ARTICLE AD BOX
ଗାଜା ସିଟି: ଦକ୍ଷିଣ ଗାଜା ସ୍ଥିତ ନାସେର ହସ୍ପିଟାଲରେ ଗୁରୁବାର ଇସ୍ରାଏଲ ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ହସ୍ପିଟାଲରୁ ଆତଙ୍କୀ ନେଟ୍ୱର୍କ ସଂଚାଳନ କରୁଥିବା ହମାସର ସାମରିକ ଶାଖାର ପ୍ରମୁଖ ଆତଙ୍କବାଦୀମାନଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ହମାସ ଅଧୀନରେ କାର୍ଯ୍ୟ କରୁଥିବା ଗାଜା ଷ୍ଟ୍ରିପ୍ ବେସାମରିକ ପ୍ରତିରକ୍ଷା ସଂସ୍ଥା କହିଛି ଯେ ଡାକ୍ତରଖାନା ପରିସରର ଏକ କୋଠାରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯିବା ସହ ୨୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇଛି। ହମାସ ଆତଙ୍କବାଦୀ ସଂଗଠନ ଡାକ୍ତରଖାନା ପରିସର ମଧ୍ୟରେ ନିଜର ଉପସ୍ଥିତି ଜାହିର କରିବା ସହ ଏହାକୁ ଏକ ନିୟନ୍ତ୍ରଣ କେନ୍ଦ୍ର ଭାବେ ବ୍ୟବହାର କରୁଥିଲା ବୋଲି ଇସ୍ରାଏଲ ସେନା ଅଭିଯୋଗ କରିଛି।
ଏହା ପୂର୍ବରୁ ମଙ୍ଗଳବାର ଦିନ ଗାଜା ଷ୍ଟ୍ରିପରେ ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନରେ ଜଣେ ୧୩ ବର୍ଷୀୟ ବାଳକ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଜରୁରୀକାଳୀନ ସେବା ପକ୍ଷରୁ କୁହାଯାଇଥିଲା। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଅସ୍ତ୍ରବିରତି ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୧,୫୯୦ରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଏହି ତଥ୍ୟକୁ ଜାତିସଂଘ ସ୍ବୀକାର କରିଛି।

46 minutes ago
3


