ARTICLE AD BOX
ମୁମ୍ବାଇ: ଲଭ୍ ରଞ୍ଜନଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଆଗାମୀ ଚଳଚ୍ଚିତ୍ର 'ପେହଲା ପ୍ୟାର ଦୂସରୀ ବାର' ର ଟ୍ରେଲର୍ ସାମ୍ନାକୁ ଆସିଛି। ଏହି ଫିଲ୍ମ ମାଧ୍ୟମରେ ଦର୍ଶକମାନେ ବନ୍ଧୁତା, ପ୍ରଥମ ପ୍ରେମ ଓ ଯୌବନର ସମ୍ପର୍କରେ ଆସୁଥିବା ବିଭିନ୍ନ ରୋମାଞ୍ଚକର ପରିସ୍ଥିତିକୁ ଦେଖିବାକୁ ପାଇବେ।
ଆହୁରି ପଢ଼ନ୍ତୁ: ସକାଳେ ଉଠିବା ପରେ ହାତ ସ୍ଟିଫ୍ ହେଉଛି କି? ଜାଣନ୍ତୁ କାରଣ ଓ ଚିକିତ୍ସା
ଛଅ ଜଣ ନୂତନ ଚେହେରାଙ୍କ ଧମାକାଦାର୍ ଡେବ୍ୟୁ
ଏହି ଫିଲ୍ମ ଜରିଆରେ ବଲିଉଡ଼ରେ ଛଅ ଜଣ ନୂତନ କଳାକାର ବଡ଼ ପରଦାରେ ପାଦ ରଖୁଛନ୍ତି। ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ଏହି ନବଗତ କଳାକାରମାନେ ହେଲେ, ସ୍ପର୍ଶ ୱାଲିଆ, ଅଲିଶା ଚୋପ୍ରା, କୁନାଲ୍ ବୈଦ, ସାକ୍ଷୀ ବୈଦ୍ୟ, ତୁଷାର ଛିବର୍ ଓ ସର୍ଗୁନ୍ କୌର ଲୁଥ୍ରା।
ଫିଲ୍ମର ଶୀର୍ଷକ ଭଳି ଏହାର ଟ୍ରେଲର୍ ମଧ୍ୟ ବେଶ୍ ଆକର୍ଷକ ଅଟେ। ଏଥିରେ ରୋମାନ୍ସ ଏବଂ ବନ୍ଧୁତା ସାଙ୍ଗକୁ ଚରିତ୍ରମାନଙ୍କ ମଧ୍ୟରେ ହାସ୍ୟରସ, ମଜାଳିଆ ସଂଳାପ ଏବଂ ପରସ୍ପରକୁ ଟାଣିବା ଭଳି ଅନେକ ମଜାଦାର ମୁହୂର୍ତ୍ତ ଦେଖିବାକୁ ମିଳୁଛି।
ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ମତ
ଫିଲ୍ମ ବିଷୟରେ କହିବାକୁ ଯାଇ ପ୍ରଯୋଜକ ଲଭ୍ ରଞ୍ଜନ ପ୍ରକାଶ କରିଛନ୍ତି ଯେ, ଏହି କାହାଣୀ ସ୍କୁଲ୍ ଦିନର ସ୍ମୃତି, ବନ୍ଧୁତା ଏବଂ ପ୍ରଥମ ପ୍ରେମର ଭାବନା ଉପରେ ପର୍ଯ୍ୟବସିତ, ଯାହା ସମସ୍ତଙ୍କ ଜୀବନରେ ଖାସ୍ ହୋଇଥାଏ। ଛଅ ଜଣ ନୂତନ ଅଭିନେତାଙ୍କୁ ଏହି ହାସ୍ୟରସ ଏବଂ ଯୁବ ରୋମାନ୍ସର ଦୁନିଆକୁ ଆଣିବା ତାଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର ଥିଲା ବୋଲି ସେ କହିଛନ୍ତି।
ସେହିପରି ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା ଜଗତରେ ପାଦ ରଖୁଥିବା ନିର୍ଦ୍ଦେଶକ ଅନୁଜ ସୈନୀ କହିଛନ୍ତି ଯେ ଏହି ଯୁବ କଳାକାରମାନଙ୍କ ସହିତ କାମ କରିବାର ଅଭିଜ୍ଞତା ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। 'ଲଭ୍ ଫିଲ୍ମସ' ଦ୍ୱାରା ପ୍ରସ୍ତୁତ ଏବଂ ଅନୁଜ ସୈନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ଅକ୍ଟୋବର ୨୩, ୨୦୨୬ ମସିହାରେ ସିନେମାଘରେ ମୁକ୍ତିଲାଭ କରିବ।
ଆହୁରି ପଢ଼ନ୍ତୁ: କବିତା ଅପହଞ୍ଚ: କବି ଶୁଭସ୍ମିତା ତ୍ରିପାଠୀଙ୍କ କଲମରୁ ନିଃସୃତ....
ଅଧିକ ଦେଖନ୍ତୁ:

11 hours ago
1


