ARTICLE AD BOX
ଉଲୁଣ୍ଡା: ଝାଲମୁଢି ଖାଇ ଅସୁସ୍ଥ ହୋଇପଡିଲେ ୪୦ରୁ ଅଧିକ ଗ୍ରାମବାସୀ | ସୁବର୍ଣ୍ଣପୁରଜିଲ୍ଲା ଉଲୁଣ୍ଡାରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଙ୍କଡ଼ବାହାଲରେ ଝାଲମୁଢି ଖାଇ ଝାଡ଼ାବାନ୍ତିରେ ୪୦ରୁ ଅଧିକ ମହିଳା, ଶିଶୁ ଆକ୍ରାନ୍ତ ହୋଇ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି |
ଆହୁରି ପଢନ୍ତୁ: IPS: ଅଙ୍ଗନୱାଡ଼ି କର୍ମୀଙ୍କ ପୁଅ ଏବେ ଆଇପିଏସ: ତୃତୀୟ ପ୍ରଚେଷ୍ଟାରେ ୫୭୪ ରାଙ୍କ ହାସଲ କରି ସଫଳ ହେଲେ ଆଫଜାଲ ଅଲ୍ଲୀ
ତେବେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମେଡିକାଲକୁ ପଠାଯାଇଛି | ଗ୍ରାମରେ ଏବେ ମେଡିକାଲ ଟିମ ପହଂଚି ଚିକିତ୍ସା ଜାରି ରଖିଛନ୍ତି | ଖବର ଅନୁସାରେ ଦୁଇ ଦିନ ଆଗରୁ ଗ୍ରାମକୁ ଜଣେ ବ୍ୟକ୍ତି ଝାଲ ମୁଢି ବିକ୍ରି କରିବାକୁ ଆସିଥିଲେ | ଆଉ ତାଙ୍କ ପାଖରୁ ଝାଲ ମୁଢି ଖାଇ ଗ୍ରାମବାସୀଙ୍କର ଝାଡ଼ାବାନ୍ତି ହେଉଥିବାବେଳେ ଡାକ୍ତର ପ୍ରକୃତ କାରଣ ଚିକିତ୍ସା ପରେ ଜଣା ପଡିବ ବୋଲି କହୁଛନ୍ତି |

1 hour ago
2


