Turmeric and rice: ହଳଦୀ ଓ ଧାନ ବିକି ଗାଁ’କୁ ରାସ୍ତା ନିର୍ମାଣ: ଉଦାହରଣ ସୃଷ୍ଟି କଲେ ଚାଷୀ ପବିତ୍ର

1 hour ago 1
ARTICLE AD BOX

କ.ନୂଆଗାଁ: ଉପାନ୍ତ ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ କରିବାକୁ ବର୍ଷ ବର୍ଷ ଧରି ପ୍ରଶାସନର ଦ୍ବାରସ୍ଥ ହେବା ପରେ ବି କୌଣସି ସୁଫଳ ମିଳିଲାନି। ଶେଷରେ ନିଜ କଷ୍ଟ ଉତ୍ପାଦିତ ହଳଦୀ ଓ ଧାନ ବିକି ଜଣେ ଚାଷୀ ୧ ଲକ୍ଷ ଟଙ୍କା ବ୍ୟୟରେ ଗାଁକୁ ରାସ୍ତା ନିର୍ମାଣ କରିଛନ୍ତି। କନ୍ଧମାଳଜିଲ୍ଲା କ.ନୂଆଗାଁ ବ୍ଲକ୍‌ ଅଧୀନ ଗାନ୍ଦ୍ରିଗାଁ ପଞ୍ଚାୟତର ୩ ନମ୍ବର ଵାର୍ଡ ବାସିନ୍ଦା ପବିତ୍ରମୋହନ ପ୍ରଧାନଙ୍କ ଏହି ମହତ ପ୍ରୟାସକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଥିପାଇଁ ତାଙ୍କୁ ଲୋକେ ରୋଡ଼୍‌ ମ୍ୟାନ୍‌ ଡାକିବା ଆରମ୍ଭ କରିଛନ୍ତି। କଠିନ ପରିଶ୍ରମ, ଦୃଢ଼ ଇଚ୍ଛା ଓ ଅଧ୍ୟବସାୟ ବଳରେ ଅସାଧ୍ୟକୁ ମଧ୍ୟ ସାଧ୍ୟ କରି ହୁଏ ଏବଂ ତା ପୁଣି ବିନା ସରକାରୀ ସହାୟତାରେ; ଏ କଥାକୁ ପବିତ୍ର ପ୍ରମାଣିତ କରିଛନ୍ତି। 

AI: କୃତ୍ରିମ ବୁଦ୍ଧିମତ୍ତା ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ ‘ଡିଏସ୍‌ସି ଅର୍ଜୁନ’ର ଶୁଭାରମ୍ଭ

ଉଦାହରଣ ସୃଷ୍ଟି କଲେ ଚାଷୀ ପବିତ୍ର
ବର୍ଷ ବର୍ଷ ଧରି ଶୁଣୁ ନଥିଲା ପ୍ରଶାସନ

ସୂଚନା ଅନୁସାରେ, ଡାମିକିଆ ଗାଁଠାରୁ ଏକ କିଲୋମିଟର ଦୂରରେ ପଡ଼ାଗାଁ ମାଜୁକାରି ସାହି ରହିଥିବା ବେଳେ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟ ପାଇଁ ଡାମିକିଆ ଉପରେ ନିର୍ଭରଶୀଳ। ମାଜୁକାରି ସାହି ପର୍ଯ୍ୟନ୍ତ ଯାତାୟାତ କରିବାକୁ କୌଣସି ପକ୍କାରାସ୍ତା ନ ଥିଲା। ଗାଁ ମଝିରେ ଥିବା ଏକ ଛୋଟ ନାଳ ଗ୍ରାମବାସୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଥିଲା। ବର୍ଷା ହେଲେ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଥିବାରୁ ଲୋକେ ନାହିଁ ନଥିବା ହଟହଟା ହେଉଥିଲେ। ପକ୍କାରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ବହୁବାର ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା।

Protest: ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି

ଶେଷରେ ମାଜୁକାରି ଗାଁ’ର ଚାଷୀ ପବିତ୍ର ନିଜ ଅର୍ଜିତ ଧାନ ଓ ହଳଦୀ ବିକ୍ରି କରି ଏକ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ଆଉ ଗ୍ରାମବାସୀ ଓ ପରିବାର ସଦସ୍ୟଙ୍କ ସହଯୋଗରେ ଜେସିବି ମେସିନ୍ ଆଣିବା ସହ ଶ୍ରମଦାନ କରି ଲସେନାଜୁ ଗ୍ରାମଠାରୁ ମାଜୁକାରି ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ତିଆରି କରିଥିଲେ। ପଥର ବାହାର କରି ମାଟିକୁ ସମତୁଲ କରିବାକୁ ତାଙ୍କୁ ଏକ ସପ୍ତାହ ଲାଗିଥିଲା। ଏବେ ଯାତାୟାତ ସମ୍ଭବପର ହୋଇପାରୁଛି। ପବିତ୍ରଙ୍କୁ ଏଥିପାଇଁ ଅଞ୍ଚଳବାସୀ ପ୍ରଶଂସାରେ ପୋତି ପକାଇଥିବାବେଳେ ତାଙ୍କର ଏହି ପ୍ରୟାସ ସାରା ଜିଲ୍ଲାରେ ଆଲୋଚ୍ୟ ବିଷୟ ପାଲଟିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.