Tiger rescue: ଦିନ ତମାମ ଉଦ୍ୟମ ପରେ ଘର ଭିତରୁ ଉଦ୍ଧାର ହେଲା ମହାବଳ ବାଘ

2 days ago 3
ARTICLE AD BOX

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖପରଖାଇ ଗାଁ ଦିନସାରା ଜନସାଧାରଣଙ୍କର ନିଦ ହଜାଇ ଦେଇଥିବା ମହାବଳ ବାଘ ଆଜି ଅପରାହ୍‌ଣରେ ଉଦ୍ଧାର ହୋଇଛି। ବନ ବିଭାଗର କର୍ମଚାରୀଙ୍କ ଦିନତମାମ ପରିଶ୍ରମ ଏବଂ କୌଶଳ କ୍ରମେ ବାଘକୁ ଆୟତ୍ତ କରାଯାଇ ପାରିଛି। ବାଘ ଉଦ୍ଧାର ନେଇ ବନ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ତେବେ ବାଘ ଉଦ୍ଧାର ହେଲା ପରେ ଗାଁ ଲୋକେ ଆଶ୍ବସ୍ତିଲାଭ କରିଛନ୍ତି। ଉଦ୍ଧାର ହୋଇଥିବା ବାଘ ଏବେ ବନ ବିଭାଗ ଆୟତ୍ତରେ ଅଛି। ଏହାକୁ କେଉଁଠି ଛଡ଼ା ଯିବ, ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇ ନାହିଁ। 

ସୂଚନାଯୋଗ୍ୟ, ରାତିର ଅନ୍ଧାକାରର ସୁଯୋଗ ନେଇ ବାଘଟି ଏକ ଘର ଭିତରେ ପଶି ଯାଇଥିଲା। ବାଘର ଉପସ୍ଥିତି ଜଣାପଡ଼ିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡ଼ି ଥିଲେ। ଲୋକେ ଟର୍ଚ୍ଚ ଲାଇଟ ପକାଇ ବାଘ ଉପରେ ନଜର ରଖିବା ସହ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Tiger Skin Seized ଓଡ଼ିଶା-ଛତିଶଗଡ଼ ସୀମାନ୍ତ  ମହାବଳ ବାଘ ଛାଲ ଜବତ, ୨ ଗିରଫ

କାହାରି କ୍ଷୟକ୍ଷତି ହୋଇନାହଁ
ଲୋକେ ରାତିରେ ଘରୁ ଏକା ନ ବାହାରିବା, ଗାଈ ଗୋରୁ ସୁରକ୍ଷିତ ସ୍ଥାନରେ ବାନ୍ଧିବା ଓ ବନ ବିଭାଗ ସହ ସହଯୋଗ କରିବାକୁ ବିଭାଗ ସୂଚନା ଦେଇଥିଲେ। ଉଦ୍ଧାର ହେବା ପର୍ଯ୍ୟନ୍ତ ବନ ବିଭାଗର କର୍ମଚାରୀମାନେ ଘର ଚାରି ପଟେ ଜଗି ରହିଥିଲେ। ମହାବଳ ବାଘକୁ ଉଦ୍ଧାର କରାଯିବା ଭିତରେ କାହାରି କ୍ଷୟକ୍ଷତି ହୋଇନାହଁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.