Lara Dutta : ରାମାୟଣ’ରେ କୈକେୟୀ ଭୂମିକା ପାଇଁ ଟ୍ରୋଲ: ମୁହଁ ଖୋଲିଲେ ଲାରା ଦତ୍ତା

51 minutes ago 2
ARTICLE AD BOX

ମୁମ୍ବାଇ:  ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’ରେ ମା’ କୈକେୟୀଙ୍କ ଭୂମିକାରେ ନଜର ଆସିଛନ୍ତି ଲାରା ଦତ୍ତା।  ତେବେ ଫିଲ୍ମରେ ତାଙ୍କ ଲୁକ୍ ପ୍ରଥମ ଥର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା। ଏବେ ଏହି ଟ୍ରୋଲିଂକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ। ଛୋଟ ଛୋଟ କଥାରେ ଲୋକେ ତ୍ରୁଟି ଖୋଜିଥିବା ସେ କହିଛନ୍ତି।

ଲାରା ଦତ୍ତାଙ୍କ ମରୁନ୍ ରଙ୍ଗର ଶାଢ଼ି, ସବୁଜ ବ୍ଲାଉଜ୍ ଏବଂ ଖୋଲା କେଶକୁ ନେଇ ତାଙ୍କୁ ଟ୍ରୋଲ୍ କରାଯାଇଥିଲା। କିଛି ଲୋକ ତାଙ୍କ ଲୁକ୍‌କୁ ହିନ୍ଦୀ ଟିଭି ଧାରାବାହିକର ଶାଶୂଙ୍କ ଲୁକ୍ ସହ ତୁଳନା କରିଥିଲେ। ଫିଲ୍ମରେ ଭଗବାନ ରାମଙ୍କ ରାଜ୍ୟାଭିଷେକ ହେବା ସମୟର ଏହି ଦୃଶ୍ୟ ରହିଛି। ଏହା ଦେଖି କୈକେୟୀ କୋପଭବନକୁ ଚାଲିଯାଆନ୍ତି। ସେଠାରେ ସେ ରାଜା ଦଶରଥଙ୍କୁ ଭଗବାନ ରାମଙ୍କୁ ବନବାସ ପଠାଇବା ଏବଂ ଭରତଙ୍କୁ ଅଯୋଧ୍ୟାର ରାଜା କରିବାକୁ କହିଥାନ୍ତି।

ପୋଷାକକୁ ନେଇ ଟ୍ରୋଲିଂର ଜବାବ ଦେଲେ ଲାରା

ଲାରା କହିଛନ୍ତି, ଫିଲ୍ମରେ ଏଭଳି ପୋଷାକ କାହିଁକି ବାଛିଥିଲେ ଏବଂ କୈକେୟୀଙ୍କୁ କେମିତି ଦେଖାଇବାକୁ ଚାହୁଁଥିଲେ, ତାହାର କାରଣ ସେ ଜାଣିଛନ୍ତି। ଏହା ଏକ ବହୁତ ବଡ଼ ପ୍ରୋଜେକ୍ଟ। କିନ୍ତୁ ଲୋକେ ଛୋଟ ଛୋଟ କଥାରେ ତ୍ରୁଟି ଖୋଜୁଛନ୍ତି।କୈକେୟୀ ଯେତେବେଳେ କେକୟ ଦେଶର ରାଜକୁମାରୀ ଥିଲେ, ସେତେବେଳେ ତାଙ୍କ ଅଳଙ୍କାର ଅନ୍ୟ ଦୁଇ ରାଣୀଙ୍କଠାରୁ ଅଲଗା ହେବା ଉଚିତ କି ନୁହେଁ, ସେନେଇ ଆଲୋଚନା ହୋଇଥିଲା।   ଏଭଳି ସୂକ୍ଷ୍ମ ବିଷୟ ଉପରେ ଧ୍ୟାନ ଦେଲେ ଅନେକ ସମସ୍ୟା ଦେଖାଦିଏ। ଇତିହାସକାର ଓ ବିଶେଷଜ୍ଞମାନେ ଆସି ଏହାକୁ ନେଇ ପ୍ରଶ୍ନ ଉଠାଇପାରନ୍ତି। ତେଣୁ ମିଥିଳା, ଅଯୋଧ୍ୟା ଓ ଲଙ୍କାର ସଂସ୍କୃତି ମଧ୍ୟରେ ପାର୍ଥକ୍ୟ ଦେଖାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆପଣାଇବାକୁ ନିଷ୍ପତ୍ତି ହୋଇଥିଲା।

୧୦୦୦ କୋଟି ଟଙ୍କା ଆୟ ଅତିକ୍ରମ କରିପାରେ ଫିଲ୍ମ

‘ରାମାୟଣ’କୁ ଦର୍ଶକଙ୍କ ପସନ୍ଦ ମିଳୁଥିବା ଦାବି କରାଯାଇଛି। ମାତ୍ର ୭ ଦିନରେ ଫିଲ୍ମ ୯୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିବା ଖବର ରହିଛି। ଅଷ୍ଟମ ଦିନରେ ବିଶ୍ୱବ୍ୟାପୀ ଆୟ ୧୦୦୦ କୋଟି ଟଙ୍କା ଟପିପାରେ ବୋଲି ଆକଳନ କରାଯାଉଛି। ଫିଲ୍ମର ଭିଏଫ୍‌ଏକ୍ସକୁ ଦର୍ଶକ ପସନ୍ଦ କରୁଛନ୍ତି। ରଣବୀର କପୁରଙ୍କଠାରୁ ଆରମ୍ଭ କରି ଯଶଙ୍କ ଚରିତ୍ର ପର୍ଯ୍ୟନ୍ତ ସବୁକୁ ପ୍ରଶଂସା ମିଳୁଛି। ବିଶେଷ କରି ଜଟାୟୁଙ୍କ ଦୃଶ୍ୟକୁ ଇଣ୍ଟରନେଟ୍‌ରେ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି।

ଜାରି ହେଲା ଇଞ୍ଜିନିୟରିଂ ସର୍ଭିସ ପରୀକ୍ଷା ସୂଚୀ, ଜାନୁଆରୀ ୩୧ରେ ପ୍ରିଲିମ୍ସ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.