Trade agreement: ଆମେରିକା ସହ ବାଣିଜ୍ୟ ରାଜିନାମା ଖୁବ୍‌ଶୀଘ୍ର: ଭାରତକୁ ମିଳିବ ସ୍ବତନ୍ତ୍ର ରିହାତି

47 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ପ୍ରସ୍ତାବିତ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ପ୍ରତିଦ୍ବନ୍ଦ୍ବୀ ଦେଶଗୁଡ଼ିକ ତୁଳନାରେ ଭାରତକୁ ଆମେରିକା ବଜାରରେ ଶୁଳ୍କ କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧା ମିଳିବ ବୋଲି ୱାସିଂଟନ ପକ୍ଷରୁ ଆଶ୍ବାସନା ଦିଆଯାଇଛି। ଶନିବାର ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ ଭାରତକୁ କେତେ ମାତ୍ରାରେ ଶୁଳ୍କ ରିହାତି ମିଳିବ ତାହା ଆମେରିକାର ଚୂଡ଼ାନ୍ତ ଶୁଳ୍କ ବ୍ୟବସ୍ଥା ଉପରେ ନିର୍ଭର କରିବ। ଆମେରିକାର ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ (ୟୁଏସ୍‌ଟିଆର୍‌) ପକ୍ଷରୁ ଭାରତ ବିରୋଧରେ ଆରମ୍ଭ ହୋଇଥିବା ଦ୍ବିତୀୟ ତଦନ୍ତ ରିପୋର୍ଟକୁ ନୂଆଦିଲ୍ଲୀ ଅପେକ୍ଷା କରିଥିବାବେଳେ ଏଭଳି ଖବର ଆସିଛି। ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ଆମେରିକା ସହିତ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ରାଜିନାମା ଶେଷ ହେବ ବୋଲି ଭାରତ ଲକ୍ଷ୍ୟ ରଖିଛି। ପ୍ରଥମ ପର୍ଯ୍ୟାୟ ରାଜିନାମା ସହିତ ବ୍ୟାପକ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ ଆଲୋଚନା ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ସେବା କ୍ଷେତ୍ର ସମ୍ପର୍କିତ ପ୍ରସଙ୍ଗ ସ୍ଥାନ ପାଇବ ନାହିଁ। ଏହାକୁ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାରେ ସାମିଲ କରାଯିବ। ଏହି ରାଜିନାମାରେ ସୀମା ଶୁଳ୍କ ଓ ବାଣିଜ୍ୟିକ ସୁବିଧା ସମ୍ପର୍କିତ ଏକ ସ୍ବତନ୍ତ୍ର ଅଧ୍ୟାୟ ରହିବ।

Hasina's Return: ହସିନାଙ୍କ ପ୍ରତ୍ୟାବର୍ତ୍ତନ: ବାଂଲାଦେଶ ଆଗରେ ଭାରତର ଦୁଇ ସର୍ତ୍ତ

ଏଭଳି ସ୍ଥିତିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିର ଅଧିକାଂଶ ପ୍ରସଙ୍ଗର ସମାଧାନ ହୋଇସାରିଛି। ଅବଶିଷ୍ଟ କେତେକ ପ୍ରସଙ୍ଗରେ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ଚୁକ୍ତି ଚୂଡ଼ାନ୍ତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ ଜି-୨୦ ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତରେ ଯିବା ସମ୍ଭାବନା ରହିଛି। ସେଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଦ୍ବିପାକ୍ଷିକ ସମ୍ପର୍କ ସହ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ସମ୍ଭାବ୍ୟ ଗସ୍ତର ପ୍ରାୟ ମାସକ ପୂର୍ବରୁ ଜୟଶଙ୍କର ଏହା କହିଛନ୍ତି।  

Two female elephants: ଧାନକ୍ଷେତରେ ୨ ମାଈ ହାତୀଙ୍କ ମୃତ୍ୟୁ: ସୋଲାର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ

ପୂର୍ବରୁ ବାଣିଜ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ସୀମା ଶୁଳ୍କ ଓ ବାଣିଜ୍ୟିକ ସୁବିଧା ସମ୍ପର୍କରେ ଆଲୋଚନା ଗତ ସପ୍ତାହରେ କରିଥିଲେ। ଏସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଆମେରିକାର ଦୁଇ ଜଣିଆ ପ୍ରତିନିଧି ଭାରତ ଗସ୍ତରେ ଚଳିତମାସ ୨ ଓ ୩ ତାରିଖରେ ଆସିଥିଲେ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଗତ ଗୁରୁବାର କହିଥିଲେ ଯେ ଆମେରିକା ସହ ଭାରତର ଏକ ଶ୍ରେଷ୍ଠ ବାଣିଜ୍ୟିକ ରାଜିନାମା ହେବ। ଭାରତର ସ୍ବାର୍ଥକୁ ଗୁରୁତ୍ବ ଦେଇ ଏହି ଚୁକ୍ତିରେ ଭଲ ସୁବିଧା ହାସଲ କରିବାକୁ ଆଲୋଚନା ହୋଇଛି। ବାଂଲାଦେଶ, ଭିଏତନାମ ଓ କାମ୍ବୋଡ଼ିଆ ଭଳି ପ୍ରତିଦ୍ବନ୍ଦ୍ବୀ ଦେଶ ତୁଳନାରେ ଭାରତୀୟ ସାମଗ୍ରୀକୁ ଆମେରିକା ବଜାରରେ ଅଧିକ ସୁବିଧା ଦେବାକୁ ନୂଆଦିଲ୍ଲୀ ଦାବି କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.