ARTICLE AD BOX
ଭୁବନେଶ୍ୱର: ବେଦାନ୍ତଆଲୁମିନିୟମ କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ବ୍ଲକର ୧୮୦ ରୁ ଅଧିକ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ସହାୟତା, ପରାମର୍ଶ ଓ ପରବର୍ତ୍ତୀ ସେବା ପ୍ରଦାନ କରିଛି। ଏହି ପଦକ୍ଷେପର ଅଂଶବିଶେଷ ନିୟମିତ ପରାମର୍ଶ ଓ ସଚେତନତା ଅଧିବେଶନ ସହିତ ୭୧୭ରୁ ଅଧିକ ପୁଷ୍ଟିସାଧନ କିଟ୍ ବଣ୍ଟନ କରାଯାଇଛି। ସରକାରଙ୍କ ନିକ୍ଷୟ ମିତ୍ର ପଦକ୍ଷେପ ଯକ୍ଷ୍ମା ମୁକ୍ତ ଭାରତର ଦୃଷ୍ଟିକୋଣକୁ ସମର୍ଥନ କରିବା ପାଇଁ ବେଦାନ୍ତ ଆଲୁମିନିୟମ କୋଇଲା ଖଣିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ପଦକ୍ଷେପ ୨୦୨୫-୨୬ ଆର୍ଥିକ ବର୍ଷରେ ୧୫୪ରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିଲା।
ଆହୁରି ପଢନ୍ତୁ: Infosys: ଆଶିଷ କୁମାର ଦାଶ ଇନଫୋସିସର ନୂଆ ସିଇଓ
ଏହି ପଦକ୍ଷେପ ବିଷୟରେ କମ୍ପାନିର ସିଇଓ ଅମରେଶ କୁମାର କହିଛନ୍ତି ଯେ ଆମର ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଆମେ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଯତ୍ନ, ପରାମର୍ଶ ଓ ପ୍ରୋତ୍ସାହନ ସହିତ ସମର୍ଥନ କରୁଛୁ ଯାହା ସେମାନଙ୍କୁ ସଫଳତାର ସହ ସେମାନଙ୍କର ଚିକିତ୍ସା ଯାତ୍ରା ସମାପ୍ତ କରିବାରେ ସାହାଯ୍ୟ କରୁଛି । ଏହି ପଦକ୍ଷେପ ଭାରତ ସରକାର ଏବଂ ସ୍ଥାନୀୟ ଲୋକଙ୍କ ସହିତ ମିଶି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଯକ୍ଷ୍ମା ମୁକ୍ତ ଭାରତର ସ୍ୱପ୍ନରେ ଯୋଗଦାନ କରିବା ଲାଗି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

1 hour ago
3


