ARTICLE AD BOX
ଆୟ ବର୍ହିଭୂତ ଅଭିଯୋଗ ନେଇ ବୁଧବାର ଦିନ କେନ୍ଦ୍ରାପଡ଼ା ‘ଫରେଷ୍ଟ ରେଞ୍ଜ’ର ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ୪ଟି ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। କଟକ ଡିଭିଜନ ପକ୍ଷରୁ ହୋଇଥିବା ଚଢ଼ଉରେ ୫ଜଣ ଡିଏସ୍ପି, ୯ଜଣ...
/sambad/media/media_files/2026/07/08/new-project-2026-07-08-15-58-32.jpg)
ଭୁବନେଶ୍ବର: ଆୟ ବର୍ହିଭୂତ ଅଭିଯୋଗ ନେଇ ବୁଧବାର ଦିନ କେନ୍ଦ୍ରାପଡ଼ା ‘ଫରେଷ୍ଟ ରେଞ୍ଜ’ର ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ୪ଟି ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। କଟକ ଡିଭିଜନ ପକ୍ଷରୁ ହୋଇଥିବା ଚଢ଼ଉରେ ୫ଜଣ ଡିଏସ୍ପି, ୯ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇ ସମେତ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।
ରିପୋର୍ଟ ଲେଖାଯିବା ବେଳକୁ ଶ୍ରୀ ନାୟକଙ୍କର ୪ଟି ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଲକ୍ଷଲକ୍ଷ ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଚଢ଼ଉ ଜାରି...
- କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ଗୋଡିସାହି ନିକଟ ମୁଣ୍ଡଳୀରେ ଏକ ଚାରିମହଲା କୋଠା, ଯାହାର ଆକାର ୬,୪୦୦ ବର୍ଗ ଫୁଟ୍
- କଟକ ଜିଲ୍ଲା ବାଙ୍କୀ ଥାନା ଅଧୀନ ସାହାଡାପଡ଼ାସ୍ଥିତ ପୈତୃକ ଘର
- କେନ୍ଦ୍ରାପଡ଼ାସ୍ଥିତ ଫରେଷ୍ଟ ରେଞ୍ଜର କାର୍ଯ୍ୟାଳୟ
- କେନ୍ଦ୍ରାପଡ଼ାସ୍ଥିତ ଫରେଷ୍ଟ ରେଞ୍ଜରଙ୍କ ଅସ୍ଥାୟୀ ଘର
- ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନଗଦ ୨,୧୪,୦୦୦ ଟଙ୍କା ଜବତ
- ୪୩ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିତ
- ଏକ ଚାରିଚକିଆ ଯାନ, ଗୋଟିଏ ବାଇକ ଏବଂ ଅଳଙ୍କାର ଜବତ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


