Ukraine: ପ୍ରତିବାଦ ପରେ ୟୁକ୍ରେନର ସେନାମୁଖ୍ୟଙ୍କୁ ହଟାଇଲେ ଜେଲେନସ୍କି

1 hour ago 1
ARTICLE AD BOX

କିଭ୍‌: ୟୁକ୍ରେନର ବିଭିନ୍ନ ସହରରେ କିଛିଦିନ ଧରି ଚାଲିଥିବା ପ୍ରତିବାଦ ପରେ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ସଶସ୍ତ୍ର ବାହିନୀର କମାଣ୍ଡର‑ଇନ୍‌‑ଚିଫ୍‌ ଜେନେରାଲ ଓଲେକ୍‌ସାନ୍ଦର ସିର୍‌ସ୍କିଙ୍କୁ ପଦରୁ ହଟାଇଛନ୍ତି। ତାଙ୍କ ସ୍ଥାନରେ ୪୩ ବର୍ଷୀୟ ମେଜର ଜେନେରାଲ ମିଖାଇଲୋ ଡ୍ରାପାତିଙ୍କୁ ମଙ୍ଗଳବାର ରାତିରେ ୟୁକ୍ରେନ ସେନାର ନୂଆ ମୁଖ୍ୟ ନିଯୁକ୍ତ କରାଯାଇଛି। ରୁଷ୍‌ ବିରୋଧୀ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନର ସାମରିକ ନେତୃତ୍ୱରେ ଏହା ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି।

ଗତ ସପ୍ତାହରେ ଜେଲେନସ୍କି ସରକାରରେ ବଡ଼ଧରଣର ଅଦଳବଦଳ କରି ପ୍ରତିରକ୍ଷାମନ୍ତ୍ରୀ ମିଖାଇଲୋ ଫେଡୋରୋଭଙ୍କୁ ହଟାଇଥିଲେ। ମାତ୍ର ୬ ମାସ ପ୍ରତିରକ୍ଷାମନ୍ତ୍ରୀ ରହିଥିବା ୩୫ ବର୍ଷୀୟ ଫେଡୋରୋଭ ସେନାରେ ଆଧୁନିକ ପ୍ରଯୁକ୍ତି, ଡ୍ରୋନ୍‌ ଓ ତଥ୍ୟଭିତ୍ତିକ ଯୁଦ୍ଧ ପରିଚାଳନା ବ୍ୟବସ୍ଥା ପ୍ରଚଳନ ପାଇଁ ଉଦ୍ୟମ କରୁଥିଲେ। ତାଙ୍କୁ ହଟାଇବା ପରେ କିବ୍ ସମେତ ଦେଶର ଅନେକ ସହରରେ ହଜାର ହଜାର ଲୋକ ବିକ୍ଷୋଭ କରିଥିଲେ। ସେମାନେ ଫେଡୋରୋଭଙ୍କୁ ପୁଣି ଦାୟିତ୍ୱ ଦେବା ସହ ସିର୍‌ସ୍କିଙ୍କୁ ହଟାଇବାକୁ ଦାବି କରିଥିଲେ।

ସିର୍‌ସ୍କିଙ୍କ କଠୋର ଓ ପୁରୁଣା ସୋଭିଏତ୍‌ ଶୈଳୀର ସେନା ପରିଚାଳନା ଯୋଗୁଁ ଯୁଦ୍ଧରେ ଅଯଥା ଅଧିକ ସୈନିକଙ୍କ ଜୀବନ ଯାଉଥିବା ତାଙ୍କ ସମାଲୋଚକମାନେ ଅଭିଯୋଗ କରିଥିଲେ। ସିର୍‌ସ୍କି ଓ ଫେଡୋରୋଭଙ୍କ ମଧ୍ୟରେ ସେନାର ଆଧୁନିକୀକରଣକୁ ନେଇ ମତଭେଦ ଥିଲା। ଏଥିରେ ଜେଲେନସ୍କି ସିର୍‌ସ୍କିଙ୍କ ପକ୍ଷ ନେଇଥିବା ଅଭିଯୋଗ ମଧ୍ୟ ଉଠିଥିଲା। ତେବେ କିବ୍‌ର ପ୍ରତିରକ୍ଷା ଏବଂ ଖାରକିଭ୍‌ ଓ ରୁଷ୍‌ର କୁର୍ସ୍କ ଅଞ୍ଚଳରେ ୟୁକ୍ରେନ ସେନାର ଅଭିଯାନ ପରିଚାଳନାରେ ସିର୍‌ସ୍କିଙ୍କ ଅବଦାନ ପାଇଁ ଜେଲେନସ୍କି ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Russia: ରୁଷ୍‌ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍‌ର ଭୟଙ୍କର ଡ୍ରୋନ୍‌ ଆକ୍ରମଣ, ୨ ମୃତ

ଡ୍ରାପାତିଙ୍କୁ ୟୁକ୍ରେନ ସେନାର ନୂଆ ପିଢ଼ିର ଜଣେ ଦକ୍ଷ, ଲୋକପ୍ରିୟ ଓ ସଂସ୍କାରବାଦୀ କମାଣ୍ଡର ଭାବେ ଦେଖାଯାଉଛି। ସେ ୨୦୨୪ରୁ ୨୦୨୫ ପର୍ଯ୍ୟନ୍ତ ସ୍ଥଳସେନାର ମୁଖ୍ୟ ଥିଲେ ଏବଂ ବର୍ତ୍ତମାନ ମିଳିତ ସେନାବାହିନୀର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ରୁ ରୁଷ୍‌ ସୈନିକଙ୍କ ବିରୋଧରେ ଲଢ଼ି ଆସୁଥିବା ଡ୍ରାପାତି ମାରିଉପୋଲରେ ରୁଷ୍‌ ସମର୍ଥିତ ସଶସ୍ତ୍ର ଗୋଷ୍ଠୀର ବ୍ୟାରିକେଡ୍‌ ଭାଙ୍ଗି ସେନା ଗାଡ଼ି ନେଇ ଆଗକୁ ବଢ଼ିବା ପରେ ଚର୍ଚ୍ଚାକୁ ଆସିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.