UCC Bill: ମଧ୍ୟପ୍ରଦେଶ ବିଧାନସଭାରେ ସମାନ ନାଗରିକ ସଂହିତା ବିଲ୍‌ ଗୃହୀତ

3 hours ago 3
ARTICLE AD BOX

ଭୋପାଳ: ହଟ୍ଟଗୋଳ ଓ ବିରୋଧୀଙ୍କ ବିରୋଧ ମଧ୍ୟରେ ମଧ୍ୟପ୍ରଦେଶ ବିଧାନସଭାରେ ମଙ୍ଗଳବାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ପାସ୍ ହୋଇଛି। ଏହା ସହିତ ଉତ୍ତରାଖଣ୍ଡ, ଗୁଜରାଟ ଓ ଅରୁଣାଚଳପ୍ରଦେଶ ପରେ ମଧ୍ୟପ୍ରଦେଶ ଦେଶର ଚତୁର୍ଥ ରାଜ୍ୟ ଭାବେ ସମାନ ନାଗରିକ ସଂହିତା ଲାଗୁ କରିବା ଦିଗରେ ଆଗେଇଛି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସରକାର ପକ୍ଷରୁ ଉପସ୍ଥାପିତ ଏହି ବିଲ୍‌ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବିଜେପି ସଦସ୍ୟମାନେ ବିଲ୍‌କୁ ସମର୍ଥନ କରି ଏହା ଲିଙ୍ଗଗତ ସମାନତା, ସାମାଜିକ ନ୍ୟାୟ ଓ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ବ୍ୟବସ୍ଥା ସୁନିଶ୍ଚିତ କରିବ ବୋଲି କହିଥିଲେ। ଅନ୍ୟପକ୍ଷରେ, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ବିଲ୍‌କୁ ବିରୋଧ କରି ଏହା ଧାର୍ମିକ ସ୍ୱାଧୀନତା ଓ ବ୍ୟକ୍ତିଗତ ଆଇନ ଉପରେ ପ୍ରଭାବ ପକାଇବ ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ବିଧାନସଭାରେ ହଟ୍ଟଗୋଳ ମଧ୍ୟ ଦେଖାଯାଇଥିଲା।

ବିଲ୍‌ରେ ବିବାହ, ଛାଡ଼ପତ୍ର, ଭରଣପୋଷଣ, ଉତ୍ତରାଧିକାର ଓ ଦତ୍ତକ ଗ୍ରହଣ ଭଳି ପାରିବାରିକ ବିଷୟରେ ସମସ୍ତ ସମ୍ପ୍ରଦାୟ ପାଇଁ ଏକ ସମାନ ଆଇନ ବ୍ୟବସ୍ଥାର ପ୍ରସ୍ତାବ ରହିଛି। ବହୁବିବାହ ନିଷେଧ, ବିବାହର ବାଧ୍ୟତାମୂଳକ ପଞ୍ଜୀକରଣ, ମହିଳା ଓ ସନ୍ତାନଙ୍କ ଅଧିକାର ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ମଧ୍ୟ ବିଲ୍‌ରେ ସାମିଲ କରାଯାଇଛି। ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ଏହି ଆଇନର ପରିସରରୁ ବାଦ ଦିଆଯାଇଛି।

Physiotherapy Centre for MLAs ବିଧାୟକଙ୍କ ପାଇଁ  ବିଧାନସଭା ପରିସରରେ ଫିଜିଓଥେରାପି ସେଣ୍ଟର

ବିଲ୍‌ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଓ ସମାନ ନ୍ୟାୟ ପ୍ରଦାନ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ। ଅନ୍ୟପକ୍ଷରେ, ବିରୋଧୀ ଦଳ କହିଛି ଯେ, ପର୍ଯ୍ୟାପ୍ତ ଆଲୋଚନା ଓ ସର୍ବସମ୍ମତି ବିନା ଏଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ କରାଯିବା ଉଚିତ ନଥିଲା। ବିଲ୍‌ଟି ଏବେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.