ARTICLE AD BOX
ବିବାଦୀୟ ହୋଇ ପଡ଼ିଥିବା ଫିଫା ସଭାପତି ଜିଆନି ଇନ୍ଫାଣ୍ଟିନୋଙ୍କୁ ଖୋଲା ଖୋଲି ସମର୍ଥନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ୨୦୨୭ ମସିହା ମାର୍ଚ୍ଚ ମାସରେ ହେବାକୁ ଥିବା ଫିଫା ସଭାପତି ନିର୍ବାଚନରେ ତାଙ୍କୁ ପୁନର୍ବାର ନିର୍ବାଚିତ କରିବାକୁ ସେ ଏଭଳି ମତ ପୋଷଣ କରିଛନ୍ତି।
Photograph: (google)ୱାସିଂଟନ୍: ବିବାଦୀୟ ହୋଇ ପଡ଼ିଥିବା ଫିଫା ସଭାପତି ଜିଆନି ଇନ୍ଫାଣ୍ଟିନୋଙ୍କୁ ଖୋଲା ଖୋଲି ସମର୍ଥନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ୨୦୨୭ ମସିହା ମାର୍ଚ୍ଚ ମାସରେ ହେବାକୁ ଥିବା ଫିଫା ସଭାପତି ନିର୍ବାଚନରେ ତାଙ୍କୁ ପୁନର୍ବାର ନିର୍ବାଚିତ କରିବାକୁ ସେ ଏଭଳି ମତ ପୋଷଣ କରିଛନ୍ତି। ଆମେରିକାରେ ସଦ୍ୟସମାପ୍ତ ଫିଫା ବିଶ୍ବକପ୍ର ଅଦ୍ଭୂତପୂର୍ବ ସଫଳତା ପାଇଁ ଟ୍ରମ୍ପ୍ ମଧ୍ୟ ଇନ୍ଫାଣ୍ଟିନୋଙ୍କୁ ଶ୍ରେୟ ଦେଇଛନ୍ତି। ମାର୍ଚ୍ଚ ମାସର ନିର୍ବାଚନରେ ଇନ୍ଫାଣ୍ଟିନୋ ହଟିଲେ ଏହା ଏକ ‘ଭୟଙ୍କର ତ୍ରୁଟି’ ହେବ ବୋଲି ମଧ୍ୟ ଟ୍ରମ୍ପ୍ କହିଛନ୍ତି। ବିଶେଷ କରି ଫିଫା ବିଶ୍ବକପ୍ ପରେ ଇନ୍ଫାଣ୍ଟିନୋଙ୍କ ପ୍ରସ୍ତାବିତ ଏଫ୍ଏଫ୍ଇ (ଫିଫା ଫରୱାର୍ଡ ଏଣ୍ଟର୍ପ୍ରାଇଜ୍) ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ ପାଇଁ ବିଶ୍ବର ଅନେକ ଫୁଟ୍ବଲ୍ ମହାସଂଘକୁ ଏକାଠି କରିଦେଇଛି। ନରୱେ ଫୁଟ୍ବଲ୍ ସଂଘ ତ ଇନ୍ଫାଣ୍ଟିନୋଙ୍କ ତୁରନ୍ତ ଇସ୍ତଫା ଦାବି କରି ସାରିଛି। ଏଫଏଫଇ ଜରିଆରେ ଫିଫା ଏହାର ବିଶ୍ବକପ୍ ସମେତ ବିଭିନ୍ନ ପ୍ରତିଯୋଗିତାଗୁଡ଼ିକର ଘରୋଇକରଣ କରିବା ଯୋଜନା ରଖିଥିଲା। ତେବେ ୟୁରୋପ, ଆଫ୍ରିକା ଓ ଏସିଆ ମହାଦେଶର ଦୃଢ଼ ବିରୋଧ ପରେ ଏହି ଯୋଜନାରୁ ଫିଫା ତୁରନ୍ତ ପ୍ରତ୍ୟାହାର କରି ନେଇଛି। ଏହା ସତ୍ତ୍ବେ ବିଭିନ୍ନ ଦେଶର ଫୁଟ୍ବଲ୍ ମହାସଂଘ ମଧ୍ୟରେ ଇନ୍ଫାଣ୍ଟିନୋଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ଇନ୍ଫାଣ୍ଟିନୋ ନ ରହିଲେ ଫିିଫା ବିଶ୍ବକପ୍ ପୂର୍ବ ଭଳି ଏତେ ସଫଳ କି ଲାଭପ୍ରଦ ହେବ ନାହିଁ ବୋଲି ଟ୍ରମ୍ପ୍ ଆଶଙ୍କା ପ୍ରକଟ କରିଛନ୍ତି। ଏଫଏଫଇ ପ୍ରସ୍ତାବ ପାଇଁ ମହାସଚିବ ମାଟିଆସ ଗ୍ରାଫଷ୍ଟ୍ରମ୍ ମଧ୍ୟ କ୍ଷମା ମାଗି ସାରିଛନ୍ତି। ତେବେ ୟୁଫା, କନକାକାଫ ଓ ଏଏଫସିର ମିଳିତ ବିବୃତ୍ତିରେ କୁହାଯାଇଛି ଯେ ଏଭଳି ବିବାଦୀୟ ପ୍ରସ୍ତାବ ‘ଗର୍ହିତ ବିଚାରଗତ ତ୍ରୁଟି’ ଯାହାକି ଛଳନା ଦ୍ବାରା ବିଶ୍ବାସକୁ ଭାଙ୍ଗି ଦେଇଛି। ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ହେବାକୁ ଥିବା ଫିଫା ସଭାପତି ନିର୍ବାଚନରେ ଇନ୍ଫାଣ୍ଟିନୋ ଚତୁର୍ଥ ଥର ପାଇଁ ନିର୍ବାଚିତ ବେହାକୁ ଏବେ ବି ଆଶାବାଦୀ ଅଛନ୍ତି।
ଆହୁରି ପଢ଼ନ୍ତୁ: ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ
ଅଧିକ ଦେଖନ୍ତୁ:
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


