ARTICLE AD BOX
ଦୀପାବଳିରେ ବାଣ ଫୁଟାଇବା ସମୟରେ ସାମାନ୍ୟ ଅସାବଧାନତା କେତେ ବଡ଼ ବିପଦ ଡାକି ଆଣିପାରେ, ତାହାର ଏକ ଭୟାବହ ଦୃଶ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ପର୍ବର ଖୁସିରେ ଅନେକ ଲୋକ ଘର ପାଖରେ ରହି ବଡ଼ ବଡ଼ ବାଣ ଫୁଟାଇଥାନ୍ତି। କିନ୍ତୁ ଏକ ଛୋଟ ଭୁଲ୍ କିପରି ପରିବାରର ଖୁସିକୁ ମୁହୂର୍ତ୍ତକ ମଧ୍ୟରେ ଧୂଳିସାତ୍ କରିପାରେ, ତାହା ଏହି ଭାଇରାଲ୍ ଭିଡିଓରୁ ସ୍ପଷ୍ଟ ହୋଇଛି।
ଚକ୍ରି ବଦଳାଇଲା ଦିଗ, ବାଣ ଗଦାରେ ଲାଗିଲା ନିଆଁ
ଭାଇରାଲ୍ ଭିଡିଓରେ କିଛି ଲୋକ ଘରର ମୁଖ୍ୟ ଦ୍ୱାର ବାହାରେ ଥିବା ଖାଲି ସ୍ଥାନରେ ଚକ୍ରି ଫୁଟାଉଥିବା ଦେଖିବାକୁ ମିଳୁଛି। ଚକ୍ରିରେ ନିଆଁ ଲାଗିବା ପରେ ଏହା ଭୂମିରେ ଗୋଲ୍ଗୋଲ୍ ଘୂରିବା ପରିବର୍ତ୍ତେ ହଠାତ୍ ନିୟନ୍ତ୍ରଣ ହରାଇ ଦ୍ରୁତ ଗତିରେ ଘୋଷାଡ଼ି ହୋଇ ଘରର ଚଟାଣ ଭିତରକୁ ପଶିଯାଇଥିଲା। ଦୁର୍ଭାଗ୍ୟବଶତଃ, ସେହି ଚଟାଣ ନିକଟରେ ଫୁଟାଇବା ପାଇଁ ବହୁ ପରିମାଣରେ ବାଣ ରଖାଯାଇଥିଲା। ଚକ୍ରିରୁ ବାହାରୁଥିବା ନିଆଁର ଝୁଲ ସିଧାସଳଖ ବାଣ ଗଦା ଉପରେ ପଡ଼ିଥିଲା। ଫଳରେ ସେଠାରେ ଥିବା ରକେଟ୍, ବୋମା ଓ ବାଣ ମାଳରେ ଏକାସାଙ୍ଗରେ ଭୟଙ୍କର ନିଆଁ ଲାଗିଯାଇଥିଲା।
ଚାରିଆଡ଼େ ହାହାକାର, ଅଳ୍ପକେ ବର୍ତ୍ତିଲେ ଲୋକେ
ବାଣରେ ନିଆଁ ଲାଗିବା ମାତ୍ରେ ଚାରିଆଡ଼େ ଧୂଆଁର ଆସ୍ତରଣ ଏବଂ ଲଗାତାର ବାଣ ଫୁଟିବାର ଶବ୍ଦରେ ପୂରା ଅଞ୍ଚଳ ଥରି ଉଠିଥିଲା। ଘର ବାହାରେ ଥିବା ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିଥିଲେ। ସୌଭାଗ୍ୟବଶତଃ ନିଆଁ ଘର ଭିତରର କୋଠରି ପର୍ଯ୍ୟନ୍ତ ପହଞ୍ଚି ନଥିଲା। ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ନଚେତ୍ ଏକ ବଡ଼ ଅଘଟଣ ଘଟିବା ସହ ପୂରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଥାନ୍ତା।
Bc! Crazy😭🧨 pic.twitter.com/ENHoG6fkHI
— Ghar Ke Kalesh (@gharkekalesh) November 9, 2026ଦିପାବଳୀ ପରେ କେତେଦିନ ରହେ ବାୟୁ ପ୍ରଦୂଷଣ? ୧୦ ବର୍ଷର ତଥ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ

1 hour ago
1


