ARTICLE AD BOX
ଡେରାଡୁନ: ଉତ୍ତରାଖଣ୍ଡର ଚାମୋଲି ସୁଡ଼ଙ୍ଗରେ ଗୁରୁବାର ଦିନ ଠାରୁ ଉଦ୍ଧାର ଅପରେସନ୍ ଜାରି ରହିଛି। ସୁଡ଼ଙ୍ଗ ଭିତରେ ଆହୁରି ୩ ଜଣ ଫସି ରହିଥିବାବେଳେ ସେମାନଙ୍କୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରହିଛି। କିନ୍ତୁ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର ଅପରେସନ୍ ବାଧାପ୍ରାପ୍ତ ହୋଇଛି। ସୁଡ଼ଙ୍ଗ ଭିତରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିିଛି। ଗଡ଼ୱାଲ ରେଞ୍ଜ ଆଇଜିପି ରାଜୀବ ସ୍ବରୂପ ସ୍ପଷ୍ଟ କରିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର ଅପରେସନ୍ରେ ବାଧା ଉପୁଜିଛି।
ତେବେ ଅପରେସନ୍ ସଫଳପ୍ରଦ ହେବ ବୋଲି ସେ ଦୃଢ଼ ବିଶ୍ବାସ ଦେଖାଇଛନ୍ତି। ଉଲ୍ଲେଖଯୋଗ୍ୟ ଚାମୋଲିର ପିପଲକୋଟିରେ ଗତକାଲି ତେହରି ଜଳ ବିକାଶ ନିଗମ ଲିମିଟେଡ୍ (ଟିଏଚ୍ଡିସି) ପ୍ରକଳ୍ପ ସ୍ଥଳରେ ମୋଟ୍ ୨୨ ଜଣ ଶ୍ରମିକ କାମ କରୁଥିଲେ।
ଏହି ସମୟରେ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା ଏବଂ ସୁଡ଼ଙ୍ଗ ଭିତରେ ପାଣି ପଶିଯାଇ ଅନେକଙ୍କୁ ଭସାଇ ନେଇଥିଲା। ଉଦ୍ଧାକାରୀ ଦଳ ୧୯ ଜଣଙ୍କୁ ବାହାର କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କୁ ଚିକିତ୍ସା କରାଯାଉଛି। ଅନ୍ୟ ୩ଜଣ ସୁଡ଼ଙ୍ଗ ଭିତରେ ନିଖୋଜ ହୋଇଯାଇଥିବାବେଳେ ସେମାନଙ୍କୁ ଉଦ୍ଧାର କରିବାପାଇଁ ଅପରେସନ୍ ଜାରି ରହିଛି।
Dead: ୮ ଦିନ ତଳେ ବଦଳି ହୋଇ ଆସିଥିଲେ, ଜୀବନ ହାରିଲେ ଦିଗପହଣ୍ଡି ଜେଲ୍ ୱାଡେନ୍

1 hour ago
1


