Tihar Jail: ତିହାର ଜେଲ୍‌ରୁ ମୁକ୍ତ ହେଲେ ଆମେରିକୀୟ ମାଥ୍ୟୁ ଭାନ୍‌ଡାଇକ୍

2 days ago 2
ARTICLE AD BOX

ନୂଆଦିଲ୍ଲୀ: ମ୍ୟାମାରରେ ଡ୍ରୋନ୍‌ ଯୁଦ୍ଧ ପ୍ରଶିକ୍ଷଣ ଶିବିର ସହ ସମ୍ପର୍କ ଥିବା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା ଗିରଫ ଆମେରିକୀୟ ନାଗରିକ ମାଥ୍ୟୁ ଆରୋନ୍ ଭାନ୍‌ଡାଇକ୍ ଗୁରୁବାର ତିହାର ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ତାଙ୍କୁ ଏକ ମାସ ପାଇଁ ଆମେରିକା ଯାଇ ପରିବାରକୁ ଭେଟିବାକୁ ରାଉଜ୍‌ ଆଭେନ୍ୟୁସ୍ଥିତ ସ୍ୱତନ୍ତ୍ର ଏନ୍‌ଆଇଏ ଅଦାଲତ ଅନୁମତି ଦେଇଛନ୍ତି। ଭାନ୍‌ଡାଇକ୍‌ଙ୍କ ସହ ମାମଲାରେ ଗିରଫ ହୋଇଥିବା ୬ ଜଣ ୟୁକ୍ରେନୀୟ ନାଗରିକଙ୍କୁ ମଧ୍ୟ ୟୁକ୍ରେନ୍‌ ଯାଇ ପରିବାରକୁ ଭେଟିବାକୁ ଅନୁମତି ମିଳିଛି। ସମସ୍ତଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତ ଓ ଆଇନଗତ ପ୍ରକ୍ରିୟା ପାଳନ କରିବାକୁ ପଡ଼ିବ। ଅଦାଲତ ସେମାନଙ୍କ ପାସପୋର୍ଟ ମୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ୭ ଅଭିଯୁକ୍ତଙ୍କୁ ଏହି ମାସରେ ଡିଫଲ୍ଟ ଜାମିନ ମିଳିସାରିଛି।

ଆହୁରି ପଢନ୍ତୁ :Literature: କବିତା ବସାଘର: କବି ସୁଶାନ୍ତ କୁମାର ନାୟକଙ୍କ କଲମରୁ ନିଃସୃତ....

ସେପ୍ଟେମ୍ବର ୧୮ରେ ଭାନ୍‌ଡାଇକ୍‌ଙ୍କୁ ୧ ଲକ୍ଷ ଟଙ୍କାର ବଣ୍ଡ ଓ ସେତିକି ଟଙ୍କାର ଜାମିନଦାରଙ୍କ ବଦଳରେ ଜାମିନ ମିଳିଥିଲା। ପରେ ସେ ଆମେରିକା ଯିବାକୁ ଅନୁମତି ପାଇଁ ଅଦାଲତରେ ଆବେଦନ କରିଥିଲେ। ସେପ୍ଟେମ୍ବର ୨୩ରେ ଅଦାଲତ ତାଙ୍କ ଜାମିନ ସର୍ତ୍ତରେ ପରିବର୍ତ୍ତନ କରି ବିଦେଶ ଯାତ୍ରାର ପଥ ସୁଗମ କରିଥିଲେ। ଶୁଣାଣି ସମୟରେ ଏନ୍‌ଆଇଏ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ରାହୁଲ ତ୍ୟାଗୀ ଓ ଆଇନଜୀବୀ ଅମିତ ରୋହିଲା ଉପସ୍ଥିତ ଥିଲେ। ଭାନ୍‌ଡାଇକ୍‌ଙ୍କ ପକ୍ଷରୁ ଆଇନଜୀବୀ ରୋହିତ ଦାନ୍ଦ୍ରିୟାଲ ଓ ରୋହିତ ଗୌର ଯୁକ୍ତି ରଖିଥିଲେ।

ଆହୁରି ପଢନ୍ତୁ :Health: ଥାଲାସେମିଆ ସମ୍ପର୍କରେ ଅଧିକ ସଚେତନତା ଆବଶ୍ୟକ: ରାଜ୍ୟପାଳ

ତଦନ୍ତ ଜାରି ଥିଲେ ମଧ୍ୟ ଏବେ ଅଭିଯୁକ୍ତମାନଙ୍କ ତୁରନ୍ତ ଉପସ୍ଥିତି ଆବଶ୍ୟକ ନାହିଁ ବୋଲି ଏନ୍‌ଆଇଏ ପକ୍ଷରୁ ଅଦାଲତଙ୍କୁ କୁହାଯାଇଥିଲା। ଏହି ମାମଲାରେ ଏନ୍‌ଆଇଏ ୭ ଜଣ ବିଦେଶୀଙ୍କ ବିରୋଧରେ ପ୍ରଥମେ ୟୁଏପିଏ ସହ ଭାରତୀୟନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା କରିଥିଲା। ତେବେ ସେପ୍ଟେମ୍ବର ୮ରେ ଦାଖଲ ପ୍ରଥମ ଚାର୍ଜସିଟ୍‌ରେ କେବଳ ଇମିଗ୍ରେସନ୍‌ ଆଣ୍ଡ୍‌ ଫରେନର୍ସ ଆଇନର ଧାରା ଲାଗୁ କରାଯାଇଥିଲା। ୟୁଏପିଏ ଅଧୀନରେ ତଦନ୍ତ ଜାରି ରହିଥିବା ଏନ୍‌ଆଇଏ କହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.