Leopard Spotted Again ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ ପୁଣି ବାଘ

26 minutes ago 1
ARTICLE AD BOX

ନୂଆପଡ଼ା:  ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ସୋସେଙ୍ଗ ସେକସନର ଦେଓସିଲ୍ ଗାଁରେ ଏକ କଲରାପତରିଆ ବାଘ ରାତିରେ ଗାଁ ଭିତରକୁ ପଶି ଏକ ବାଛୁରୀକୁ ମାରି ଖାଇ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇଥିବା ବେଳେ ବନବିଭାଗ କର୍ମଚାରୀ ଓ ବିଶେଷଜ୍ଞ ଟିମ୍‌ ଆସି ସରଜମିନ ତଦନ୍ତ କରି ଫେରିଛନ୍ତି। 

Man Animal Conflict: ମଧ୍ୟପ୍ରଦେଶରେ ମାନବ-ବନ୍ୟପ୍ରାଣୀ ସଂଘର୍ଷ: ୮ ମାସରେ ୫୦ ମୃତ, ୪୫ରୁ ଅଧିକ ବାଘଙ୍କ ଜୀବନ ଗଲାଣି
ଗତ ରାତିରେ ଦେଓସିଲ ଗାଁର ବ୍ୟାସଦେବ ମାଝୀଙ୍କ ବାଛୁରୀ ଗାଁ ଦାଣ୍ଡରେ ବନ୍ଧା ହୋଇଥିଲା l ଆଜି ସକାଳେ ବାଛୁରୀର ମୃତ ଦେହ ଦେଖି ଗାଁ ଲୋକେ ସୁନାବେଡ଼ା ଅଭୟାରଣ୍ୟ ବିଭାଗକୁ ସୂଚନା ଦେଇଥିଲେ l ବିଭାଗର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ବାଛୁରୀଟିକୁ ଏକ କଲରପତରିଆ ବାଘ ମାରିଥିବା ସ୍ପଷ୍ଟ ହୋଇଛି। ବାଘକୁ ଚିହ୍ନଟ କରିବାକୁ ଗାଁ ନିକଟସ୍ଥ ଜଙ୍ଗଲରେ କ୍ୟାମେରା ଲଗା ଯାଇଛି l ସନ୍ଧ୍ୟା ପରେ ନିକଟସ୍ଥ ଜଙ୍ଗଲକୁ ନଯିବା ଓ ଘରୁ ନ ବାହାରିବାକୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର‌ ଯୋଗେ ଗାଁ ଲୋକଙ୍କୁ ସଚେତନତା କରାଯାଇଛି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.