ARTICLE AD BOX
ଲଣ୍ଡନ: ଗୁରୁବାର ଦକ୍ଷିଣ-ପୂର୍ବ ଇଂଲଣ୍ଡର ଲୁଇସ୍ ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ଓ ଅନ୍ୟ ନଅ ଜଣ ଆହତ ହୋଇଛନ୍ତି। ବ୍ରିଟିଶ ପରିବହନ ପୁଲିସର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଅପରାହ୍ଣ ୩ଟା ୪୪ ମିନିଟରେ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା। ପୁଲିସ କହିଛି ଯେ, ପ୍ରଥମେ ଅନେକ ଯାତ୍ରୀ ଫସି ରହିଥିଲେ କିନ୍ତୁ ପରେ ସେମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି।
ମାର୍ଚ୍ଚ ସୁଦ୍ଧା ୮୬୫ଟି ଗାଁରେ ପହଞ୍ଚିବ ୪ଜି ସେବା
ସସେକ୍ସ ପୁଲିସ ଓ ସ୍ଥାନୀୟ ଅଗ୍ନିଶମ, ଉଦ୍ଧାରକାରୀ ଓ ଆମ୍ବୁଲାନ୍ସ ଦଳ ସମେତ ଜରୁରୀକାଳୀନ ସେବା ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା। ଅନ୍ୟମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ପରିବହନ ମନ୍ତ୍ରୀ ହାଇଡି ଆଲେକଜାଣ୍ଡାର ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ, ସରକାର ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ ତ୍ବରିତ ପଦକ୍ଷେପ ନେଇଛନ୍ତି।

1 day ago
4


