Four Arrested After Scuffle ବାଣଫୁଟାକୁ ନେଇ ମହିଳା ଆଇପିଏସ୍‌ଙ୍କୁ ଠେଲାପେଲା: ୧୦ଜଣ ଅଟକ, ୪ ଯୁବକ ଗିରଫ

57 minutes ago 1
ARTICLE AD BOX

କଟକ (ଆଲୋକ ମହାନ୍ତି):  ଦୀପାବଳି ପାଳନ ରାତିରେ ଲାଲବାଗ ଥାନା ନୟାସଡ଼କ ଅଞ୍ଚଳରେ ବିଳମ୍ବିତ ରାତିରେ ବାଣ ଫୁଟାଇବା ଘଟଣାରେ ତାଗିଦ୍‌ କରିଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ଏସିପି ଅନନ୍ୟା ଅୱସ୍ତି ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୧୦ଜଣ ଅଟକ ରହିଥିବା ବେଳେ ୪ ଗିରଫ ହୋଇଛନ୍ତି। ଭିଡିଓ ଆଧାରରେ ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଛି ବୋଲି ପୁଲିସ କହିଛି। 

Diwali Firecracker Ban: ‘ଧର୍ମ ସହିତ ବାଣଫୁଟାର କ’ଣ ସମ୍ପର୍କ’: ଦୀପାବଳିରେ ବାଣଫୁଟାକୁ ନେଇ ସୁପ୍ରିମକୋର୍ଟରେ ଉଷ୍ମ ବିତର୍କ
ସୂଚନାନୁସାରେ, ଗତକାଲି (ଦୀପାବଳି) ସନ୍ଧ୍ୟା  ୭ ଟା ରୁ  ୯ ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ନିୟମ ଲାଗୁ ହୋଇଥିଲା। ହେଲେ ସହର ଠାରୁ ପୁରପଲ୍ଲୀ ଅଧିକଂଶ ସ୍ଥାନରେ  ରାତିଅଧ ପର୍ଯ୍ୟନ୍ତ ବଣଫୁଟା ଚାଲିଥିଲା।  ବିଶେଷ କରି କଟକ ଲାଲବାଗ୍ ଥାନା ଅଞ୍ଚଳରେ ଗତକାଲି ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଲୋକମାନେ ରାସ୍ତା ଉପରେ ବାଣଫୁଟାଉଥିବା ବେଳେ ଏକ ଜଳନ୍ତା ବାଣକୁ ଜଣେ ପୁଲିସ ଅଧିକାରୀ ପାଦରେ ଲାତ ମାରିଥିଲେ। ତାହ ଯାଇ ଅନ୍ୟ ଏକ ଯୁବକଙ୍କ ଗୋଡ଼ ନିକଟରେ ଫୁଟିଯାଇଥିଲା। ଏଥିରେ ଉକ୍ତ ଯୁବକଜଣକ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ପୁଲିସ ମଧ୍ୟରେ ଉଚ୍ଚବାଚ ଓ ଠେଲାପେଲା ହୋଇଥିଲା। ଆଇପିଏସ ଅଧିକାରୀ ଅନନ୍ୟା ଅୱସ୍ତି ଏହାମଧ୍ୟରେ ପଶି ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ କେତେକ ଯୁବକ ମହିଳା ଅଧିକାରୀଜଣଙ୍କୁ ଠେଲାପେଲା କରିଥିଲେ। 

ଏବର୍ଷ ୨ ଘଣ୍ଟା ବାଣଫୁଟା: ସନ୍ଧ୍ୟା ୭ରୁ ରାତି ୯ଟା, ବାଣ ଶବ୍ଦ ୧୨୫ ଡେସିବଲ୍‌ରୁ ଅଧିକ ହେବନି
ଆଜି (ସୋମବାର) ଧାର୍ଯ୍ୟ  ସମୟ  ନିୟମ ଉଲଙ୍ଘନ କରି ବାଣ  ଫୁଟାଇବା , କର୍ତ୍ତବ୍ୟରେ ଥିବା ପୁଲିସ ଅଧିକାରୀକୁ ଆକ୍ରମଣ କରିବା, ଲୋକଙ୍କୁ ବିପଦ୍ ଅବସ୍ଥାରେ ପକାଇ ବାଣ ଫୁଟାଇବା  ଆଦି ଦଫାରେ ଏକ ମାମଲା ରୁଜୁ କରିଛି। ଏହି ମାମଲାରେ ୧୦ଜଣଙ୍କୁ  ଆଟାକ୍ ରଖିଛି। ସେମାନଙ୍କ ଭିତରୁ ୪ଜଣକୁ କୋର୍ଟ ଚାଲାଣ କରିଛି।  ସେହିପରି ଗତକାଲି କିଛି ଅମାନିଆଙ୍କ ଭିଡିଓ ଆଧାରରେ  ଗିରଫ କରିବାଲାଗି ପୁଲିସ ତାଲିକା କରୁଛି।  ଏହି ଘଟଣାରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି କଟକ ଡିସିପି ଋଷି କେଶ ଖିଲାରୀ କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.