US Defense Minister: ଶହୀଦଙ୍କ ସମାଧି ଆଗରେ ହସିଲେ ଆମେରିକାର ରକ୍ଷାମନ୍ତ୍ରୀ! ମନ୍ତ୍ରୀଙ୍କୁ ନିୟମ ଶିଖାଇଲେ ଜଣେ ସୈନିକ, ଭିଡିଓ ଭାଇରାଲ୍

55 minutes ago 1
ARTICLE AD BOX

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ରକ୍ଷାମନ୍ତ୍ରୀ। ହାତରେ ଦେଶର ସୁରକ୍ଷାର ଦାୟିତ୍ୱ। ହେଲେ ଦେଶ ପାଇଁ ପ୍ରାଣ ଦେଇଥିବା ଶହୀଦଙ୍କ ସମାଧି ଆଗରେ କେମିତି ଆଚରଣ କରିବାକୁ ହୁଏ, ତାହା ଯେମିତି ଭୁଲିଗଲେ। ଆଉ ମନ୍ତ୍ରୀଙ୍କୁ ଏହି କଥା ମନେ ପକାଇଦେଲେ ଜଣେ ସାଧାରଣ ସୈନିକ । ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଘଟଣାଟି ଆମେରିକାର ଆର୍ଲିଙ୍ଗଟନ୍ ନ୍ୟାସନାଲ୍ ସିମେଟ୍ରିର। 

RSS: ୪୪,୨୫୦ ଗୁଳି ଜବତ ଘଟଣାରେ ଆର୍‌ଏସ୍‌ଏସ୍‌କୁ ଯୋଡ଼ି ଅଡ଼ୁଆରେ ପ୍ରିୟଙ୍କ ଖଡ଼ଗେ

ଭେଟେରାନ୍ସ ଡେ ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆମେରିକାର ରକ୍ଷାମନ୍ତ୍ରୀ ପିଟ୍ ହେଗସେଥ୍ ଏଠାରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମ ପରେ ହେଗସେଥ୍ ଓ ତାଙ୍କ ସହ ଆସିଥିବା ଅଧିକାରୀମାନେ 'ଟମ୍ବ ଅଫ୍ ଦ ଅନନୋନ୍ ସୋଲଜର' ନିକଟରେ ଫଟୋ ଉଠାଉଥିଲେ। ଏହି ସମୟରେ ସେଠାରେ ହସଖୁସି ଓ କଥାବାର୍ତ୍ତାର ଶବ୍ଦ ଶୁଣିବାକୁ ମିଳିଥିଲା। ଏହା ଦେଖି ଡ୍ୟୁଟିରେ ଥିବା ଜଣେ ଆମେରିକୀୟ ସୈନିକ ଉଚ୍ଚ ସ୍ୱରରେ ସମସ୍ତଙ୍କୁ ତାଗିଦ୍ କରିଥିଲେ। ସେ କହିଥିଲେ, ସମସ୍ତ ପରିଦର୍ଶକ ଏହି ସ୍ଥାନରେ ସବୁବେଳେ ଶାନ୍ତି ଓ ସମ୍ମାନ ବଜାୟ ରଖିବା ଉଚିତ୍। ଏହି ସମାଧିସ୍ଥଳ ପ୍ରଥମ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ କୋରିଆ ଯୁଦ୍ଧରେ ପ୍ରାଣ ହରାଇଥିବା ଆମେରିକୀୟ ସୈନିକଙ୍କ ସ୍ମୃତି ବହନ କରେ। ଘଟଣାକୁ ନେଇ ପେଣ୍ଟାଗନ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଅନ୍ୟପଟେ ଡେମୋକ୍ରାଟ୍ ନେତାମାନେ ରକ୍ଷାମନ୍ତ୍ରୀଙ୍କ ଆଚରଣକୁ ସମାଲୋଚନା କରିଛନ୍ତି।  ତେବେ ଏହି ଘଟଣା ଗୋଟିଏ ବଡ଼ ପ୍ରଶ୍ନ ଛିଡ଼ା କରିଛି। ପଦପଦବୀ ଯେତେ ବଡ଼ ହେଉନା କାହିଁକି, ଶହୀଦଙ୍କ ପ୍ରତି ସମ୍ମାନ ସବୁଠୁ ଉପରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.