UGC NET: ୨.୨୫ ଲକ୍ଷ ଟଙ୍କାରେ ୟୁଜିସି ନେଟ୍‌ ସୋସିଓଲୋଜି ପ୍ରଶ୍ନପତ୍ର ବିକ୍ରି ହୋଇଛି: ରାହୁଲ

2 months ago 29
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍‌ ପରେ ଏବେ ୟୁଜିସି ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି ନେଟ୍‌)ର ସୋସିଓଲୋଜି ପ୍ରଶ୍ନପତ୍ର ଲିକ୍‌ ହୋଇଛି ବୋଲି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଏକ୍ସରେ ଏକ ‌ପୋଷ୍ଟ୍‌ କରି ରାହୁଲ ଗାନ୍ଧୀ ୟୁଜିସି ନେଟ୍‌ ସୋସିଓଲୋଜି ପେପର୍‌ ଲିକ୍ ସଂକ୍ରାନ୍ତରେ କେତେକ ଅଭିଯୋଗର ଏକ ତାଲିକା ଦେଇଛନ୍ତି। 

କଂଗ୍ରେସ ସାଂସଦ କହିଛନ୍ତି, ୟୁଜିସି ନେଟ୍‌ ପରୀକ୍ଷା ପୂର୍ବଦିନ ୧୦୦ ପୃଷ୍ଠାର ଏକ ପିଡିଏଫ୍‌ ପ୍ରସାରିତ ହୋଇଥିଲା। ପ୍ରଶ୍ନପତ୍ର ସେଟିଂ ସହ ଏହି ପିଡିଏଫ୍‌ ଜଡ଼ିତ ଯାହା କେବଳ ଏନ୍‌ଟିଏ ପାଖରେ ହିଁ ଉପଲବ୍ଧ। ଏହି ପିଡିଏଫ୍‌ରେ ପାଖାପାଖି ୯୦ଟି ପ୍ରଶ୍ନ ବାସ୍ତବ ସୋସିଓଲୋଜି ପ୍ରଶ୍ନପତ୍ର ସହ ମେଳ ଖାଊଛି। 

NEET Paper Leak: ନିଟ୍ ପ୍ରଶ୍ନପତ୍ର ଲିକ୍‌: ରାହୁଲ ଗାନ୍ଧୀ ଦେଶର ଯୁବପିଢ଼ିଙ୍କୁ ଭ୍ରମିତ କରୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗ

ଏହି ସମାନ ପ୍ରଶ୍ନପତ୍ର ବିହାର, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ ଓ ରାଜସ୍ଥାନରେ ଅ‌ଢ଼େଇ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି‌ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି, ନିଟ୍‌ ଓ ନେଟ୍‌ରେ ଲଗାତାର ପ୍ରଶ୍ନପତ୍ର ପ୍ରଘଟ ‌‌ହେଉଥିଲେ ମଧ୍ୟ ସରକାର ଅଚିନ୍ତା ନିଦରେ ‌ଶୋଇଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଏକ ଦୈନିକ ଭାସ୍କର ରିପୋର୍ଟକୁ ଦର୍ଶାଇଥିଲେ ‌ଯେଉଁଥିରେ ଅଭିଯୋଗ ହୋଇଛି ଯେ ଜୁନ୍‌ ୨୦ ପରୀକ୍ଷା ପୂର୍ବରୁ ୟୁଜିସି ନେଟ୍‌ ପେପର୍‌ ଲିକ୍‌ ହୋଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.