Unsafe tourist spot: ଅସୁରକ୍ଷିତ ପର୍ଯ୍ୟଟନସ୍ଥଳ: ପ୍ରକୃତି କୋଳରେ ମୃତ୍ୟୁର ଫାଶ, ଅନେକ ପରିବାର ମୁହଁରୁ ଲିଭେଇ ଦେଉଛି ହସ

3 days ago 4
ARTICLE AD BOX

କେନ୍ଦୁଝର: ପ୍ରକୃତିର କୋଳରେ ମୃତ୍ୟୁର ଫାଶ। ଜଳପ୍ରପାତର ଗର୍ଜନ ଭିତରେ ଲିଭିଯାଉଛି ଜୀବନ ଦୀପ। କେହି ରିଲ୍‌ସ ପାଇଁ ବିପଦକୁ ଆମନ୍ତ୍ରଣ କରୁଛନ୍ତି, ତ ଆଉ କେହି ନିଶାସକ୍ତ ଅବସ୍ଥାରେ ଜଳସ୍ରୋତରେ ଭାସିଯାଉଛି। ପର୍ଯ୍ୟଟନର ଆନନ୍ଦ ଅନେକ ପରିବାର ପାଇଁ ଦୁଃଖ ପାଲଟୁଛି। କେନ୍ଦୁଝରର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୁଣ୍ଡିଚାଘାଗି ସମେତ ଏକାଧିକ ସ୍ଥାନରେ ଏଭଳି ଅଘଟଣ ଏବେ ଚିନ୍ତାର କାରଣ ପାଲଟିଛି।

Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର

ଘଟଗାଁଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି ମନୋରମ ଜଳପ୍ରପାତ ଗୁଣ୍ଡିଚାଘାଗି। ଏଠାକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ବଣଭୋଜି କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ପର୍ଯ୍ୟଟକଙ୍କପାଇଁ ଏଠାରେ ଭିତ୍ତିଭୂମି ବିକାଶ କରାଯାଇଛି। ବସିବା ସ୍ଥାନ, ବଣଭୋଜି ପିଣ୍ଡି, ସେତୁ ଓ ଅନ୍ୟାନ୍ୟ ସୁବିଧା ରହିଛି। ପର୍ଯ୍ୟଟକଙ୍କଠାରୁ ଟିକସ ଓ ପରିବେଶ ସୁରକ୍ଷା ନାମରେ ଅର୍ଥ ଆଦାୟ ହେଉଛି। ହେଲେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉ ନାହିଁ। ଜଳପ୍ରପାତ ନିକଟରେ ରିଲ୍‌ସ ଓ ସେଲ୍‌ଫି ନେବାର ନିଶା ଯୁବପିଢ଼ିଙ୍କୁ ବିପଦ ମୁହଁକୁ ଟାଣି ନେଉଛି। ସେହିପରି ନିଶାସକ୍ତ ହୋଇ ଜଳପ୍ରପାତରେ ପଶିବା ଯୋଗୁଁ ଦୁର୍ଘଟଣା ଘଟୁଛି। ଅନେକ ପର୍ଯ୍ୟଟକ ନିଶାସକ୍ତ ହୋଇ ପ୍ରଖର ସ୍ରୋତରେ ଭାସିଯାଉଛନ୍ତି। ଗତ ୮ ମାସ ତଳେ ଗୁଣ୍ଡିଚାଘାଗିରେ ବୁଡ଼ି ଦୁଇ ମେଧାବୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଦେବେଶ କୁମାର ବେହେରା ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ହରିଚନ୍ଦନପୁର ବ୍ଲକ୍‌ର ସତ୍ୟପ୍ରକାଶ ମହାନ୍ତ ଜଳପ୍ରପାତର ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇଥିଲେ। ପରେ ତାଙ୍କ ମୃତଦେହ ମିଳିଥିଲା। କେନ୍ଦ୍ରାପଡ଼ାର ଜଣେ ଯୁବକଙ୍କ ମଧ୍ୟ ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଥିଲେ।

ଅନେକ ପରିବାର ମୁହଁରୁ ଲିଭେଇ ଦେଉଛି ହସ
ରିଲ୍‌ସ ନିଶା, ଅସାବଧାନତାରୁ ଯାଉଛି ଜୀବନ
ଗୁଣ୍ଡିଚାଘାଗିରେ ୬ ବର୍ଷରେ ୧୩ମୃତ

Cyber Safety Awareness: ଶିକ୍ଷାନୁଷ୍ଠାନରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ଗୁରୁମନ୍ତ୍ର ଦେଲା ପୁଲିସ

ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ମୁକୁନ୍ଦପୁରପାଟଣା ପଞ୍ଚାୟତ ପକ୍ଷରୁ ଜଳପ୍ରପାତରେ ଗାଧୋଇବା ଓ ବିପଦପୂର୍ଣ୍ଣ ସ୍ଥାନରେ ରିଲ୍‌ସ କିମ୍ବା ଫଟୋ ଉଠାଇବା ଉପରେ କଟକଣା ଜାରି କରାଯାଇଥିଲା। ନିୟମ ଅମାନ୍ୟ କଲେ ୫ହଜାର ଟଙ୍କା ଜରିମାନା ନେଇ ଚେତାବନୀ ଦିଆଯାଇଥିଲା। କଟକଣା ଲାଗିଲା, ହେଲେ ତାହାକୁ ଜଗିବ କିଏ? ଗତ ୬ବର୍ଷ ମଧ୍ୟରେ ଗୁଣ୍ଡିଚାଘାଗିରେ ୧୩ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ଏହା ସତ୍ତ୍ୱେ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ପ୍ରଶ୍ନ ଉଠିଛି। କେବଳ ଗୁଣ୍ଡିଚାଘାଗି ନୁହେଁ, ଜିଲ୍ଲାର ଅନ୍ୟାନ୍ୟ ଜଳପ୍ରପାତ ଓ ନଦୀକୂଳରେ ଥିବା ପର୍ଯ୍ୟଟନସ୍ଥଳରେ ମଧ୍ୟ ଅସାବଧାନତା ‌ଯୋଗୁଁ ଲୋକଙ୍କ ଜୀବନ ଯାଉଛି। ଗୋପାଳପୁର ନିକଟସ୍ଥ କାଳୀଞ୍ଜର ନଦୀରେ ଗାଧୋଇବା ବେଳେ ମେ ମାସରେ ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ଆଦିତ୍ୟ ମହାନ୍ତ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ଦୁଇବର୍ଷ ତଳେ ଖଣ୍ଡାଧାର ଜଳପ୍ରପାତରେ ବୁଡ଼ିଯାଇ ଜଣେ ଯୁବକଙ୍କ ଜୀବନ ଯାଇଥିଲା। ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସୁଥିବା ଲୋକଙ୍କ ଅକାଳ ମୃତ୍ୟୁ ଅନେକ ପରିବାର ମୁହଁରୁ ହସ ଲିଭେଇ ଦେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.