Wayside Amenity Centres ୨୫ଟି ଜିଲ୍ଲାରେ ପର୍ଯ୍ୟଟନ ବିଭାଗର ୬୮ଟି ପଥପାର୍ଶ୍ୱ ସୁବିଧା କେନ୍ଦ୍ର ବିକଶିତ

59 minutes ago 2
ARTICLE AD BOX

ଭୁବନେଶ୍ୱର: : ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ମହିଳାମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟର ପ୍ରମୁଖ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ପଥପାର୍ଶ୍ବ ସୁବିଧା କେନ୍ଦ୍ର(ୱେ-ସାଇଡ୍ ଆମେନିଟି ସେଣ୍ଟର) ଗୁଡ଼ିକ ବିକଶିତ କରାଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରାୟ ୨୫କୋଟି ବିନିଯୋଗ କରି ୨୫ଟି ଜିଲ୍ଲାରେ ମୋଟ ୬୮ଟି ପଥପାର୍ଶ୍ୱ ସୁବିଧା କେନ୍ଦ୍ର ବିକଶିତ ଓ କାର୍ଯ୍ୟକ୍ଷମ କରିଛନ୍ତି। 

Hotel: ହୋଟେଲ୍‌ ମାଲିକ ଓଡ଼ିଶାମୁହାଁ: ଓଡ଼ିଶା ପର୍ଯ୍ୟଟନ ଉପରେ ଆଖି, ରାଜ୍ୟରେ ୭୪ ନୂଆ ହୋଟେଲ୍‌
ପଥପାର୍ଶ୍ୱ ସୁବିଧା କେନ୍ଦ୍ରଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଏବଂ ଆରାମଦାୟକ ବିଶ୍ରାମସ୍ଥଳୀ ଭଳି ଅତ୍ୟାବଶ୍ୟକୀୟ ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ରହିଛି। ୨୪ ଘଣ୍ଟିଆ ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବା ପାଇଁ ସମସ୍ତ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଡିଜି ସେଟ୍ ଏବଂ ଇନଭର୍ଟର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। କେନ୍ଦ୍ରଗୁଡ଼ିକର ସୁପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଏଫଏମଏସ ଏଜେନ୍ସି ମାଧ୍ୟମରେ ପ୍ରତ୍ୟେକ କେନ୍ଦ୍ରରେ ୮ ଜଣ ଲେଖାଏଁ ଚୁକ୍ତିଭିତ୍ତିକ କର୍ମଚାରୀ ନିୟୋଜିତ କରାଯାଇଛି। ୬୮ଟି କେନ୍ଦ୍ରରେ ମୋଟ ୫୪୪ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଯେଉଁଥିରେ ୨୦୪ ଜଣ ସୁରକ୍ଷା କର୍ମୀ, ୨୭୨ ଜଣ ପରିମଳ କର୍ମଚାରୀ ଏବଂ ୬୮ ଜଣ ରକ୍ଷଣାବେକ୍ଷଣ କର୍ମଚାରୀ ଅନ୍ତର୍ଭୁକ୍ତ। 

Odisha SHGs ହର୍ ଘର୍ ତିରଙ୍ଗା ୨୦୨୬:  ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରସ୍ତୁତ କଲେ ୬୦ ଲକ୍ଷ ଜାତୀୟ ପତାକା
ଆଜି (ଗୁରୁବାର) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କେନ୍ଦ୍ରଗୁଡ଼ିକର ପରିଚାଳନା ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟାମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ପ୍ରଦର୍ଶିତ କରିବା ସହ ମହିଳାମାନଙ୍କୁ ଅର୍ଥନୈତିକ ସୁଯୋଗ ଯୋଗାଇଦେବା ପାଇଁ ଏହି କେନ୍ଦ୍ରଗୁଡ଼ିକ ଏକ ଜୀବନ୍ତ ମଞ୍ଚ ଭାବେ ଗଢ଼ିଉଠିବା ଉଚିତ ବୋଲି ମତ ଦେଇଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.