TRAI: ଠକେଇ କଲ୍‌ ରୋକିବା ପ୍ରୟାସ: ୟୁଟିଲିଟି, କୋରିଅର, ଲଜିଷ୍ଟିକ୍ସ ପାଇଁ ୧୬୦୧ ନମ୍ବର ସିରିଜ

5 days ago 4
ARTICLE AD BOX

ନୂଆଦିଲ୍ଲୀ: ବ୍ୟାଙ୍କ, ଆର୍ଥିକ ସେବା ଓ ବୀମା ଓ ସରକାରୀ କ୍ଷେତ୍ର ବାହାରେ ଥିବା ସଂସ୍ଥାଗୁଡ଼ିକ ଲାଗି ଭାରତୀୟ ‌ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ନୂଆ ୧୬୦୧ ସିରିଜ୍‌ ନମ୍ବର ଜାରି କରିଛି। ୟୁଟିଲିଟି, କୋରିଅର୍‌ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ଏହି ନମ୍ବର ସିରିଜ୍‌କୁ ସେବା ଓ କାରବାର ସମ୍ପର୍କିତ କଲ୍‌ ପାଇଁ ବ୍ୟବହାର କରିପାରିବେ। ଏହାକୁ ପ୍ରଚାରଧର୍ମୀ କଲ୍‌ ପାଇଁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଟ୍ରାଇ ସ୍ପଷ୍ଟ କରିଛି। ବର୍ତ୍ତମାନ ଦେଶରେ ସାଇବର୍‌ ଠକେଇ ଦ୍ରୁତ ଗତିରେ ବଢ଼ୁଥିବାରୁ ଅବାଞ୍ଛିତ କଲ୍‌କୁ ଚିହ୍ନଟ କରିବାରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ନମ୍ବର ସିରିଜ୍‌ ଜାରି କରାଯାଇଛି।

ଆହୁରି ପଢନ୍ତୁ: 4 Easy Ways to Strengthen Relationships : ତୁମପାଖେ ମୋ ପାଇଁ ସମୟ ନାହିଁ: ବ୍ୟସ୍ତବହୁଳ ଜୀବନରେ ସମ୍ପର୍କକୁ ମଜବୁତ୍ କରିବାର ୪ଟି ସହଜ ଉପାୟ

ଏଥିପାଇଁ ଯୋଗ୍ୟ ସଂସ୍ଥାଗୁଡ଼ିକୁ ଆସନ୍ତ ୯୦ ଦିନ ଭିତରେ ନୂଆ ସିରିଜ୍‌କୁ ସ୍ଥାନାନ୍ତର କରିବାକୁ ଟେଲିକମ୍‌ କମ୍ପାନିଗୁଡ଼ିକୁ ଟ୍ରାଇ କହିଛି। ସମ୍ପ୍ରତି, ବ୍ୟାଙ୍କ, ଆର୍ଥିକ ସେବା ଓ ବୀମା କ୍ଷେତ୍ର ଓ ସରକାରୀ ଅନୁଷ୍ଠାନଗୁଡ଼ିକ ପାଇଁ ୧୬୦୦ ନମ୍ବର ସିରିଜ୍‌ ରହିଛି। ଆର୍ଥିକ କ୍ଷେତ୍ର ବେଶ ସମ୍ବେଦନଶୀଳ ହୋଇଥିବାରୁ ତାହାକୁ ଅନ୍ୟମାନଙ୍କଠାରୁ ଅଲଗା କରିବା ପାଇଁ ୧୬୦୧ ନମ୍ବର ସିରିଜ୍‌ ଜାରି କରାଯାଇଛି। ନୂଆ ନମ୍ବର ସିରିଜ୍‌ କେବଳ ଯୋଗ୍ୟ ସଂସ୍ଥାଗୁଡ଼ିକୁ ଆବଣ୍ଟନ କରାଯିବ। କୌଣସି ମଝିରେ ଥିବା ସଂସ୍ଥା କିମ୍ବା ଏଗ୍ରିଗେଟରମାନଙ୍କୁ ତାହା ଦିଆଯିବ ନାହିଁ। ନମ୍ବର ଜାରି କରିବା ପୂର୍ବରୁ ଯଥାର୍ଥ ଯାଞ୍ଚ କରାଯିବ। ୧୬୦୧ ନମ୍ବର ସିରିଜ୍‌କୁ ବିଦ୍ୟୁତ ବଣ୍ଟନ କମ୍ପାନି, ଜଳ ‌ଯୋଗାଣ, ସହରାଞ୍ଚଳ ଗ୍ୟାସ୍‌ ବିତରଣ, ଏଲ୍‌ପିଜି ବିତରଣ ସଂସ୍ଥା ଓ ସେହି ଧରଣର ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ବ୍ୟବହାର କରିପାରିବେ।

ଆହୁରି ପଢନ୍ତୁ: Editorial: ଦୋଛକିରେ ମଣିଷ ଓ ହାତୀ: ଜିତଶତ୍ରୁ ମହାନ୍ତିଙ୍କ ସମ୍ପାଦକୀୟ କଲମରୁ...

ସେହିପରି, କୋରିଅର୍‌, ଏକ୍ସପ୍ରେସ୍‌ ଲଜିଷ୍ଟିକ୍ସ କମ୍ପାନି, ପାର୍ସଲ ଡେଲିଭରି ସେବା ପ୍ରଦାନକାରୀ, ମାଲ ପରିବହନ ଓ ଲଜି‌ଷ୍ଟିକ୍ସ ସେବା ପ୍ରଦାନକାରୀ ସଂସ୍ଥା ବ୍ୟବହାର କରିପାରିବେ। ଟ୍ରୁକଲର୍‌ ଭଳି କଲର୍‌ ଆଇଡି ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ ଟ୍ରାଇ ତାଗିଦ୍‌ କରି ୧୬୦୦ ସିରିଜ୍‌ ନମ୍ବରକୁ ସ୍ପାମ୍‌ ଭାବେ ନ ଦେଖାଇବାକୁ କହିଛି। ଏହି ନମ୍ବରକୁ ରିଜର୍ଭ ବ୍ୟାଙ୍କ, ସେବି, ଆଇଆର୍‌ଡିଏଆଇ ଓ ପିଏଫ୍‌ଆର୍‌ଡିଏ ଅଧୀନରେ ପରିଚାଳିତ ସଂସ୍ଥାଗୁଡ଼ିକୁ ଆବଣ୍ଟନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.