ARTICLE AD BOX
ବାଲିପାଟଣା(ବସନ୍ତ ଦାସ) : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅଧିନସ୍ତ ଅଠାନ୍ତରରୁ ବନମାଳୀପୁର ରାସ୍ତା ବିପଦ ସଂକୁଳ ହୋଇ ପଡିଛି । ଗୋପ ବ୍ରାଞ୍ଚ କେନାଲ ନୁଆସାହି ନିକଟରେ ଥିବା ବ୍ରିଜରେ ଗଭୀର ଫାଟ ସୃଷ୍ଟି ହୋଇଛି । ଦୀର୍ଘଦିନରୁ ଉକ୍ତ ବ୍ରିଜଟି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା । ବ୍ରିଜ ଛାତ ଏବଂ ବାଡ଼ାରୁ ସିମେଣ୍ଟ କଂକ୍ରିଟ ଛାଡ଼ି ଯାଇଥିଲା । ବ୍ରିଜ ଉପରେ ଖାଲ ଖମା ହୋଇଥିଲା ।
UPSC: ୟୁପିଏସ୍ସି ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ, ଡିସେମ୍ବର ୪ ଆବେଦନର ଶେଷ ତାରିଖ...
ଆଜି ରାତି ପ୍ରାୟ ସାଢେ ୧୦ଟା ବେଳେ ସେହି ବାଟରେ ଯାଉଥିବା କିଛି ବ୍ୟକ୍ତି ବ୍ରିଜ ଦବି ଯାଇଥିବା ଦେଖିଥିଲେ । ବ୍ରିଜ ଆରମ୍ଭ ଏବଂ ଶେଷ ମୁଣ୍ଡ ସହ ମଝି ଭାଗ ମଧ୍ୟ ଫାଟି ଯାଇଥିବା ପ୍ରତେକ୍ଷ୍ୟ ଦର୍ଶୀ କହିଛନ୍ତି । ଏହି ରାସ୍ତାରେ ନିତିଦିନିଆ ଶହ ଶହ ସଂଖ୍ୟାରେ ଯାନବାହାନ ଚଳାଚଳ ହୋଇଥାଏ । ବନମାଳୀପୁର ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ । ଅଠାନ୍ତରରୁ ନିଆଳି ନୁଆଗାଁକୁ ଉକ୍ତ ରାସ୍ତାଟି ସଂଯୋଗ କରିଛି । ସେଥିପାଇଁ ଏହି ରାସ୍ତା ବହୁ ଭାରି ଯାନ ଯିବା ଆସିବା କରିଥାଏ ।
ପୂର୍ତ୍ତ ବିଭାଗ ତରଫରୁ କିଛି ଦିନ ପୂର୍ବରୁ ଏହି ରାସ୍ତା ନବୀକରଣ ହୋଇଛି । ହେଲେ ବ୍ରିଜ ନିର୍ମାଣ ହୋଇ ପାରି ନାହିଁ । ପରିତ୍ୟକ୍ତ ଅବସ୍ଥାରେ ଥିବା ବ୍ରିଜ ଦବି ଫାଟ ସୃଷ୍ଟି ହୋଇଥିବାରୁ ଲୋକଙ୍କୁ ଭିତରେ ଭୟ ଖେଳିଯାଇଛି । ବ୍ରିଜ ଭାଙ୍ଗି ପଡିଲେ ବଡ଼ ଅଘଟଣ ସମ୍ଭାବନା ରହିଛି । ସେହିପରି ବନମାଳୀପୁର, ନିଆଳି, ଚାରିଛକ, କାକଟପୁର, କୋଣାର୍କ ରାସ୍ତା ସମ୍ପୂର୍ଣ ବିଛିନ୍ନ ହୋଇ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ପ୍ରଶାସନ ତରଫରୁ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି ।

16 minutes ago
1


