Bank Unions: ଧର୍ମଘଟକୁ ନ ଓହ୍ଲାଇବା ପାଇଁ ବ୍ୟାଙ୍କ ସଂଘଗୁଡ଼ିକୁ ସରକାରଙ୍କ ନିବେଦନ

10 hours ago 1
ARTICLE AD BOX

ବିଭିନ୍ନ ଦାବି ପୂରଣ ପାଇଁ ବ୍ୟାଙ୍କ ସଂଘଗୁଡ଼ିକ ଆସନ୍ତା ୨୮ ତାରିଖରୁ ୩ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ଧର୍ମଘଟକୁ ନ ଓହ୍ଲାଇ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଗତକାଲି ବ୍ୟାଙ୍କ ସଂଘଗୁଡ଼ିକୁ ପରାମର୍ଶ ଦିଆଯାଇଛି।

 ଧର୍ମଘଟକୁ ନ ଓହ୍ଲାଇବା ପାଇଁ ବ୍ୟାଙ୍କ ସଂଘଗୁଡ଼ିକୁ ସରକାରଙ୍କ ନିବେଦନ

ନୂଆଦିଲ୍ଲୀ: ବିଭିନ୍ନ ଦାବି ପୂରଣ ପାଇଁ ବ୍ୟାଙ୍କ ସଂଘଗୁଡ଼ିକ ଆସନ୍ତା ୨୮ ତାରିଖରୁ ୩ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ଧର୍ମଘଟକୁ ନ ଓହ୍ଲାଇ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଗତକାଲି ବ୍ୟାଙ୍କ ସଂଘଗୁଡ଼ିକୁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କ ସଂଘର ଦାବିଗୁଡ଼ିକ ମଧ୍ୟରେ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସକୁ ଲାଗୁ କରିବା ଏବଂ ପ୍ରଦର୍ଶନଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ପ୍ରତ୍ୟାହାର ରହିଛି। ଅର୍ଥ ମନ୍ତ୍ରାଳୟ କହିଛି, ସଂଘଗୁଡ଼ିକ ସହ ଆଲୋଚନା ପରେ ପିଏଲ୍‌ଆଇ ଯୋଜନାକୁ ଚଳିତମାସରେ ସ୍ଥଗିତ ରଖାଯାଇଛି। ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଦାବି ଉପରେ ଆଲୋଚନା ଜାରି ରହିଛି। ତେଣୁ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇ ଆଲୋଚନା ମାଧ୍ୟମରେ ଦାବି ସମାଧାନ କରନ୍ତୁ। ଦାବି ପୂରଣ ପାଇଁ ଚଳିତମାସ ୧୧ ତାରିଖରେ ବ୍ୟାଙ୍କ ସଂଘଗୁଡ଼ିକ ଦେଶବ୍ୟାପୀ ଦିନିକିଆ ଧର୍ମଘଟ କରିସାରିଛନ୍ତି। ବ୍ୟାଙ୍କଗୁଡ଼ିକର ଅର୍ଦ୍ଦବାର୍ଷିକ କ୍ଲୋଜିଂ ସେପ୍ଟେମ୍ବର ୩୦ ତାରିଖରେ ରହିଛି। କିନ୍ତୁ ଏହା ପୂର୍ବରୁ ସେପ୍ଟେମ୍ବର ୨୮ ଓ ୨୯ରେ ବ୍ୟାଙ୍କ ଧର୍ମଘଟ ଡାକରା ସରକାରଙ୍କ ଚିନ୍ତା ବଢ଼ାଇଛି।

ବଙ୍ଗୋପସାଗରରେ ଅବପାତ: ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.