Village: ସୀମାନ୍ତ ଗାଁର ବିକାଶ ପାଇଁ ୧୧,୬୩୯ କୋଟି; ୨,୬୧୬ ଗାଁ ପାଇଁ ବିକାଶ ନକ୍ସା

17 hours ago 2
ARTICLE AD BOX

ନୂଆଦିଲ୍ଲୀ: ଦେଶର ଅନ୍ତର୍ଜାତୀୟ ସୀମାରେ ଥିବା ଗାଁଗୁଡ଼ିକୁ ଅର୍ଥନୈତିକ କାର୍ଯ୍ୟକଳାପର ପେଣ୍ଠସ୍ଥଳରେ ପରିଣତ କରିବାକୁ କେନ୍ଦ୍ର ସରକାର ୧୧,୬୩୯ କୋଟି ଟଙ୍କାର ଭାଇବ୍ରାଣ୍ଟ ଭିଲେଜେସ୍‌ ପ୍ରୋଗ୍ରାମ୍‌ (ଭିଭିପି) କାର୍ଯ୍ୟକାରୀ କରୁଛନ୍ତି। ଦୁଇଟି ପର୍ଯ୍ୟାୟରେ ଏହି ଯୋଜନାରେ ୨,୬୧୬ରୁ ଅଧିକ ସୀମାନ୍ତ ଗାଁକୁ ସାମିଲ କରାଯାଇଛି। ଲକ୍ଷ୍ୟ ହେଉଛି ଗାଁଗୁଡ଼ିକରେ ଜନବସତି ବଜାୟ ରଖିବା, ପଳାୟନ ରୋକିବା ଏବଂ ସୀମା ସୁରକ୍ଷାକୁ ମଜଭୁତ କରିବା।

ଭିଭିପି-୧ରେ ଅରୁଣାଚଳ ପ୍ରଦେଶର ୪୫୫, ହିମାଚଳ ପ୍ରଦେଶର ୭୫, ଉତ୍ତରାଖଣ୍ଡର ୫୧, ସିକ୍କିମର ୪୬ ଓ ଲଦାଖର ୩୫ଟି ଗାଁ ସମେତ ୬୬୨ଟି ଗାଁ ରହିଛି। ଏହି ପର୍ଯ୍ୟାୟ ୧୦ ଏପ୍ରିଲ ୨୦୨୩ରେ ଆରମ୍ଭ ହୋଇଥିଲା ଏବଂ ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ଏଥିପାଇଁ ୪,୮୦୦ କୋଟି ଟଙ୍କା ବ୍ୟୟ ହେବ। ଭିଭିପି-୨ରେ ଅନ୍ୟ ଅନ୍ତର୍ଜାତୀୟ ସୀମାର ୧,୯୫୪ଟି ଗାଁକୁ ସାମିଲ କରାଯାଇଛି। ଏହି ପର୍ଯ୍ୟାୟ ୨୦ ଫେବ୍ରୁଆରି ୨୦୨୬ରେ ଆରମ୍ଭ ହୋଇଥିବାବେଳେ ୨୦୨୮-୨୯ ପର୍ଯ୍ୟନ୍ତ ୬,୮୩୯ କୋଟି ଟଙ୍କା ଖର୍ଚ୍ଚ ହେବ।

ଆହୁରି ପଢ଼ନ୍ତୁ: Bengali: ‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’: ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଦୁର୍ଗା ପୂଜା ଟିପ୍ପଣୀ ଉପରେ ରାଜ୍ୟ ବିଜେପି ମୁଖ୍ୟଙ୍କ ପ୍ରତିକ୍ରିୟା

ଏହା ଅଧୀନରେ ସଡ଼କ, ବିଦ୍ୟୁତ୍‌, ଦୂରସଂଚାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବିକା ସୁଯୋଗ ବଢ଼ାଯିବ। ସେହିପରି ସୀମାରେ ନିୟୋଜିତ ସୁରକ୍ଷା ବାହିନୀ ସ୍ଥାନୀୟ ଗାଁରୁ କ୍ଷୀର, ପନିପରିବା, ଅଣ୍ଡା ଓ ଶସ୍ୟ ଭଳି ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ କିଣିବେ। ଏଥିପାଇଁ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମେ, ଦିବାଙ୍ଗ ଉପତ୍ୟକା ଓ ଶି-ୟୋମି ଜିଲ୍ଲାର କିଛି ଗାଁକୁ ଲୋକେ ଫେରୁଥିବା ସୂଚନା ମିଳିଛି। ଗାଁଗୁଡ଼ିକରେ ସ୍କୁଲ, ହସ୍ପିଟାଲ ଓ କଲେଜ ଖୋଲିବାକୁ ମଧ୍ୟ ଯୋଜନା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.