Thousands of Devotees to Harishankar ହରିଶଙ୍କର ପୀଠରେ ପ୍ରବଳ ଜନସମାଗମ, ପାପନାଶିନୀ କୁଣ୍ଡରେ ବୁଡ଼ ପକାଇଲେ ଭକ୍ତ

41 minutes ago 1
ARTICLE AD BOX

ଧଣ୍ଡାମୁଣ୍ଡା, (ସରୋଜ ମିଶ୍ର): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ହରିଶଙ୍କରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ଭୋର ସମୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ପୀଠ ଚଳଚଞ୍ଚଳ ହୋଇଉଠିଥିଲା। ହରିହରଙ୍କ ଦର୍ଶନ ସହ ପାପନାଶିନୀ କୁଣ୍ଡରେ ବୁଡ଼ ପକାଇ ନିଜକୁ କୃତ୍ୟକୃତ୍ୟ ମନେ କରିଛନ୍ତି ଭକ୍ତ। 

Harishankar

ପ୍ରାଚୀନ କାଳରୁ ପାପନାଶିନୀ କୁଣ୍ଡରେ ସ୍ନାନ କରି ପ୍ରଭୁଙ୍କ ଦର୍ଶନ କଲେ ପାପ କ୍ଷୟ ହେବା ସହ ମନସ୍କାମନା ପୂରଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ବିଶ୍ୱାସ ରହିଛି। ଏପରିକି ଝରଣାର ପବିତ୍ର ଜଳରେ ସ୍ନାନ କଲେ ବିଭିନ୍ନ ରୋଗରୁ ମୁକ୍ତି ମିଳେ ବୋଲି ମଧ୍ୟ ଅନେକଙ୍କ ଧାର୍ମିକ ବିଶ୍ୱାସ ରହିଛି।

Harishankar Temple: ହରିଶଙ୍କର ପୀଠରେ ୧୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ

ଏହି ବିଶ୍ୱାସ ଓ ଆଧ୍ୟାତ୍ମିକ ଭାବନାକୁ ନେଇ ଦୂରଦୂରାନ୍ତରୁ ଭକ୍ତମାନେ ହରିଶଙ୍କରକୁ ଛୁଟି ଆସିଥିଲେ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ପବିତ୍ର ସ୍ନାନ ଓ ଦର୍ଶନ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.