ଷରେ ‘ସିଜେପି’ ସଂସ୍ଥାପକ ଅଭିଜିତ୍‌ ଦୀପକେ ଚେତାବନୀ ଦେଇଛନ୍ତି ଯେ ସିଇସି ଶନିବାର ସୁଦ୍ଧା ଇସ୍ତଫା ନଦେଲେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହେବ।

ଆହୁରି ପଢନ୍ତୁ :Odisha assembly: ରାଜ୍ୟର ୩ ହଜାର ମନ୍ଦିର, ସ୍ମାରକୀରୁ ମାତ୍ର ୨୯୪ଟି ସଂରକ୍ଷିତ କୀର୍ତ୍ତିରାଜି ଘୋଷିତ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା ସିଇସିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିବା ସହ ୨୦୨୪ ଲୋକସଭା ଓ ଅନ୍ୟ ନିର୍ବାଚନଗୁଡ଼ିକରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟ ହୋଇଛି ଏବଂ ନିର୍ବାଚନ ବ୍ୟବସ୍ଥାକୁ ନଷ୍ଟ କରିଥିବା ବ୍ୟକ୍ତି ‘ଦେଶଦ୍ରୋହୀ’ ଅଟନ୍ତି। କଂଗ୍ରେସ ପାର୍ଲାମେଣ୍ଟର ଉଭୟ ଗୃହରେ ସିଇସିଙ୍କୁ ପଦଚ୍ୟୁତ କରିବା ପାଇଁ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛି। ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକରେ ଏହି ନିଷ୍ପତ୍ତି ଉପରେ ଚୂଡ଼ାନ୍ତ ମୋହର ବାଜିବ।

ଆହୁରି ପଢନ୍ତୁ :Jayshankar: ନାଗରିକ ଜାହାଜ ଉପରେ ଆକ୍ରମଣ ଅଗ୍ରହଣୀୟ: ୟୁଏନ୍‌ଜିଏରେ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା

ତେବେ ସମସ୍ତ ଅଭିଯୋଗକୁ ନିର୍ବାଚନ କମିସନ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଆୟୋଗ କହିଛନ୍ତି ଯେ ବହୁ-ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ସଂସ୍ଥାରେ ଆଲୋଚନା ଓପ୍ରଶାସନିକ ପ୍ରତିକ୍ରିୟା ଏକ ସାଧାରଣ ପ୍ରକ୍ରିୟା ଏବଂ ଏସ୍‌ଆଇଆର୍‌ ସଂକ୍ରାନ୍ତ ସମସ୍ତ ଚୂଡ଼ାନ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି। ସେହିପରି ‘ଇସିଆଇ-ନେଟ୍‌‘ ସୁରକ୍ଷିତ ଓ ବିକେନ୍ଦ୍ରୀକୃତ ଭାବେ କାର୍ଯ୍ୟ କରୁଛି ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ୍‌ କହିଛନ୍ତି ଯେ, ସାମ୍ବିଧାନିକ ସଂସ୍ଥା ଉପରେ ଜନସାଧାରଣଙ୍କ ସନ୍ଦେହ ଦୂର କରିବା ପାଇଁ ସିଇସି ନିଜର ପକ୍ଷ ସ୍ପଷ୍ଟ ଭାବେ ଉପସ୍ଥାପନ କରିବା ଆବଶ୍ୟକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.