Crime: ନାବାଳକଙ୍କୁ ପିଟିପିଟି ହତ୍ୟା! ନ୍ୟାୟ ଦାବିରେ ଶବ ଛାଡ଼ୁନାହାନ୍ତି ଗ୍ରାମବାସୀ

33 minutes ago 1
ARTICLE AD BOX

ନୀଳଗିରି: ଦୋକାନରୁ ଚୋରି ସନ୍ଦେହରେ ନାବାଳକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ଅଧୀନ ତେନ୍ତୁଳିଆ ବଜାରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ବାପପୁଅଙ୍କୁ ଘଟଣାସ୍ଥଳକୁ ଆଣିବାକୁ ଦାବି କରି ଗ୍ରାମବାସୀ ଶବ ଛାଡ଼ୁନାହାନ୍ତି। ଏଥିସହ ଅଭିଯୁକ୍ତଙ୍କ ଦୋକାନ ଭାଙ୍ଗି ପକାଇଛନ୍ତି। ରାତିସୁଦ୍ଧା ଧାରଣା ଜାରି ରହିଥିବା ବେଳେ ଘଟଣାସ୍ଥଳରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

Pollution: ପ୍ରଦୂଷଣ ଉପରେ ଏନ୍‌ସିଆର୍‌ ରାଜ୍ୟରେ ସମ୍ମନ୍ବିତ ପଦକ୍ଷେପ ଲାଗୁ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ଆହ୍ବାନ

ଅଭିଯୋଗ ଅନୁଯାୟୀ; ଗତକାଲି ସନ୍ଧ୍ୟାରେ ନୀଳଗିରି ବ୍ଲକ୍ ତଥା ବରହମପୁର ଥାନା ଅଧୀନ ତେନ୍ତୁଳିଆ ପଞ୍ଚାୟତ ନୂଆସାହି ଗ୍ରାମର ରାଧାମୋହନ ବାଗସିଂଙ୍କ ପୁଅ ଦୀନେଶ (୧୪) ତେନ୍ତୁଳିଆ ବଜାରର ମାନସ ବେହେରାଙ୍କ ଦୋକାନକୁ ମୁଢ଼ି କିଣିବାକୁ ଆସିଥିଲେ। ଦୀନେଶ ଘରେ ପହଞ୍ଚିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ପାଇବାରୁ ବରହମପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ପ୍ରାୟ ୭.୩୦ ମିନିଟ୍‌ରେ ତେନ୍ତୁଳିଆ ବଜାର ମାର୍କେଟ୍‌ କମ୍ପ୍ଲେକ୍ସ ପଛରେ ଏକ ନିର୍ମାଣାଧୀନ ଘର ଭିତରୁ ନାବାଳକଙ୍କ ମୃତଦେହ ମିଳିଥିଲା। ଖବର ପ୍ରଚାରିତ ହେବା କ୍ଷଣି ମୃତକଙ୍କ ପରିବାର ଲୋକ ଓ ଶହଶହ ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। 
ଚୋରି ଅଭିଯୋଗରେ ଦୋକାନୀ ସନ୍ତୋଷ ବେହେରା ଓ ତାଙ୍କ ପୁଅ ମାନସ ନାବାଳକଙ୍କୁ ପିଟିପିଟି ମାରିଦେଇଥିବା ସେମାନେ ଅଭିଯୋଗ କରିଥିଲେ।

ନ୍ୟାୟ ଦାବିରେ ଶବ ଛାଡ଼ୁନାହାନ୍ତି ଗ୍ରାମବାସୀ
ତୀବ୍ର ଉତ୍ତେଜନା, ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

Women empowerment: ମଧୁମେହରେ ପୀଡ଼ିତ ସ୍ବାମୀଙ୍କ ଚିକିତ୍ସା ନେଇ ଚିନ୍ତିତ ଥିଲେ ମହିଳା; ପରିବା ଚାଷ କରି ‌ହେଲେ ସ୍ୱାବଲମ୍ବୀ

ଖବର ପାଇ ବରହମପୁର ପୁଲିସ ପହଞ୍ଚି ମାନସ ବେହେରାଙ୍କୁ ଥାନାକୁ ନେଇଥିବା ବେଳେ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ହେଲେ ଲୋକେ କିଛି ଶୁଣି ନଥିଲେ। ଅଭିଯୁକ୍ତ ବାପପୁଅଙ୍କୁ ଘଟଣାସ୍ଥଳକୁ ଅଣାଯାଉ ବୋଲି ଦାବି କରି ହୋହଲ୍ଲା କରିବା ସହ ମାନସଙ୍କ ଦୋକାନକୁ ଭାଙ୍ଗି ସମସ୍ତ ସାମଗ୍ରୀ ଲୁଟି ନେଇଥିଲେ। ବରହମପୁର ଆଇଆଇସି ଜନ୍‌ ପଟ୍ଟନାୟକ, ରେମୁଣା ଆଇଆଇସି ବିମଳ ନାୟକ, ମାଜିଷ୍ଟ୍ରେଟ ଭାବେ ନୀଳଗିରି ତହସିଲଦାର ଶୁଭଶ୍ରୀ ଜେନାଙ୍କ ସହ ୨ ପ୍ଲାଟୁନ୍‌ ଫୋର୍ସ ପହଞ୍ଚିଛନ୍ତି। ପ୍ରାୟ ୧୪ ଘଣ୍ଟା ଧରି ବୁଝାସୁଝା ଚାଲିଥିଲେ ବି ରାତିସୁଦ୍ଧା ଉତ୍ତ୍ୟକ୍ତ ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ିବାକୁ ରାଜି ହେଉନାହାନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ଆଗରେ ପୁଲିସ ଅସହାୟ ସାଜିଛି। ଅଭିଯୁକ୍ତ ବାପପୁଅ ଆସି ହତ୍ୟାକାଣ୍ଡର ଡେମୋ ନ ଦେଖାଇଲେ ଶବ ଛାଡ଼ିବୁ ନାହିଁ ବୋଲି ଲୋକେ ଜିଦ୍‌ରେ ଅଟଳ ଅଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.