ARTICLE AD BOX
ନ୍ୟୁୟର୍କ:ଫିଫା ବିଶ୍ବକପ୍ ଟ୍ରଫି ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍କୁ ଲୁଇସ ଭୁଇତନ୍ ଦ୍ବାରା ନିର୍ମିତ ଟ୍ରଙ୍କ୍ରେ ନିଆଯିବ। ଫୁଟ୍ବଲ୍ର ସବୁଠୁ ଲୋଭନୀୟ ଏହି ପୁରସ୍କାର ନେବା ପାଇଁ ଟ୍ରଙ୍କ ନିର୍ମାଣ ପାଇଁ ପୁଣି ଥରେ ଫ୍ରାନ୍ସର ଏହି ଲକ୍ଜରି ଫେସନ୍ ହାଉସ୍କୁ ଦାୟିତ୍ବ ଦିଆଯାଇଛି। ଟ୍ରଙ୍କ୍ର ସମ୍ନାରେ ଭିକ୍ଟୋରି (ଜିତ୍) ଓ ଭୁଇତନ ପାଇଁ ସୁନାର ‘ଇଂଲିସ ଅକ୍ଷର ‘ଭି’ ଲେଖାଯାଇଛି।
ଭିତର ଭାଗରେ ବେଜ୍ ଚମଡ଼ା
ଏହା ସହ ବ୍ରାଣ୍ଡର ଚିହ୍ନ ପାଇଁ ମୋନୋଗ୍ରାମ ପାର୍ଟନ୍ ଏବଂ କୋଣରେ ସୁନା ପ୍ଲେଟେଡ୍ ପିତଳ ଲଗାଯାଇଛି। ଭିତର ଭାଗରେ ବେଜ୍ ଚମଡ଼ା ଲଗାଯାଇଛି। ଏଥିରେ ଲୁଇସ ଭୁଇତନ ଓ ଫିଫାର ସହଭାଗିତାର ଏକ ପ୍ୟାଚ୍ ରହିଛି। ଲଗାତାର ପଞ୍ଚମ ଥର ଲାଗି ଫ୍ରେଞ୍ଚ କମ୍ପାନି ଲୁଇସ ଭୁଇତନ ଟ୍ରଫି ପାଇଁ ଟ୍ରଙ୍କ୍ ଡିଜାଇନ୍ କରିଛନ୍ତି। ୨୦୦୪, ୧୦୧୦, ୨୦୧୮ ଓ ୨୦୨୨ ପ୍ରତିଯୋଗିତା ଲାଗି ଏହି କମ୍ପାନି ଟ୍ରଙ୍କ୍ ଡିଜାଇନ୍ କରିଥିଲା। ୧୯୬୭ରେ ଭିନ୍ସ ଲୋମ୍ବାର୍ଡି ଟ୍ରଫିର ପ୍ରଥମ ସଂସ୍କରଣ ପରଠୁ ଲୁଇସ୍ ଭୁଇତିନ୍ ବିଶ୍ବର ବଡ଼ ବଡ଼ କ୍ରୀଡ଼ା ଇଭେଣ୍ଟ୍ ଲାଗି ଟ୍ରଫି ଓ ଟ୍ରଙ୍କ୍ ପ୍ରସ୍ତୁତ କରୁଛି।
FIFA World Cup: ବିଶ୍ବକପ୍ ପାଇନାଲ୍ ଦେଖିବେ ଟ୍ରମ୍ପ
ଟ୍ରଫି ଟ୍ରଙ୍କ୍ ଯୋଗାଇବା ଲାଗି ଫର୍ମୁଲା ୱାନ୍ର ବଡ଼ ଗ୍ରାଁ ପ୍ରି ସର୍କଟ୍ ସହ ୧୦ ବର୍ଷ ଲାଗି ଚୁକ୍ତି ମଧ୍ୟ ଏହି କମ୍ପାନି କରିଛି। ହେଲେ ୪ ବର୍ଷରେ ଥରେ ହେଉଥିବା ଫିଫା ବିଶ୍ବକପ୍ ଲାଗି ଗୋଟିଏ ଟ୍ରଫି ରହିଛି। ଯାହା ଜୁରିକ୍ ସ୍ଥିତ ଫିଫା ସଂଗ୍ରହାଳୟରେ ରହିଥାଏ। ତେଣୁ ପ୍ରତି ବିଶ୍ବକପ୍ ବେଳେ ଏହାର କେବଳ ବେସ୍ପୋକ୍ ଲଗେଜ୍ ଡିଜାଇନ୍ କରାଯାଇଥାଏ।

1 hour ago
1


