Uttarpradesh: ୟୁପିରେ କଂଗ୍ରେସର ୧୭୫-୨୦୦ ଆସନ ଦାବି: ‘ଜିତିବା ଯୋଗ୍ୟତା’ ପ୍ରସଙ୍ଗ ଉଠାଇଲା ସପା

1 hour ago 2
ARTICLE AD BOX

ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଆନୁଷ୍ଠାନିକ ଆଲୋଚନା ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୧୭୫ରୁ ୨୦୦ଟି ଆସନ ପାଇଁ ଏକ ତାଲିକା ସମାଜବାଦୀ ପାର୍ଟି ନେତୃତ୍ୱକୁ ହସ୍ତାନ୍ତର କରାଯାଇଛି। କଂଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ରାଜେନ୍ଦ୍ର ପାଲ୍ ଗୌତମ ଜଣାଇଛନ୍ତି ଯେ ମୋଟ ୪୦୩ ଆସନ ବିଶିଷ୍ଟ ବିଧାନସଭା ପାଇଁ ଉଭୟ ଦଳର ବରିଷ୍ଠ ନେତାମାନେ ଖୁବ୍‌ଶୀଘ୍ର ଆଲୋଚନା ମାଧ୍ୟମରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଆହୁରି ପଢନ୍ତୁ: Rahul Gandhi: ଦିଲ୍ଲୀରେ ମେଣ୍ଟ ରାଲି ସ୍ଥଗିତ ଦାବି: ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲା ବ୍ୟବସାୟୀ ସଂଗଠନ

ତେବେ ୨୦୨୪ ଲୋକସଭା ନିର୍ବାଚନର ସଫଳତା ସତ୍ତ୍ୱେ ସମାଜବାଦୀ ପାର୍ଟିର ଅନେକ ନେତା କଂଗ୍ରେସର ଏଭଳି ବଡ଼ ଦାବିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନରେ କେବଳ ‘ଜିତିବା ଯୋଗ୍ୟତା’ ହିଁ ଏକମାତ୍ର ମାପଦଣ୍ଡ ହେବ। ରାଜନୀତିରେ ଯିଏ ଯାହା ମଧ୍ୟ ଦାବି କରିପାରେ, ମାତ୍ର ଏକ ଗ୍ରହଣୀୟ ସମାଧାନ ପାଇଁ ବାସ୍ତବତାକୁ ଦେଖିବାକୁ ହେବ। ସୂଚନାଯୋଗ୍ୟ ଯେ, ୧୯୮୯ ମସିହାରେ ଶେଷ ଥର ପାଇଁ ଉତ୍ତର ପ୍ରଦେଶ ଶାସନରେ ଥିବା କଂଗ୍ରେସର ଶକ୍ତି ଦିନକୁ ଦିନ ହ୍ରାସ ପାଇଛି। ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢ଼ି ମାତ୍ର ୨ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା, ଯାହା ୨୦୧୭ର ୭ଟି ଆସନ ତୁଳନାରେ ମଧ୍ୟ କମ୍ ଥିଲା।

ଅନ୍ୟପଟେ ଶୁକ୍ରବାର ଲକ୍ଷ୍ନୌଠାରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ, ଆମର ସାମୂହିକ ଲକ୍ଷ୍ୟ ହେଉଛି ଭାରତୀୟ ଜନତା ପାର୍ଟି ‘ବିଜେପି’କୁ କ୍ଷମତାରୁ ହଟାଇବା। ଏଥିପାଇଁ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଇଣ୍ଡି ମେଣ୍ଟକୁ ଅଧିକ ଶକ୍ତିଶାଳୀ କରିବାକୁ ହେବ। ବିଜେପିର ପରାଜୟ ସୁନିଶ୍ଚିତ କରିବା ପାଇଁ ଆମେ ଜନସାଧାରଣଙ୍କୁ ବୁଝାଇବୁ ଏବଂ ଏହି ମେଣ୍ଟ ପ୍ରଭାବଶାଳୀ ଭାବେ ଆଗକୁ ବଢ଼ିବ। ଗତ ୨୦୨୪ ଲୋକସଭା ନିର୍ବାଚନରେ ଏହି ମେଣ୍ଟ ଯୋଗୁଁ ସମାଜବାଦୀ ପାର୍ଟି ୩୭ଟି ଏବଂ କଂଗ୍ରେସ ୬ଟି ଆସନ ଜିତି ବିଜେପିକୁ ୩୩ଟି ଆସନରେ ସୀମିତ ରଖିଥିବାରୁ କଂଗ୍ରେସ ନେତାମାନେ ଏହି ବିଧାନସଭାରେ ଭଲ ପ୍ରଦର୍ଶନ ପାଇଁ ଆଶାବାଦୀ ଅଛନ୍ତି।

ଆହୁରି ପଢନ୍ତୁ: ଆମେରିକା-ଇରାନ ମଧ୍ୟରେ ପୁଣି ବଡ଼ ଯୁଦ୍ଧ ସଙ୍କେତ; ସାମ୍ନାକୁ ଆସିଲା ୫ଟି ବଡ଼ କାରଣ

ଉତ୍ତର ପ୍ରଦେଶ କଂଗ୍ରେସ ନେତୃତ୍ୱରେ ନିକଟରେ ହୋଇଥିବା ପରିବର୍ତ୍ତନ ମଧ୍ୟ ମେଣ୍ଟ ପ୍ରକ୍ରିୟାକୁ ସହଜ କରିଛି। ପୂର୍ବତନ ରାଜ୍ୟ ସଭାପତି ଅଜୟ ରାୟଙ୍କ ସ୍ଥାନରେ ବିଧାୟିକା ଆରାଧନା ମିଶ୍ର ମୋନାଙ୍କୁ ଦାୟିତ୍ୱ ଦିଆଯାଇଛି। ଆରାଧନାଙ୍କର ସମାଜବାଦୀ ପାର୍ଟି ନେତୃତ୍ୱ ସହ ଉତ୍ତମ ସମ୍ପର୍କ ରହିଥିବାରୁ ଆସନ ଭାଗବଣ୍ଟା ସହଜ ହେବ ବୋଲି ଆଶା କରାଯାଉଛି। କଂଗ୍ରେସ ବିଜେପି ରଣନୀତି ଅନୁଯାୟୀ ନିଜର ସ୍ଥିତି ଆଧାରରେ ଆସନଗୁଡ଼ିକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରିଛି। ୨୦୨୭ର ଏହି ନିର୍ବାଚନୀ ମହାଲଢ଼େଇ ମୁଖ୍ୟତଃ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ସମାଜବାଦୀ ପାର୍ଟି ମେଣ୍ଟ ମଧ୍ୟରେ ହେବାକୁ ଯାଉଥିବା ବେଳେ ଅପନା ଦଳ (ଏସ୍), ନିଷାଦ ପାର୍ଟି ଏବଂ ବିଏସ୍‌ପି ଏଠାରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.