State Senior Badminton: ରାଜ୍ୟ ବରିଷ୍ଠ ବ୍ୟାଡ୍‌ମିଣ୍ଟନ୍‌: ନିମିଷା ଓଝାଙ୍କୁ ଦ୍ବିମୁକୁଟ, ଆର୍ଯ୍ୟ ମାଝୀ ବିଜେତା

38 minutes ago 1
ARTICLE AD BOX

ଭୁବନେଶ୍ୱର: ସ୍ଥାନୀୟ ପୋଖରୀପୁଟସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମଠାରେ ଆୟୋଜିତ ୪୦ତମ ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ୍‌ ଶନିବାର ଉଦ୍‌ଯାପିତ ହୋଇଛି। ନିମିଷା ଓଝା ଯୁଗଳ ମୁକୁଟ ଜିତିଥିବାବେଳେ ଆର୍ଯ୍ୟ ମାଝୀ ପୁରୁଷ ବର୍ଗରେ ବିଜେତା ହୋଇଛନ୍ତି। ଶୀର୍ଷ ମାନ୍ୟତାପ୍ରାପ୍ତ ନିମିଷା ମହିଳା ବିଭାଗ ଫାଇନାଲରେ ଖୋର୍ଦ୍ଧାର ହର୍ଷିତା ରାଉତଙ୍କୁ ୧୫-୧୨ ଓ ୧୫-୬ରେ ହରାଇଥିଲେ। ଏହା ପରେ ମହିଳା ଯୁଗଳରେ ନିମିଷା ଓ  ସ୍ୱାତୀ ନାୟକ ସମ୍ବଲପୁର-ଖୋର୍ଦ୍ଧା ଯୋଡ଼ି ପୂର୍ବା ପ୍ରତ୍ୟାଶା ଓ ହର୍ଷିତା ରାଉତଙ୍କୁ ପରାସ୍ତ କରିଥିଲେ। 

Pollution: ପ୍ରଦୂଷଣ ଉପରେ ଏନ୍‌ସିଆର୍‌ ରାଜ୍ୟରେ ସମ୍ମନ୍ବିତ ପଦକ୍ଷେପ ଲାଗୁ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ଆହ୍ବାନ

ପୁରୁଷ ଏକକ ଫାଇନାଲରେ ଶୀର୍ଷ ମାନ୍ୟତାପ୍ରାପ୍ତ ବାଲେଶ୍ବରର ଆର୍ଯ୍ୟ ମାଝୀ ସମ୍ବଲପୁରର ତହସିଫ ଖାନଙ୍କୁ ୧୦-୧୫, ୧୫-୫, ୧୫-୬ ରେ ପରାସ୍ତ କରି ବିଜେତା ହୋଇଛନ୍ତି। ପୁରୁଷ ଯୁଗଳ ଫାଇନାଲରେ ଖୋର୍ଦ୍ଧା ଯୋଡ଼ି କଲଗା ଜଗଦୀଶ ଓ ଡିବିଏସ ଚନ୍ଦ୍ର କୁମାର ୧୫-୯, ୧୫-୧୧ରେ ଅନୁଗୁଳ -ମୟୂରଭଞ୍ଜ ଯୋଡ଼ି ଅବିନାଶ ମହାନ୍ତି ଓ ଆୟୁଷ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ। ସେହିଭଳି ମିଶ୍ରିତ ଯୁଗଳ ଫାଇନାଲ୍‌ରେ ଅନୁଗୁଳ-ସମ୍ବଲପୁର ଯୋଡ଼ି ଆୟୁଷ ଦାସ ଓ ପୂର୍ବା ପ୍ରତ୍ୟାଶା ଅନୁଗୁଳ-ସୁନ୍ଦରଗଡ଼ ଯୋଡ଼ି ତନ୍ମୟ କୁମାର ସାହୁ-ଗୀତାଞ୍ଜଳି ଦେଙ୍କୁ ୧୭-୧୫, ୧୫-୧୨ରେ ହରାଇ ବିଜେତା ହୋଇଛନ୍ତି। 

Illegal mining: ମାଫିଆଙ୍କ କବ୍‌ଜାରେ ଟିକରପଡ଼ା ପାହାଡ଼; ଉଠାଇ ନେଲେ ୨ ଟ୍ରିପ୍‌ ବିରଳ ନୀଳପଥର

ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ଆୟୋଜନ କମିଟି ସମ୍ପାଦକ ସୁରୁଲାଲ ମଟାରୀ, ମୁଖ୍ୟ ରେଫରି ବିଜୟ ବାଗ, ସଂଯୋଜକ ତାରାକାନ୍ତ ଦାସ, ସୁବାସ ସାହୁ, ଜୟପ୍ରକାଶ ଜେନା, ଅବଦୁଲ ହାକିମ, ଓସ୍‌ବା ସଦସ୍ୟ ଦୀପକ ମହାନ୍ତି ଓ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଓସ୍‌ବା  ସମ୍ପାଦକ ନିଲିନ କୁମାରଙ୍କ ତତ୍ତ୍ବାବଧାନରେ ତିନିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାକୁ ମୁଖ୍ୟ ରେଫରି ବିଜୟ ବାଗ, ଟି. ଓ. ସଂଯୋଜକ ଲକ୍ଷପତି ନନ୍ଦ, ଅସିତ ପଟ୍ଟନାୟକ, ସୁବାସ ସାହୁ, ସମୀର ସାହୁଙ୍କ ସହ ୪ ଜଣ ଜାତୀୟ ମାନ୍ୟତା ପ୍ରାପ୍ତ ଓ ୨୮ ଜଣ ରାଜ୍ୟ ସ୍ତରର ଟେକ୍ନିକାଲ ଅଫିସିଆଲ ପରିଚାଳନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.