ARTICLE AD BOX
ନୂଆଦିଲ୍ଲୀ: ୟୁପିଏସ୍ସି ଇଏସ୍ଇ ୨୦୨୭ ପରୀକ୍ଷା ପାଇଁ ଏକ ବଡ଼ ଖବର ଆସିଛି। କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ପକ୍ଷରୁ ଇଞ୍ଜିନିୟରିଂ ସର୍ଭିସ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ଭାଗ ନେବାକୁ ଥିବା ପ୍ରାର୍ଥୀମାନେ ଏବେଠାରୁ ନିଜର ପ୍ରସ୍ତୁତିକୁ ଜୋରଦାର କରିବା ଉଚିତ।
ଆହୁରି ପଢ଼ନ୍ତୁ- Alleged Revenge Killing ପ୍ରତିଶୋଧ ନେବାକୁ ସାଙ୍ଗ ହେଲେ, ସୁଯୋଗ ଉଣ୍ଡି ହତ୍ୟା କରି ନଦୀରେ ଫିଙ୍ଗିଦେଲେ
ଜାନୁଆରୀ ୩୧ରେ ହେବ ପ୍ରିଲିମ୍ସ ପରୀକ୍ଷା
ୟୁପିଏସ୍ସି ପକ୍ଷରୁ ଜାରି ସୂଚନା ଅନୁସାରେ, ଇଞ୍ଜିନିୟରିଂ ସର୍ଭିସ ପ୍ରିଲିମ୍ସ ପରୀକ୍ଷା ୩୧ ଜାନୁଆରୀ ୨୦୨୭ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ।
ପ୍ରଥମ ସିଫ୍ଟରେ ସକାଳ ୯ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ସାଧାରଣ ଅଧ୍ୟୟନ ଓ ଇଞ୍ଜିନିୟରିଂ ଆପ୍ଟିଚ୍ୟୁଡ୍ ପରୀକ୍ଷା ହେବ। ସେହିପରି ଦ୍ୱିତୀୟ ସିଫ୍ଟରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଷୟଭିତ୍ତିକ ପରୀକ୍ଷା ଅନୁଷ୍ଠିତ ହେବ।
୫୦୦ ମାର୍କର ହେବ ପ୍ରିଲିମ୍ସ
ଆହୁରି ପଢ଼ନ୍ତୁ- Kerala expatriate family: ଅଧରାତିରେ ମରଣ ଯନ୍ତା ପାଲଟିଲା ୟୁଏଇ ରାଜରାସ୍ତା: ଫୁଜୈରାହ କାର-ଟ୍ରକ୍ ଦୁର୍ଘଟଣାରେ ୩ ଭାରତୀୟଙ୍କ ମୃତ୍ୟୁ
ପ୍ରିଲିମ୍ସ ପରୀକ୍ଷା ମୋଟ ୫୦୦ ମାର୍କର ହେବ। ଏହି ପରୀକ୍ଷାରେ ସଫଳ ହେଉଥିବା ପ୍ରାର୍ଥୀମାନେ ମୁଖ୍ୟ ପରୀକ୍ଷା (ମେନ୍ସ) ଦେବାକୁ ସୁଯୋଗ ପାଇବେ।
ଆୟୋଗର ସୂଚନା ଅନୁସାରେ, ୟୁପିଏସ୍ସି ଇଏସ୍ଇ ୨୦୨୭ ମେନ୍ସ ପରୀକ୍ଷା ୧୮ ଜୁନ୍ ୨୦୨୭ରେ ଅନୁଷ୍ଠିତ ହେବ। ତେଣୁ ପ୍ରାର୍ଥୀମାନେ ପରୀକ୍ଷା ସୂଚୀକୁ ଧ୍ୟାନରେ ରଖି ନିଜର ପ୍ରସ୍ତୁତି ଜାରି ରଖନ୍ତୁ।
ଅଧିକ ପଢ଼ନ୍ତୁ-

1 hour ago
2


