Drought: ବଦଳିଲାନି ବ୍ୟବସ୍ଥା; ନିଅଣ୍ଟିଆ ବର୍ଷା ଓ ଟାଣ ଖରାରେ ମଉଳୁଛି ଧାନଗଛ, ଚିନ୍ତାରେ ଚାଷୀ

1 hour ago 2
ARTICLE AD BOX

ବାଲିଶଙ୍କରା: ଆଗରୁ ଅତ୍ୟଧିକ ବର୍ଷା ଚାଷକାମରେ ବାଧା ସୃଷ୍ଟି କଲା। ଏବେ ନିଅଣ୍ଟିଆ ବର୍ଷା ଓ ଟାଣ ଖରା ଧାନଚାଷ ପାଇଁ ସଙ୍କଟ ଆଣିଛି। ରାଜ୍ୟରେ ସରକାର ସିନା ବଳଦିଲା। ହେଲେ ଚାଷୀମାନେ ଏବେ ମଧ୍ୟ ସରକାରୀ ବ୍ୟବସ୍ଥାରେ ଚାଷଜମିରେ ପାଣି ପାଇପାରୁ ନାହାଁନ୍ତି। ଇନ୍ଦ୍ରଙ୍କ ଭରସାରେ ଚାଷ କାମ ହେଉଛି। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ୧୯ଟି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ବର୍ଷା ଅଭାବରୁ ଚାଷଜମି ଶୁଖିବା ସହ ଧାନଗଛ ମଉଳିବାକୁ ବସିଲାଣି। ଫଳରେ ଚଳିତ ଖରିଫ ଧାନଚାଷର ଅମଳକୁ ନେଇ ଚାଷୀଙ୍କ ମନରେ ଆଶଙ୍କା ବଢ଼ିଛି। 

ଚାଷୀଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ପ୍ରାରମ୍ଭରେ ଅତ୍ୟଧିକ ବର୍ଷା ଯୋଗୁଁ ଅନେକ ଚାଷଜମିରେ ପାଣି ଜମି ରହିଥିଲା। ଏଥିପାଇଁ ଠିକ୍ ସମୟରେ ଚାଷକାମ ଆଗେଇ ପାରିନଥିଲା। ବିଶେଷକରି ଖାଲ ଓ ବାହାଲ ଜମିରେ ଧାନଚାଷ ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ଢିପ ଜମିରେ ଧାନ ଅମଳ କାର୍ଯ୍ୟ ଚାଲିଥିବାବେଳେ ବିଳମ୍ବରେ ଚାଷ ହୋଇଥିବା ଜମିଗୁଡ଼ିକ ଏବେ ବର୍ଷା ଅଭାବର ସମ୍ମୁଖୀନ ହେଉଛି। 

ମାଟି ଶୁଖି ଫାଟିଲା
ଗତ ପ୍ରାୟ ଏକ ମାସ ହେବ ଆବଶ୍ୟକ ବର୍ଷା ହୋଇନଥିବାରୁ ଜମିର ମାଟି ଶୁଖି ଫାଟିବା ଆରମ୍ଭ କରିଛି। ଏହା ସହିତ ଟାଣ ଖରା ଯୋଗୁଁ ଧାନଗଛର ବୃଦ୍ଧି ବାଧାପ୍ରାପ୍ତ ହେବା ସହ ଗଛଗୁଡ଼ିକ ମଉଳିବାକୁ ଲାଗିଛି। ସମୟ ମଧ୍ୟରେ ବର୍ଷା ନହେଲେ ଧାନ ଅମଳ ହ୍ରାସ ପାଇବା ସହ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ଆଶଙ୍କା ରହିଛି। ଚାଷ ଉପରେ ନିର୍ଭରଶୀଳ ଚାଷୀଙ୍କ ପାଇଁ ଏହି ପରିସ୍ଥିତି ଚିନ୍ତାର କାରଣ ପାଲଟିଛି। ଚାଷ ପାଇଁ ଖର୍ଚ୍ଚ କରିଥିବା ଅର୍ଥ ଫେରିପାଇବା ନେଇ ମଧ୍ୟ ସେମାନେ ଆଶଙ୍କାରେ ଅଛନ୍ତି। ଏଭଳି ସ୍ଥିତିରେ କୃଷି ବିଭାଗ ଓ ପ୍ରଶାସନ ପକ୍ଷରୁ ବାଲିଶଙ୍କରା ବ୍ଲକର ୧୯ଟି ପଞ୍ଚାୟତର ଚାଷଜମି ପରିଦର୍ଶନ କରି ବର୍ଷା ଅଭାବଜନିତ କ୍ଷୟକ୍ଷତିର ଆକଳନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏଥିସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ଓ ଆବଶ୍ୟକ କୃଷି ସହାୟତା ଯୋଗାଇଦେବା ସହ ଚାଷଜମିକୁ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ଚାଷୀମହଲରୁ ଦାବି ହୋଇଛି।

Rain Shortage ନିଅଣ୍ଟିଆ ବର୍ଷାରେ ଝାରସୁଗୁଡ଼ାର ୧୧ ପଞ୍ଚାୟତରେ ଧାନ ଫସଲ ନଷ୍ଟ ଆଶଙ୍କା, ଜଳସେଚନ ଅଭାବରେ ଚାଷୀ ହନ୍ତସନ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.