UP Man Arrested: ଜାଲିଆତିରେ ୩ ପାସ୍‌ପୋର୍ଟ: ବନ୍ଧାହେଲା ୟୁପି ଯୁବକ

55 minutes ago 1
ARTICLE AD BOX

ଭୁବନେଶ୍ୱର: ଯୁବକ ଜଣେ ଓ ଗୋଟିଏ ଠିକଣା। କିନ୍ତୁ ଜାଲିଆତି କରି ତିନିଟି ନାଁରେ ୩ଟି ପାସ୍‌ପୋର୍ଟ ହାତେଇଥିଲେ। ସବୁ ପାସ୍‌ପୋର୍ଟ ବି ବୈଧ ଥିଲା। ସେହିସବୁ ପାସ୍‌ପୋର୍ଟ ବଳରେ ବିଦେଶ ବୁଲୁଥିବା ଜଣେ ଯୁବକକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ଆଜମଗଡ଼ ଜିଲ୍ଲା କୋତୱାଲି ଥାନା ମୋଜାରାପୁର ଗାଁର ବ୍ରିଜେଶ କୁମାର(୩୪)। ତାଙ୍କ ନିକଟରୁ ଗୋଟିଏ ପାସ୍‌‌ପୋର୍ଟ, ୪ଟି ମୋବାଇଲ୍‌, ୬୫୦୦ ଟଙ୍କା ଓ କିଛି ଥାଇ ମୁଦ୍ରା ଜବତ କରାଯାଇଛି। ବିମାନବନ୍ଦରର ଇମିଗ୍ରେସନ୍ ଅଧିକାରୀ ତାଙ୍କୁ ଏୟାର୍‌ପୋର୍ଟ ଥାନା ଜିମା ଦେବା ପରେ କୋର୍ଟ ଚାଲାଣ କରାଯାଇଛି। ଇମିଗ୍ରେସନ୍‌ ଅଧିକାରୀ ଜ୍ଞାନେନ୍ଦ୍ର ପାଢ଼ୀଙ୍କ ଏତଲା ଆଧାରରେ ଏୟାରପୋର୍ଟ ଥାନା ପୁଲିସ ମାମଲା ରୁଜୁ କରିଛି। 

Farmers fair: ବେତନଟୀକୁ ମତ୍ସ୍ୟ ଓ ପ୍ରାଣୀପାଳନର ଆଦର୍ଶ ବ୍ଲକ ଭାବେ ଗଢ଼ିବା ଲକ୍ଷ୍ୟ: ବିଧାୟକ

ପୁଲିସ ସୂଚନାନୁଯାୟୀ ଗତ ୧୩ ତାରିଖ ପୂର୍ବାହ୍ଣରେ ଇଣ୍ଡିଗୋ ବିମାନରୁ ବ୍ରିଜେଶ ଓହ୍ଲାଇଥିଲେ। ସେ ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସିଥିଲେ। ବ୍ରିଜେଶଙ୍କ ପାସ୍‌ପୋର୍ଟ ଯାଞ୍ଚ କଲାବେଳେ ଜଣାପଡ଼ିଥିଲା ଯେ ସମାନ ଠିକଣାରେ ୩ ଅଲଗା ନାଁରେ ସେ ତିନିଟି ପାସ୍‌ପୋର୍ଟ ହାତେଇଛନ୍ତି। ଦଲ୍‌ବୀର ଯାଦବ, ବ୍ରିଜେଶ କୁମାର ଓ ବ୍ରିଜେଶ ପ୍ରସାଦ ଏମିତି ୩ଟି ନାମରେ ଅଲଗା ଅଲଗା ଜନ୍ମ ତାରିଖ ଦର୍ଶାଇ ସେ ଲକ୍ଷ୍ନୌ ପାସ୍‌ପୋର୍ଟ କାର୍ଯ୍ୟାଳୟରୁ ୩ ପାସ୍‌ପୋର୍ଟ ହାସଲ କରିଥିଲେ। ତିନିଟିଯାକ ପାସ୍‌ପୋର୍ଟ ବ୍ୟବହାର କରି ସେ ୩ଥର ଥାଇଲାଣ୍ଡ ଯାତ୍ରା କରିଥିବା ଜଣାପଡ଼ିଥିଲା। ୨୦୧୭,  ୨୦୧୯ ଓ ୨୦୨୩ ମସିହାରେ ସେ ଥାଇଲାଣ୍ଡର ବିଭିନ୍ନ ସହର ଯାଇଥିଲେ। ଲକ୍ଷ୍ନୌର ଦୁଇଜଣ ଏଜେଣ୍ଟଙ୍କ ସହାୟତାରେ ସେ ଜାଲିଆତି କରି ପାସ୍‌‌ପୋର୍ଟ ପାଇଥିବା ସ୍ବୀକାର କରିଥିଲେ। ଅନ୍ୟ ଦୁଇଟି ପାସ୍‌ପୋର୍ଟ ସେ ଅନ୍ୟତ୍ର ରଖିଥିବା ମାନିଯାଇଛନ୍ତି। ସେ କେଉଁ ଉଦ୍ଦେଶ୍ୟରେ ଜାଲ୍‌ ପାସ୍‌ପୋର୍ଟ କରି ବାରମ୍ବାର ବିଦେଶ ଗସ୍ତ କରୁଥିଲେ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ତାଙ୍କ ନିକଟରୁ ସେଭଳି କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇନଥିଲେ ମଧ୍ୟ ପାସ୍‌‌ପୋର୍ଟ ଜାଲିଆତି ପଛରେ ବ୍ରିଜେଶର କୌଣସି ସଂଗିନ ତଥା ବଡ଼ଧରଣର କଳା କାରନାମା ରହିଛି ବୋଲି ପୁଲିସ ସନ୍ଦେହ କରୁଛି। ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ ଉତ୍ତରପ୍ରଦେଶ ପୁଲିସ ସହ ଯୋଗାଯୋଗ କରାଯାଉଛି।

Rajasthan: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଭଜନଲାଲଙ୍କ ୯୩୨୧ କୋଟିର ପ୍ୟାକେଜ୍‌ ଘୋଷଣା

Read Entire Article
LEFT SIDEBAR AD

Hidden in mobile, Best for skyscrapers.