ARTICLE AD BOX
ଭଦ୍ରକ: ଅଜଣା ଫୋନ୍ କଲ୍ ଓ ନକଲି ପରିଚୟର ଜାଲରେ ଫସି ଭଦ୍ରକ ସହରର ଜଣେ ବ୍ୟକ୍ତି ୧ ଲକ୍ଷ ୭୮ ହଜାର ୧୧୮ ଟଙ୍କା ହରାଇଥିବା ଅଭିଯୋଗ ହୋଇଛି। ଅପର୍ତ୍ତିବିନ୍ଧା ଅଞ୍ଚଳରେ ଘଟିଥିବା ଏହି ସାଇବର ଠକେଇ ଘଟଣା ସହରରେ ଚର୍ଚ୍ଚା ସୃଷ୍ଟି କରିଛି।
Cyber Fraud Case ୨ କୋଟିର ସାଇବର ଠକେଇ ମାମଲା, ଅଭିଯୁକ୍ତକୁ ୩ବର୍ଷ ସଶ୍ରମକାରାଦଣ୍ଡ
ଅଭିଯୋଗକାରୀ ପ୍ରହଲ୍ଲାଦ ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ୩ରୁ ୭ ତାରିଖ ମଧ୍ୟରେ ତାଙ୍କୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତିମାନେ ନିଜକୁ ଅନ୍ୟର ପରିଚୟ ଦେଇଥିଳେ। ନକଲି ଦସ୍ତାବିଜ ଓ ଇଲେକ୍ଟ୍ରୋନିକ୍ ରେକର୍ଡ ବ୍ୟବହାର କରି ତାଙ୍କଠାରୁ ବିଭିନ୍ନ ସମୟରେ ମୋଟ ୧ ଲକ୍ଷ ୭୮ ହଜାର ୧୧୮ ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି।
ଏନେଇ ଭଦ୍ରକ ଟାଉନ ଥାନାରେ ୭୦୮/୨୦୨୬ ନମ୍ବରରେ ନଭେମ୍ବର ୨୨ ତାରିଖରେ ମାମଲା ରୁଜୁ ହୋଇଛି। ବିଏନ୍ଏସ୍ର ଧାରା ୩୧୮(୪) ଏବଂ ଆଇଟି ଆଇନର ଧାରା ୬୬(ଡି) ଅନୁଯାୟୀ ପୁଲିସ ମାମଲା ରୁଜୁ କରିଛି। ଇନ୍ସପେକ୍ଟର ମନୋହର ପାତ୍ର ଏହି ମାମଲାର ତଦନ୍ତ କରୁଛନ୍ତି। ଅଭିଯୁକ୍ତମାନଙ୍କ ପରିଚୟ ଏଯାଏ ଜଣାପଡ଼ିନଥିବାବେଳେ ଠକେଇରେ ବ୍ୟବହୃତ ଫୋନ୍ ଓ ଇଲେକ୍ଟ୍ରୋନିକ୍ ତଥ୍ୟକୁ ନେଇ ପୁଲିସ ଯାଞ୍ଚ ଆରମ୍ଭ କରିଛି।

17 minutes ago
1


