UPSC: ୟୁପିଏସ୍‌ସି ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ, ଡିସେମ୍ବର ୪ ଆବେଦନର ଶେଷ ତାରିଖ...

24 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକଯୁବତୀଙ୍କ ପାଇଁ ଭଲ ସୁଯୋଗ। ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ (ୟୁପିଏସ୍‌ସି) ପକ୍ଷରୁ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଡେଣ୍ଟାଲ ସର୍ଜନ୍‌, ଆୟୁର୍ବେଦିକ ଚିକିତ୍ସକ, ହୋମିଓପାଥିକ ଚିକିତ୍ସକ ଓ ବୈଜ୍ଞାନିକ ଆଦି ପଦ ରହିଛି। ଏହି ପଦଗୁଡ଼ିକ ପାଇଁ ଅନ୍‌ଲାଇନ୍‌ରେ ଆବେଦନ ଆରମ୍ଭ ହୋଇଛି। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ୟୁପିଏସ୍‌ସିର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ହେଉଛି ୪ ଡିସେମ୍ବର ୨୦୨୬।

ଆହୁରି ପଢ଼ନ୍ତୁ- Day vs Night Skincare Routine: ସକାଳ ଓ ରାତିର ସ୍କିନ୍‌କେୟାର ରୁଟିନ୍‌ କେମିତି ହେବା ଜରୁରୀ? ଜାଣନ୍ତୁ ତ୍ୱଚାର ଯତ୍ନ ନେବାର ଉପାୟ

ବୟସ ସୀମା

ଏହି ପଦଗୁଡ଼ିକ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ବର୍ଷ ରହିଛି। ତେବେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ। 

ପଦ ଅନୁସାରେ ପ୍ରାର୍ଥୀଙ୍କ ପାଖରେ ସମ୍ପୃକ୍ତ ବିଷୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରି ଥିବା ଜରୁରି। ଏହାସହିତ ନିର୍ଦ୍ଧାରିତ ଅନ୍ୟ ଯୋଗ୍ୟତା ମଧ୍ୟ ରହିବା ଦରକାର।

କିପରି ହେବ ଚୟନ?

ପ୍ରାର୍ଥୀଙ୍କୁ ସାକ୍ଷାତ୍‌କାର ମାଧ୍ୟମରେ ଚୟନ କରାଯିବ। ଏହି ସାକ୍ଷାତ୍‌କାର ୧୦୦ ମାର୍କର ହେବ। ଏଥିରେ ଉତ୍ତୀର୍ଣ୍ଣ ହେବା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୫୦ ପ୍ରତିଶତ, ଓବିସି ବର୍ଗର ପ୍ରାର୍ଥୀଙ୍କୁ ୪୫ ପ୍ରତିଶତ ଏବଂ ଏସ୍‌ସି, ଏସ୍‌ଟି ଓ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀଙ୍କୁ ୪୦ ପ୍ରତିଶତ ମାର୍କ ରଖିବାକୁ ପଡ଼ିବ।

କିପରି କରିବେ ଆବେଦନ?

ଆହୁରି ପଢ଼ନ୍ତୁ- Subhadra Shakti brand ମିଶନ ଶକ୍ତିରୁ ସୁଭଦ୍ରା ଶକ୍ତି ବ୍ରାଣ୍ଡ୍‌: ୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳିଲା ୨୪୭ କୋଟି ଟଙ୍କାର ସୁଧ ଫେରସ୍ତ ସହାୟତା

ଘରେ ବସି ଅନ୍‌ଲାଇନ୍‌ରେ ଏହି ପଦଗୁଡ଼ିକ ପାଇଁ ଆବେଦନ କରିହେବ। ଏଥିପାଇଁ ନିମ୍ନଲିଖିତ ପଦକ୍ଷେପ ଜାଣି ରଖନ୍ତୁ।
୧. ପ୍ରଥମେ ୟୁପିଏସ୍‌ସିର ଅଫିସିଆଲ୍‌ ୱେବ୍‌ସାଇଟ୍‌ upsconline.nic.in ଖୋଲନ୍ତୁ।
୨. ୱେବ୍‌ସାଇଟ୍‌ରେ ଥିବା ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ଅପ୍‌ସନ୍‌କୁ ଯାଆନ୍ତୁ।
୩. ଏହାପରେ ଆବଶ୍ୟକ ତଥ୍ୟ ଦେଇ ଆବେଦନ ଫର୍ମ ପୂରଣ କରନ୍ତୁ।
୪. ଆବଶ୍ୟକ କାଗଜପତ୍ରର ସ୍କାନ୍‌ କରାଯାଇଥିବା ନକଲ ଅପଲୋଡ୍‌ କରନ୍ତୁ।
୫. ଶେଷରେ ଫର୍ମ ଦାଖଲ କରି ଏହାର ଏକ ପ୍ରିଣ୍ଟ୍‌ ବାହାର କରି ରଖନ୍ତୁ।

ତେଣୁ ଆଗ୍ରହୀ ପ୍ରାର୍ଥୀମାନେ ଶେଷ ତାରିଖ ୪ ଡିସେମ୍ବର ପୂର୍ବରୁ ଆବେଦନ ପ୍ରକ୍ରିୟା ଶେଷ କରନ୍ତୁ। ଅଧିକ ତଥ୍ୟ ପାଇଁ ୟୁପିଏସ୍‌ସିର ଅଫିସିଆଲ୍‌ ନୋଟିସ୍‌ ଦେଖନ୍ତୁ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.