୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ; ପ୍ରଥମ ତାଲିକା ଜାରି କଲା ଆପ୍‌

49 minutes ago 2
ARTICLE AD BOX

ଅମୃତସର : ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି (ଆପ୍‌) ଗୁରୁବାର ୩୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଟିକେଟ ବଣ୍ଟନ ଏବଂ ସର୍ଭେ ରିପୋର୍ଟରୁ ମିଳିଥିବା ନିଷ୍କର୍ସ ଉପରେ ପିଏସି (ରାଜନୈତିକ ବ୍ୟାପାର କମିଟି) ଦ୍ବାରା ଆଲୋଚନା କରାଯିବା ପରେ ତାଲିକା ଜାରି ହୋଇଛି । ଏକ ବିବୃତି ଜାରି କରି ଦଳ କହିଛି ଯେ ସର୍ଭେରୁ ମିଳିଥିବା ନିଷ୍କର୍ସ ଉପରେ ପିଏସି ଦ୍ବାରା ଆଜି ଦିନ ତମାମ ଆଲୋଚନା ହୋଇଛି । ଏହାପରେ ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ତାଲିକା ଜାରି କରାଯାଇଛି ।

Festival: ଜୟ ଗୋରାମ ଧ୍ୱନିରେ କମ୍ପୁଛି ‘ଆଗୁଆଡ଼’ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଆପ୍‌ ଜାତୀୟ ସମ୍ପାଦକ ପଙ୍କଜ କୁମାର ଗୁପ୍ତା ଆଜି ଏହି ତାଲିକା ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ, ଆପ୍‌ ସୁଜନପୁରରୁ ସ୍ବର୍ଣ୍ଣ ଏସ୍‌ ସଲାରିୟାଙ୍କୁ ପ୍ରାର୍ଥୀ କରିଥିବାବେଳେ ପଠାନକୋଟରେ ରୋହିତ ସ୍ୟାଲଙ୍କୁ ପ୍ରାର୍ଥୀ କରିଛି । ଏହା ରମନ ବହଲଙ୍କୁ ଗୁରୁଦାସପୁର, ଶମଶେର ସିଂହଙ୍କୁ ଦିନା ନଗର ଏବଂ ଗୁରଇକବଲ ସିଂହ ମହଲଙ୍କୁ କାଦିୟାନରୁ ପ୍ରାର୍ଥୀ କରିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.