ARTICLE AD BOX
ମୁମ୍ବାଇ: ଶିଳ୍ପପତି ଅନନ୍ତ ଅମ୍ବାନୀ ବାରଣାସୀରେ ପହଞ୍ଚି ଅନନ୍ତ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ବିଧିବଦ୍ଧ ରୀତିନୀତି ପାଳନ କରିବା ପରେ ସେ ମା’ ଅନ୍ନପୂର୍ଣ୍ଣାଙ୍କ ମନ୍ଦିରରେ ମଧ୍ୟ ପୂଜାପାଠ ଓ ରୀତିନୀତି ସମ୍ପନ୍ନ କରିଥିଲେ। ସୋମବାର ଅନନ୍ତ ଅମ୍ବାନୀ କାଶୀର ଏହି ପ୍ରାଚୀନ ଧାର୍ମିକ ସ୍ଥାନଗୁଡ଼ିକରେ କୋଟି କୋଟି ଟଙ୍କା ଦାନ ମଧ୍ୟ କରିଛନ୍ତି।
କାଶୀ ବିଶ୍ୱନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସୋମବାର ଦିନ ନିଜ ଗସ୍ତ ସମୟରେ ଶିଳ୍ପପତି ଅନନ୍ତ ଅମ୍ବାନୀ 'କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ'କୁ ୫ କୋଟି ଟଙ୍କା ଦାନ କରିଛନ୍ତି। ଏହା ବ୍ୟତୀତ, ଅନନ୍ତ ଅମ୍ବାନୀ ନିକଟସ୍ଥ ମା’ ଅନ୍ନପୂର୍ଣ୍ଣାଙ୍କ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ।
ସୂଚନା ଅନୁଯାୟୀ, ସେ ମା’ ଅନ୍ନପୂର୍ଣ୍ଣାଙ୍କ ମନ୍ଦିରରେ ମଧ୍ୟ ୧ କୋଟି ଟଙ୍କା ଦାନ କରିଛନ୍ତି। ଅନନ୍ତ ଅମ୍ବାନୀ ପୂର୍ବରୁ ମଧ୍ୟ କାଶୀ ବିଶ୍ୱନାଥ ମନ୍ଦିର ଏବଂ ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରିସାରିଛନ୍ତି।
ସ୍ଥାନୀୟଲୋକଙ୍କ କହିବାନୁସାରେ, ସୋମବାର ଦିନ କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଅନନ୍ତ ଅମ୍ବାନୀଙ୍କ ଗାଡ଼ି କାଫେଲା ମନ୍ଦିରର ୪ ନମ୍ବର ଗେଟ୍ ବାହାରେ ପହଞ୍ଚିଥିଲା, ଯେଉଁଠାରେ ଲୋକମାନେ ତାଙ୍କୁ ଦେଖିବା ପାଇଁ ଏବଂ ଫଟୋ ଉଠାଇବା ପାଇଁ ବେଶ୍ ଉତ୍ସୁକ ଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ମନ୍ଦିର ପରିସର ମଧ୍ୟକୁ ନିଆଯାଇଥିଲା।

16 minutes ago
1


