Crows: ମଣିଷଠୁ ଦୁଇଗୁଣ ଦ୍ରୁତ ନିଷ୍ପତ୍ତି ନେଇପାରେ କାଉ

17 minutes ago 1
ARTICLE AD BOX

ଆପଣ ଜାଣନ୍ତି କି, ଆମେ ଯେତିକି ସମୟରେ କୌଣସି ଜିନିଷ ଦେଖି ନିଷ୍ପତ୍ତି ନେଇଥାଉ, କାଉ ତା’ର ଅଧା ସମୟରେ ସେହି ନିଷ୍ପତ୍ତି ନେଇପାରେ? ଜର୍ମାନିର ଟ୍ୟୁବିଙ୍ଗେନ୍‌ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଏକ ନୂତନ ଗବେଷଣାରୁ ଏହି ଆଶ୍ଚର୍ଯ୍ୟଜନକ ସତ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନେ ଦୁଇଟି କାଉଙ୍କ ଉପରେ ଏକ ବିଶେଷ ପରୀକ୍ଷା କରିଥିଲେ। ଟଚ୍‌ସ୍କ୍ରିନ୍‌ ଆଗରେ ସେମାନଙ୍କୁ କିଛି ଗତିଶୀଳ ବିନ୍ଦୁ ଦେଖାଯାଇଥିଲା, ଯାହା ବାମ କିମ୍ବା ଡାହାଣ ଦିଗକୁ ଗତି କରୁଥିଲା। କାଉମାନଙ୍କୁ ଚିହ୍ନଟ କରିବାର ଥିଲା ଯେ ବିନ୍ଦୁଗୁଡ଼ିକ କେଉଁ ଦିଗକୁ ଯାଉଛନ୍ତି। କାଉମାନେ ହାରାହାରି ୨୩୫ ମିଲିସେକେଣ୍ଡ୍‌ ସମୟ ମଧ୍ୟରେ ଠିକ୍‌ ନିଷ୍ପତ୍ତି ନେଇପାରିଥିଲେ। ଏହା ମଣିଷ କିମ୍ବା ମାଙ୍କଡ଼ଙ୍କ ନିଷ୍ପତ୍ତି ନେବା ସମୟ ତୁଳନାରେ ପ୍ରାୟ ଦୁଇଗୁଣ କ୍ଷିପ୍ର। ଏହାସହିତ ସଙ୍କେତ ସ୍ପଷ୍ଟ ଥିବା ବେଳେ ସେମାନଙ୍କ ନିଷ୍ପତ୍ତି ପ୍ରାୟ ୧୦୦ ପ୍ରତିଶତ ଠିକ୍‌ ଥିଲା। 

 ଏକ ଅଧ୍ୟୟନ ଅନୁଯାୟୀ, ଗବେଷକ ଫିଲିପ୍ ସ୍ମିଡ୍‌ବୋଅର ଓ ପ୍ରଫେସର ଆଣ୍ଡ୍ରିଆସ୍ ନିଡର୍‌ କାଉଙ୍କ ମସ୍ତିଷ୍କର ନିଡୋପାଲିୟମ୍ କୌଡୋଲାଟେରାଲ ନାମକ ଅଞ୍ଚଳର ନ୍ୟୁରନ୍ ଗତିବିଧି ଅନୁଧ୍ୟାନ କରିଥିଲେ। ଏହି ଅଞ୍ଚଳଟି ମଣିଷର ‘ପ୍ରିଫ୍ରଣ୍ଟାଲ୍ କୋର୍ଟେକ୍ସ’ ପରି କାମ କରିଥାଏ। ସ୍କ୍ରିନରେ ବିନ୍ଦୁଗୁଡ଼ିକ ଦେଖାଯିବାର ମାତ୍ର ୭୦ ମିଲିସେକେଣ୍ଡ ମଧ୍ୟରେ କାଉର ମସ୍ତିଷ୍କ ଦିଗ ବାରିବା ଆରମ୍ଭ କରିଦେଇଥିଲା। ପ୍ରଫେସର ନିଡର୍‌ଙ୍କ ଅନୁଯାୟୀ, ଆକାଶରେ ତୀବ୍ର ଗତିରେ ଉଡ଼ିବା, ଆକସ୍ମିକ ମୋଡ଼ ନେବା ଓ ଖାଦ୍ୟ ଖୋଜିବା ପାଇଁ ପକ୍ଷୀମାନଙ୍କୁ ସେମାନଙ୍କ ଦୃଷ୍ଟିଶକ୍ତି ଉପରେ ଶୀଘ୍ର ନିର୍ଭର କରିବାକୁ ପଡ଼ିଥାଏ। ଏହି କାରଣରୁ କାଉମାନଙ୍କର ନିଷ୍ପତ୍ତି ନେବା କ୍ଷମତା ଦ୍ରୁତ ହୋଇଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.