US-Iran War: ଅନ୍ତିମ ସଂସ୍କାର ବନ୍ଦ କରିବା ପାଇଁ ଆମେରିକାର ଯୋଜନା ଥିବା ଅଭିଯୋଗ ଆଣିଲା ଇରାନ

1 month ago 16
ARTICLE AD BOX

ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ନିଆଁ ପୁଣି ଥରେ ଜଳି ଉଠିଛି। ଉଭୟ ଦେଶ ପରସ୍ପର ବିରୋଧରେ ପୁଣି ଆକ୍ରମଣ ଆରମ୍ଭ କରିଛନ୍ତି। ଆମେରିକା ମଶାଦ ସହରରେ ଦୁଇଟି ସେତୁ ଉଡ଼ାଇ ଦେଇଛି। ଏହା ଇରାନ ପାଇଁ ଏକ ବଡ଼ ଆଘାତ। ମଶାଦ ହେଉଛି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କ ଜନ୍ମସ୍ଥାନ। ସେଠାରେ ତାଙ୍କୁ କବର ଦିଆଯିବ। ତାଙ୍କ ଶବଯାତ୍ରା ସେଠାରେ ପହଞ୍ଚିବାକୁ ଯାଉଥିଲା। ଏହା ଘଟିବା ପୂର୍ବରୁ ଆମେରିକା ଆକ୍ରମଣ ଆରମ୍ଭ କରିଥିଲା।

ଆକ୍ରମଣ ପରେ ଇରାନ ଏକ ବିବୃତି ଜାରି କରି କହିଛି ଯେ, ଡୋନାଲ୍ଡ ଟ୍ରମ୍ପ ଖାମେନିଙ୍କ ଅନ୍ତିମ ସଂସ୍କାରକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ତିମ ସଂସ୍କାର ବନ୍ଦ କରିବା ପାଇଁ ଏଭଳି କରାଯାଉଥିବା ଇରାନ ଅଭିଯୋଗ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମଶାଦର ଏକ ହୋଟେଲରେ ଏକ ବ୍ୟାନର ଲଗାଯାଇଥିଲା, ଯେଉଁଥିରେ ଲେଖାଥିଲା, ଆମେ ଟ୍ରମ୍ପଙ୍କୁ ହତ୍ୟା କରିବୁ। ଇରାନର ଲୋକମାନଙ୍କ ମଧ୍ୟରେ ଟ୍ରମ୍ପ ଏବଂ ଆମେରିକା ପ୍ରତି ଆକ୍ରୋଶ ଭାବନା ସୃଷ୍ଟି ହୋଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.