USS Abraham Lincoln sailor: ମାନସିକ ସନ୍ତୁଳନ ହରାଉଛନ୍ତି ଆମେରିକୀୟ ସୈନିକ; ଯୁଦ୍ଧଜାହାଜରୁ ଡେଇଁ ହାରୁଛନ୍ତି ଜୀବନ

10 hours ago 1
ARTICLE AD BOX

ୱାସିଂଟନ: ଇରାନ ବିରୋଧରେ ଡୋନାଲ୍ଡ ଟ୍ରମ୍ପଙ୍କ ମହଙ୍ଗା ଏବଂ ଦୀର୍ଘକାଳୀନ ଯୁଦ୍ଧ ଆମେରିକୀୟ ସୈନିକମାନଙ୍କୁ ମାନସିକ ବିଷାଦଗ୍ରସ୍ତ କରିଛି। ଫଳରେ ସେମାନେ ନିଜ ଜୀବନ ନେବା ପାଇଁ ସମୁଦ୍ରକୁ ଡେଇଁ ପଡୁଛନ୍ତି। ଯୁଦ୍ଧବିମାନ ବାହକ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନରେ ନିୟୋଜିତ ପ୍ରାୟ ୫ ହଜାର ସୈନିକଙ୍କ ପରିବାର କହିଛନ୍ତି ଯେ ସମୁଦ୍ରରେ ପ୍ରାୟ ନଅ ମାସ ମୁତୟନ, ବିଭିନ୍ନ ସମସ୍ୟା ଏବଂ ବାରମ୍ବାର ନିୟୋଜିତ ହେବା ସେମାନଙ୍କୁ ମାନସିକ ଭାବରେ ଭାଙ୍ଗି ଦେଇଛି। ମିଲିଟାରୀ ଟାଇମ୍ସ ରିପୋର୍ଟ କରିଛି ଯେ, ଜାହାଜରେ ଥିବା ଅନେକ ସୈନିକ ନିଜ ଜୀବନ ନେବାକୁ କରିବାକୁ ଚେଷ୍ଟା କରୁଛନ୍ତି।ୟୁଏସଏସ ଆବ୍ରାହମ ଲିଙ୍କନ ଲଗାତାର ପ୍ରାୟ ୨୬୬ ଦିନରୁ ଅଧିକ ଧରି ଦିନ ଧରି ସମୁଦ୍ରରେ ରହିଛି ଏବଂ ସ୍ଥଳଭାଗକୁ ଆସିନାହିଁ। ଜାହାଜରେ ଥିବା କର୍ମଚାରୀଙ୍କ ପାଇଁ ଏତେ ଲମ୍ବା ସମୟ ଧରି ନିୟୋଜିତ ହେବା କ୍ରମଶଃ କଷ୍ଟକର ହୋଇପଡୁଛି। ଗତ ଗୁରୁବାର ଦିନ, ସାନ ଡିଏଗୋରେ ଏକ ଭାବପ୍ରବଣ ବୈଠକ ହୋଇଥିଲା, ଯେଉଁଠାରେ ପ୍ରାୟ ୨୦୦ ସୈନିକଙ୍କ ପରିବାର ସଦସ୍ୟ ନୌସେନାର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିଲେ। ଷ୍ଟାର୍ସ ଆଣ୍ଡ ଷ୍ଟ୍ରାଇପ୍ସର ଏକ ରିପୋର୍ଟ ଅନୁଯାୟୀ, ପରିବାରବର୍ଗ ଜାହାଜରେ ବଢୁଥିବା ସଙ୍କଟ ବିଷୟରେ ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ।

ଲାଲକିଲ୍ଲା ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଅଲ୍-କାଏଦା: ଛୋଟ ଛୋଟ ସେଲ୍‌ଙ୍କ ଦ୍ବାରା ନେଟୱାର୍କ ବିସ୍ତାର

ଯୁଦ୍ଧଜାହାଜଟି ୨୧ ନଭେମ୍ବର ୨୦୨୫ ତାରିଖରେ ସାନ ଡିଏଗୋରୁ ଛାଡ଼ିଥିଲା। ପ୍ରାରମ୍ଭରେ, ଏହା ପ୍ରଶାନ୍ତ ମହାସାଗର ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ, ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ, ଏହାକୁ ମଧ୍ୟପ୍ରାଚ୍ୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଫଳସ୍ୱରୂପ, ସୈନ୍ୟମାନଙ୍କୁ ସ୍ଥଳଭାଗରେ ବହୁତ କମ୍ ସମୟ ମିଳିଥିଲା। ସେମାନେ ଏପର୍ଯ୍ୟନ୍ତ ସ୍ଥଳଭାଗରେ କେବଳ ଦୁଇ ଦିନ ବିତାଇବାର ସୁଯୋଗ ପାଇଛନ୍ତି। ସେମାନେ ଡିସେମ୍ବରରେ ଥରେ ଗୁଆମରେ ଏବଂ ପୁଣି ଥରେ ଜୁଲାଇରେ ଓମାନରେ ଅଟକିଥିଲେ।

ଇରାନ ନିକଟରେ ମୁତୟନ ହୋଇଛି ଆମେରିକା ଯୁଦ୍ଧ ବିମାନ

ପ୍ରଥମେ ମେ’ ମାସରେ ଏହି ନିୟୋଜନ ଶେଷ ହେବାର ଯୋଜନା ଥିଲା, କିନ୍ତୁ ଯୁଦ୍ଧ ଜାରି ରହିଥିବାରୁ ଏହାକୁ ଅନେକ ଥର ବୃଦ୍ଧି କରାଯାଇଛି । ବିମାନ ବାହକ ଜାହାଜଟି ଏବେ ଇରାନ ବିରୋଧରେ ପାଞ୍ଚ ମାସ ଧରି ସାମରିକ ଅଭିଯାନରେ ଅଛି। ଦୀର୍ଘ ସମୟ ଧରି ନିୟୋଜିତ ହେବାର ମାନସିକ ଚାପ ସହିତ,ଜାହାଜର ଭିତ୍ତିଭୂମି ବିଷୟରେ ମଧ୍ୟ ଅଭିଯୋଗ ଆସିଛି। ତେବେ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ଏହି ରିପୋର୍ଟଗୁଡ଼ିକୁ ମିଥ୍ୟା ଖବର ବୋଲି କହି ଖଣ୍ଡନ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.