Tikhiri Gram Panchayat : ତିଖିରୀ ଗ୍ରାମପଂଚାୟତର ସରପଂଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ଓ ମତଦାନ ଜାରି

2 days ago 4
ARTICLE AD BOX

ମହାକାଳପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟିଂ ଅନୁଷ୍ଠିତ ହେଉଛି l ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଅନାସ୍ଥା ଭୋଟିଂ କରିବା ପାଇଁ କେନ୍ଦ୍ରାପଡା ଉପଜିଲ୍ଲାପାଳ ପୂର୍ବରୁ ନୋଟିସ ଜାରି କରିଥିଲେ l ପଞ୍ଚାୟତର ମୋଟ ୨୨ ଜଣ ୱାର୍ଡ଼ ମେମ୍ବରଙ୍କ ମଧ୍ୟରୁ ୨୧ ଜଣ ଜୁଲାଇ ୨୩ ରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ l

ଆହୁରି ପଢନ୍ତୁ : Russian Oil Tanker: ସମୁଦ୍ରରେ ଭାସିଭାସି କୂଳରେ ପହଞ୍ଚିଲା ରୁଷ ଟ୍ୟାଙ୍କର୍ ତେଲ: ୨ ହଜାର ବର୍ଗ କିମିରୁ ଅଧିକ ଅଞ୍ଚଳରେ ହାହାକାର

 ଜୁଲାଇ ୨୭ରେ ଉପଜିଲ୍ଲାପାଳ ଅନାସ୍ଥା ଆଣିଥିବା ୱାର୍ଡମେମ୍ବର ମାନଙ୍କର ଦସ୍ତଖତ ଯାଞ୍ଚ କରି ଆଜି ୧୩ ତାରିଖ ଦିନ ଭୋଟିଂ ପାଇଁ ଦିନ ଧାର୍ଯ୍ୟ କରିଥିଲେ l ତେବେ ଚାମେଲି ଉକ୍ତ ଅନାସ୍ଥା ପ୍ରସ୍ତାବ ବିରୁଦ୍ଧରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ମାନ୍ୟବର କୋର୍ଟ ଏହାକୁ ବିଚାର କରି ଗତ ୧୧ ତାରିଖରେ ଏକ ଅନ୍ତରୀଣ ରାୟ ଦେଇଥିଲେ ଯେ ଅଗଷ୍ଟ ୧୩ ତାରିଖ ଦିନ ତିଖିରି ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ବୈଠକ ଓ ଭୋଟ ହେବ ହେଲେ ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ ନ ହେବା ପର୍ଯ୍ୟନ୍ତ ଫଳାଫଳ ପ୍ରକାଶନ ଉପରେ ରୋକ ଲଗାଇଛନ୍ତି | ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଦିନ ୧୧ଟା ସମୟରେ ୱାର୍ଡ ସଭ୍ୟମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଁଚି ଥିବାବେଳେ ଡେରାବିଶ ତହସିଲଦାର ସରୋଜକାନ୍ତ ନାୟକ ସଭା ପରିଚାଳନା କରୁଛନ୍ତି |

ଆହୁରି ପଢନ୍ତୁ : Netherland Coach: ଜାଭି ହେଲେ ନେଦରଲାଣ୍ଡ୍‌ସ ପ୍ରଶିକ୍ଷକ

 ଅନ୍ୟପକ୍ଷରେ ତିଖିରି ସରପଞ୍ଚ ଚାମେଲି ଓଝା ପଞ୍ଚାୟତ କାର୍ଯ୍ୟାଳୟରେ ପହଁଚି ସଭା ପରିଚାଳନା କରୁଥିବା ତହସିଲଦାର ଶ୍ରୀ ନାୟକଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ରାୟ କପି ପ୍ରଦାନ କରିବା ସହିତ ତାଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଯାଇଛି ବୋଲି କହିଛନ୍ତି | ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସଡିପିଓ ଜ୍ୟୋତି ରଞ୍ଜନ ଗୌଡ଼ଙ୍କ ନେତୃତ୍ୱରେ ମାର୍ଶାଘାଇ ଥାନାଧିକାରୀ ତପନ ନାୟକ, ପାଟକୁରା ଥାନାଧିକାରୀ ସୌମ୍ୟରଞ୍ଜନ ବିଶ୍ୱାଳଙ୍କ ସମେତ ବହୁ ପୁଲିସ କର୍ମୀ ଉପସ୍ଥିତ ଅଛନ୍ତି |

Read Entire Article
LEFT SIDEBAR AD

Hidden in mobile, Best for skyscrapers.