ARTICLE AD BOX
ଦେହା: ରାଇଜିଂ ଷ୍ଟାର ଏସିଆ କପ୍ ୨୦୨୬ରେ ୟୁଏଇ ବିପକ୍ଷରେ ୨୫୦ ରନ୍ର ବିଜୟ ଲକ୍ଷ ନେଇ ‘ଭାରତ ଏ’ର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ କ୍ରିକେଟ ଇତିହାସର ସବୁଠାରୁ ଅବିଶ୍ବସନୀୟ ଏବଂ ବିନାଶକାରୀ ଇନିଂସ ଖେଳିଛନ୍ତି। ନିଜର ଏହି ବିସ୍ଫୋରକ ବ୍ୟାଟିଂ ପରେ ବୈଭବଙ୍କ ବ୍ୟାଟ୍ରେ ଜଳୁଥିବା ନିଆଁ ଲିଭି ନଥିଲା। ସେ ୫୨ଟି ବଲ୍ ଖେଳି ନିଜର ଐତିହାସିକ ଦ୍ବିଶତକ ହାସଲ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଯେ, ଏହି କରିସ୍ମା ସମୟରେ ୟୁଏଇର ବ୍ୟାଟରମାନେ ହତାଶ ମନେ କରୁଥିଲେ। ବଲ୍ ଆକାଶରେ ଉଡୁଥିଲା। ୨୮ଟି ଗଗନଶ୍ଚୁମ୍ଭୀ ଛକା ଏବଂ ଚୌକା ମାରି ଅର୍ଥାତ ୨୦୦ରୁ ୧୯୬ ରନ୍ କେବଳ ଛକା ଏବଂ ଚୌକାରୁ ଆସିଥିଲା।
୫୨ଟି ବଲ୍ ଖେଳି ଦ୍ବିଶତକ ହାସଲ କରି ବୈଭବ ସୂର୍ଯ୍ୟବଂଶୀ ୫୦ ଓଭର କ୍ରିକେଟ (ଦିନିକିଆ ଏବଂ ଲିଷ୍ଟ-ଏ)ରେ ସବୁଠାରୁ ଦ୍ରୁତ ଦ୍ବିଶତକ ହାସଲ କରିବାରେ ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ଯଦି ପୁରୁଷ ଦିନିକିଆ କଥା କହିବା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ଇତିହାସ ଉପର ନଜର ଦେବା, ତାହେଲେ ଦ୍ବିଶତକ ରେକର୍ଡ ଇଂଲଣ୍ଡର ହେରି ବୁକ୍ ନାମରେ ରହିଛି, ଯିଏ କି ୨୦୨୬ ଅକ୍ଟୋବର ୨୨ରେ ରାଓଲପିଣ୍ଡିରେ ଶ୍ରୀଲଙ୍କା ବିପକ୍ଷରେ ୧୧୪ ବଲ୍ରେ ଏହା କରିପାରିଥିଲେ। ସେହିପରି ଭାରତୀୟ ଅଧିନାୟକ ଶୁଭମନ ଗିଲ ୧୧୭ଟି ବଲ୍ ଖେଳି ଗୁଆହାଟୀରେ ୨୦୨୬ ସେପ୍ଟେମ୍ବର ୩୦ରେ ଏହି କାମ କରିଥିଲେ। ଈଶାନ କିଶନ ଚଟୋଗ୍ରାମରେ ୨୦୨୨ରେ ୧୨୬ ବଲ୍ ଏବଂ ୨୦୧୫ରେ କାନବେରାରେ କ୍ରିସ ଗେଲ ୧୩୮ଟି ବଲ୍ ଖେଳି ଦ୍ବିଶତକ ହାସଲ କରିଥିଲେ। ତେବେ ବିଶ୍ବର ଜଣାଶୁଣା ଏବଂ ପ୍ରସିଦ୍ଧ ବିସ୍ଫୋରକ ବ୍ୟାଟରଙ୍କୁ ବୈଭବ ସୂର୍ଯ୍ୟବଂଶୀ ପଛରେ ପକାଇ ଦେଇଛନ୍ତି।
Cricket: ଟସ୍ ସମୟରେ କୌତୁକିଆ ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ; କହିଲେ...
ବୈଭବଙ୍କ ନାମରେ ଅନେକ ରେକର୍ଡ
ଏହି ମାରାଥର ଏବଂ ବିସ୍ଫୋରକ ବ୍ୟାଟିଂ ସମୟରେ ବୈଭବ ସୂର୍ଯ୍ୟବଂଶୀ ଅନେକ ରେକର୍ଡ ଭଙ୍ଗ କରିଛନ୍ତି। ସର୍ବ ପ୍ରଥମେ ୨୮ଟି ବଲ୍ ଖେଳି ସେ ଶତକ ପୂରା କରିଥିଲେ ଏବଂ ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ଖେଳାଳି ହୋଇପାରିଥିଲେ। ଏହି ମାମଲାରେ ଅଷ୍ଟ୍ରେଲିଆର ଜେ ଫ୍ରେଜର ମ୍ୟାକଗର୍କ (୨୯ବଲରେ ଶତକ, ୨୦୨୩)ଙ୍କୁ ଟପିଥିଲେ। ଏବି ଡିଭିଲିୟର୍ସ (୩୧ ବଲ୍, ୨୦୧୫), ସାକିବୁଲ ଗନ (୩୨ ବଲ୍, ୨୦୨୫) ଏବଂ ଈଶାନ କିଶନ (୩୩ବଲ୍, ୨୦୨୫) ଭଳି ବ୍ୟାଟରଙ୍କୁ ପଛରେ ପକାଇଛନ୍ତି।
Cricket: ବୈଭବଙ୍କୁ ଅପେକ୍ଷା କରିବାକୁ ପଡ଼ିବ: ଶ୍ରେୟସ
୧୫୦ ରନ୍ ରେକର୍ଡ ଭାଙ୍ଗିଲେ
ଶତକ ପୂରଣ କରିବା ପରେ ବୈଭବ ଆହୁରି ବିସ୍ଫୋରକ ଖେଳିଥିଲେ। ସେ ପରବର୍ତ୍ତ ସମୟରେ ୧୨ଟି ବଲ୍ ଖେଳି ୧୫୦ ରନ୍ ପୂରଣ କରିଥିଲେ। ଅର୍ଥାତ ୪୦ଟି ବଲ୍ ଖେଳି ୧୫୦ ରନ୍ ସଂଗ୍ରହ କରିଥିଲେ। ବୈଭବ ଲିଷ୍ଟ-୧ କ୍ରିକେଟରେ ଦ୍ରୁତଗତିରେ ୧୫୦ ରନ୍ ସଂଗ୍ରହ କରିବାରେ ବିଶ୍ବ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ସେ ଗତବର୍ଷ ରାଞ୍ଚିରେ ବିହାର ତରଫରୁ ଖେଳି ଅରୁଣାଚଳ ପ୍ରଦେଶ ବିପକ୍ଷରେ ୫୯ଟି ବଲ୍ ଖେଳି ୧୫୦ ରନ୍ କରିଥିଲେ। ଏବି ଡିଭିଲିୟର୍ସ ୬୪ ବଲରେ ୧୫୦ ରନ୍ ୨୦୧୫ରେ କରିଥିବା ବେଳେ ୨୦୨୨ରେ ଜୋସ ବଟଲର ୬୫ ବଲ୍ ଖେଳି ଏହି କାମ କରିଥିଲେ।

15 minutes ago
1


