ARTICLE AD BOX
ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​​ଚୀନ୍ ହସ୍ତକ୍ଷେପ କରିଥିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପୁୂଣି ଥରେ ଅଭିଯୋଗ କରିଛନ୍ତି। ନିର୍ବାଚନ ସୁରକ୍ଷା ଉପରେ ଦେଶକୁ ସମ୍ବୋଧିତ କରି ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଟ୍ରମ୍ପ ଦାବି କରିଛନ୍ତି। ଚୀନ୍ ନିର୍ବାଚନ ତଥ୍ୟରେ ବଡ଼ଧରଣର ହେରଫେର କରିଥିବା ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ୨୦୨୦ରେ ନିର୍ବାଚନକୁ ପ୍ରଭାବିତ କରିବାରେ ଚୀନର ଭୂମିକାର ତଦନ୍ତ କରିବାକୁ ଟ୍ରମ୍ପ ଏଫବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଚୀନ୍ ୨୨୦ ନିୟୁତ ବା ୨୨ କୋଟି ଆମେରିକୀୟ ଭୋଟରଙ୍କ ତଥ୍ୟ ଚୋରି କରିଛି ଓ ଏ ସମ୍ପର୍କିତ ଗୁପ୍ତ ତଥ୍ୟ ରାଷ୍ଟ୍ରପତି, କଂଗ୍ରେସ ଓ ଜନସାଧାରଣଙ୍କଠାରୁ ଲୁଚାଇ ରଖାଯାଇଛି।
ଗୁଇନ୍ଦା ସଂସ୍ଥା ଲୁଚାଇଥିଲେ ତଥ୍ୟ
ଟ୍ରମ୍ପ କହିଛନ୍ତି ଯେ, ଗୋପନୀୟ ଦଲିଲ ଅନୁଯାୟୀ ୧୮ ଟି ରାଜ୍ୟର ଭୋଟର ତଥ୍ୟ ଚୀନ୍ ଦ୍ୱାରା ହ୍ୟାକ୍ କରାଯାଇଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଆମେରିକାର ନିର୍ବାଚନ ବ୍ୟବସ୍ଥା ସାଇବର ଆକ୍ରମଣର ଶିକାର ହୋଇପାରେ ଓ କିଛି ଗୁଇନ୍ଦା ଅଧିକାରୀ ଚୀନ୍ ନିର୍ବାଚନ ହସ୍ତକ୍ଷେପର ରିପୋର୍ଟକୁ ଚାପି ଦେଇଛନ୍ତି। ଟ୍ରମ୍ପଙ୍କ ଅଭିଯୋଗଗୁଡ଼ିକୁ ସ୍ୱାଧୀନ ଭାବରେ ଯାଞ୍ଚ କରାଯାଇ ନାହିଁ। ସାର୍ବଜନୀନ ଡକ୍ୟୁମେଣ୍ଟଗୁଡ଼ିକ ତାଙ୍କର ସମସ୍ତ ଦାବିକୁ ସ୍ପଷ୍ଟ ଭାବରେ ପ୍ରମାଣିତ କରୁନାହିଁ। ୨୦୨୦ ନିର୍ବାଚନ ପରେ ଅନେକ ତଦନ୍ତ ଓ କୋର୍ଟ ଶୁଣାଣିରେ ବ୍ୟାପକ ନିର୍ବାଚନ ଜାଲିଆତିର କୌଣସି ପ୍ରମାଣ ମିଳିଲା ନାହିଁ। ଟ୍ରମ୍ପ ଡିଏନଆଇ, ଏଫବିଆଇ, ସିଆଇଏ ଓ ନ୍ୟାୟ ବିଭାଗକୁ ଚୀନର ହସ୍ତକ୍ଷେପ ନେଇ ତଦନ୍ତ କରିବାକୁ ଓ ଦାୟୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଏବଂ ଆବଶ୍ୟକ ହେଲେ ଫୌଜଦାରୀ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

1 hour ago
1


