Dentist’s Body Recovered ପଟିଆ ଷ୍ଟେସନ ନିକଟରୁ ଦନ୍ତ ଚିକିତ୍ସକଙ୍କ ମୃତଦେହ ଉଦ୍ଧାର

10 hours ago 1
ARTICLE AD BOX

ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ପଟିଆ ଷ୍ଟେସନ ଓ କଳାରାହାଙ୍ଗ ଲେଭେଲ୍ କ୍ରସିଂ ନିକଟ ରେଳଧାରଣାରୁ ମଞ୍ଚେଶ୍ବର ଜିଆର୍‌ପି ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ନାମ ଅମୃତ ଜେନା ବୋଲି ଜଣାପଡ଼ିଛି। ସେ ଜଣେ ଦନ୍ତ ଚିକିତ୍ସକ ଓ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଦନ୍ତ ଚିକିତ୍ସକ ଭାବେ କାମ କରୁଥିବା ସୂଚନା ମିଳିଛି।

railway safety award ସୁରକ୍ଷା ପ୍ରତି ସତର୍କତା: ରେଳଧାରଣା ମେଣ୍ଟେନର ସମ୍ମାନିତ

ସୂଚନା ଅନୁଯାୟୀ, ରେଳଧାରଣା ନିକଟରେ ତାଙ୍କ ସ୍କୁଟି ରଖାଯାଇଥିବା ବେଳେ ରେଳଧାରଣା ଉପରେ ତାଙ୍କ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। କୌଣସି କାମରେ ରେଳଧାରଣା ପାର ହୋଇ ଅନ୍ୟପଟକୁ ଯାଉଥିବା ସମୟରେ ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।

Railway tracks: ରେଳଧାରଣାରୁ ମିଳିଲାଣି ୪୬୬ ମୃତ‌ଦେହ: ଅପମୃତ୍ୟୁ ମାମଲା ରୁଜୁ କରି ବସିଛି ଜିଆରପି ପୁଲିସ

ତେବେ ଅମୃତଙ୍କ ମୃତ୍ୟୁର ପ୍ରକୃତ କାରଣ କଣ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ମଞ୍ଚେଶ୍ୱର ଜିଆରପି ତଦନ୍ତ ଜାରି ରଖିଛି। ପ୍ରାଥମିକ ସ୍ତରରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.