UP polls 2027: : ୨୦୨୭ ନିର୍ବାଚନ ପୂର୍ବରୁ ଇଣ୍ଡିମେଣ୍ଟର ଦୁଇ ସହଯୋଗୀ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ଆଲୋଚନା

37 minutes ago 1
ARTICLE AD BOX

ନୂଆଦିଲ୍ଲୀ,: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି (ଏସ୍‌ପି) ମଧ୍ୟରେ ମତଭେଦ ଦେଖାଦେଇଛି। କଂଗ୍ରେସ ଅତି କମ୍‌ରେ ୧୦୦ଟି ଆସନ ଚାହୁଥିବାବେଳେ ଏସ୍‌ପି ଏବେ ମାତ୍ର ୨୬ଟି ଆସନ ଦେବାକୁ ପ୍ରସ୍ତାବ ଦେଇଛି। ପୂର୍ବ ନିର୍ବାଚନରେ ଉଭୟ ଦଳର ପ୍ରଦର୍ଶନକୁ ଆଧାର କରି ଏସ୍‌ପି ଏହି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଆସନ ବୁଝାମଣା ନେଇ ଆଲୋଚନାର ଦ୍ୱିତୀୟ ଦିନରେ ଏସ୍‌ପି କଂଗ୍ରେସକୁ ୨୬ଟି ଆସନର ତାଲିକା ଦେଇଛି। ତେବେ ଆସନ ସଂଖ୍ୟା ଚୂଡ଼ାନ୍ତ ହୋଇନାହିଁ। ଆଲୋଚନା ପରେ ତାଲିକାରେ ପରିବର୍ତ୍ତନ ହୋଇପାରେ। ଏହି ୨୬ଟି ଆସନ ମଧ୍ୟରୁ ଦୁଇଟିରେ କଂଗ୍ରେସ ପୂର୍ବରୁ ବିଜୟୀ ହୋଇଥିଲା। ସେଗୁଡ଼ିକ ହେଉଛି ରାମପୁର ଖାସ୍‌ ଓ ଫରେଣ୍ଡା। ଏହାବ୍ୟତୀତ ମଥୁରା, ଖେରାଗଡ଼, ଜଗଦୀଶପୁର ଓ କିଦୱାଇ ନଗର ଆସନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା। ଅନ୍ୟ ୨୦ଟି ଆସନ ମଧ୍ୟରେ ବାଗପତ, ମୋଦିନଗର, ହାପୁର, ଜେୱର, ଆଗ୍ରା ଉତ୍ତର, ଗୋରଖପୁର ସହର, ପଡରୌନା ଓ ବାରାଣସୀ କ୍ୟାଣ୍ଟ୍‌ ଆଦି ରହିଛି। ଏସ୍‌ପିର ଯୁକ୍ତି ହେଉଛି, ପୂର୍ବ ନିର୍ବାଚନରେ ଏହି ଆସନଗୁଡ଼ିକରେ କଂଗ୍ରେସ ଉଲ୍ଲେଖନୀୟ ଭୋଟ୍‌ ପାଇଥିଲେ ମଧ୍ୟ ବିଜୟୀ ହୋଇପାରିନଥିଲା। ଏହି ୨୬ଟି ଆସନ ମଧ୍ୟରୁ ଅଧିକାଂଶରେ କଂଗ୍ରେସ ୧୦ ହଜାରରୁ ଅଧିକ ଭୋଟ୍‌ ପାଇଥିଲା। କିନ୍ତୁ ବିଜେପି ବଡ଼ ବ୍ୟବଧାନରେ ଜିତିଥିଲା ବୋଲି ଏସ୍‌ପି ପକ୍ଷରୁ କୁହାଯାଇଛି।

 ପୂର୍ବ ନିର୍ବାଚନର ଫଳାଫଳ ଆଧାରରେ ଆସନ ବଣ୍ଟନ ପାଇଁ ଏସ୍‌ପିର ଯୁକ୍ତି

ଅନ୍ୟପକ୍ଷରେ, କଂଗ୍ରେସ ପ୍ରଥମେ ୧୮୧ଟି ଆସନର ତାଲିକା ଦେଇଥିବାବେଳେ ପରେ ଏହାକୁ ପ୍ରାୟ ୧୩୦ଟି ଆସନକୁ କମାଇଥିବା ରିପୋର୍ଟରେ କୁହାଯାଇଛି। ଦଳ ରାୟବରେଲି, ଆମେଥି, ସାହାରନପୁର, ବାରାବାଙ୍କୀ, ସୀତାପୁର ଓ ଆହ୍ଲାବାଦ ଭଳି ନିଜ ସାଂସଦ ଥିବା ଲୋକସଭା କ୍ଷେତ୍ରର ଅଧିକାଂଶ ବିଧାନସଭା ଆସନ ଚାହୁଛି। ୨୦୨୨ ବିଧାନସଭା ନିର୍ବାଚନରେ ଏସ୍‌ପି ୩୪୭ଟି ଆସନରେ ଲଢ଼ି ୧୧୧ଟିରେ ଜିତିଥିବାବେଳେ କଂଗ୍ରେସ ୩୯୯ଟି ଆସନରେ ଲଢ଼ି ମାତ୍ର ଦୁଇଟିରେ ବିଜୟୀ ହୋଇଥିଲା। ୨୦୧୭ରେ ଉଭୟ ଦଳ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ସେତେବେଳେ ଏସ୍‌ପି ୫୪ଟି ଓ କଂଗ୍ରେସ ୭ଟି ଆସନ ଜିତିଥିଲା। ତେବେ ୨୦୨୪ ଲୋକସଭା ନିର୍ବାଚନରେ ମେଣ୍ଟର ପ୍ରଦର୍ଶନ ଭଲ ରହିଥିଲା। କଂଗ୍ରେସ ୧୭ଟି ଆସନରେ ଲଢ଼ି ୬ଟି ଜିତିଥିବାବେଳେ ଏସ୍‌ପି ୬୨ଟିରୁ ୩୭ଟିରେ ବିଜୟୀ ହୋଇଥିଲା। ଉତ୍ତରପ୍ରଦେଶ ବିଧାନସଭାରେ ମୋଟ ୪୦୩ଟି ଆସନ ରହିଛି। ତେଣୁ ଆସନ ବଣ୍ଟନ ନେଇ ଉଭୟ ଦଳ ମଧ୍ୟରେ ଆଗକୁ ଆହୁରି ଆଲୋଚନା ହେବ। ଚୂଡ଼ାନ୍ତ ବୁଝାମଣା ଉପରେ ଏବେ ସମସ୍ତଙ୍କ ନଜର।

ବୈଭବଙ୍କ ବିଶ୍ୱରେକର୍ଡ: ୫୨ ବଲ୍‌ରେ ମାରିଲେ ଦ୍ୱିଶତକ, ସେମିରେ ଭାରତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.