Theft: ଘର ତାଲା ଭାଙ୍ଗି ଲୁଟିନେଲେ ୨୦ ଲକ୍ଷ ଅଳଙ୍କାର ସମେତ ନଗଦ ୮୦ହଜାର ଟଙ୍କା

3 weeks ago 11
ARTICLE AD BOX

ଖଇରା:ବାଲେଶ୍ବରଜିଲ୍ଲା ଖଇରା ଥାନା  କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗାଁର ଅନନ୍ତ କୁମାର ମିଶ୍ରଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଘରର ତାଲା ଭାଙ୍ଗି ଘରେ ଥିବା ୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା, ରୁପା ଅଳଙ୍କାର ସମେତ ନଗଦ ୮୦ହଜାର ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି।

ବାଇକ ଛାଡ଼ି ଫେରାର

ଅଭିଯୋଗ ଅନୁଯାୟୀ, ଅନନ୍ତ ମିଶ୍ର ଓ ତାଙ୍କ ପତ୍ନୀ ପାଖରେ ଥିବା ଏକ ମାଟି ଘରେ ଶୋଇଥିବା ବେଳେ ଘରେ କେହି ନଥିଲେ। ଦୁଇଜଣ ପୁଅ ବାହାରେ ରହୁଥିବା ବେଳେ ଘରେ ଅନନ୍ତ ଏବଂ ତାଙ୍କ ପତ୍ନୀ ରହୁଥିଲେ। ଗତକାଲି ରାତି ୩ଟା ସମୟରେ ଅନନ୍ତ ଉଠି ବାହାରକୁ ଆସି ପକ୍କା ଘର ଗ୍ରିଲ ଖୋଲା ଥିବା ବେଳେ ଘରର ତାଲାଭାଙ୍ଗି ଘରେ ଥିବା ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାରୂପା ଅଳଙ୍କାର ସମେତ ଘରେ ଥିବା ୮୦ ହଜାର ଟଙ୍କା ଦୁବୃର୍ତ୍ତ ମାନେ ଲୁଟି ନେଇଥିବା ଜାଣିଥିଲେ। ଅନ୍ୟପଟେ ଚୋରି ହୋଇଥିବା ଘରଠାରୁ ୨କିମି ଦୂରରେ ଗତକାଲି ଗାଁର କିଛି ଯୁବକ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ୪ଜଣ ଯୁବକ ବଜାରରେ ଥିବା ବେଳେ ଲୋକମାନେ ତାଙ୍କୁ ବିଭିନ୍ନ କଥା ପଚାରିବାରୁ ସେ ଦୁଇଟା ବାଇକ ଛାଡ଼ି ଦୌଡ଼ି ଫେରାର ହୋଇଯାଇଥିଲେ।

Death: ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହେଲା ଥାର୍: ଗୋଟିଏ ପରିବାରର ତିନି ମୃତ, ଜଣେ  ଗୁରୁତର

ବାଇକରେ ଥିବା ବ୍ୟାଗରେ ଏକ ଶାବଳ, କଟର ମେସିନ, ଡ୍ରିଲ ମେସିନ  ଡାଇଶ ଓ ଏକ ଭୁଜାଲି ଥିବା ଦେଖିବାକୁ ମିଳିଛି। ଅଭିଯୋଗ ପରେ ଖଇରା ପୁଲିସ ତଦନ୍ତ ଚଳାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.